Pratidin TV

Odisha's Digital News Platform

ପେଟ୍ରୋଲ୍ ପମ୍ପରେ ଲୋକଙ୍କୁ ତେଲ ନଦେଇ ଫେରାଇଦେଲେ କର୍ମଚାରୀ , ହେଲେ କାହିଁକି ?

1 min read

କଟକ : ଗାଡିରେ ତେଲ ପକାଇବାକୁ ଆସି ହଟହଟା ହେଲେ ଲୋକେ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଚାଉଳିଆଗଞ୍ଜ ଠାରେ କୁମାର ସର୍ଭିସ ପେଟ୍ରୋଲ ପମ୍ପରେ । ଆଜି ସକାଳୁ ବହୁ ଲୋକେ ପେଟ୍ରୋଲ ପକାଇବାକୁ ଆସିଥିଲେ ହେଁ କର୍ମଚାରୀ ମାନେ ଲୋକଙ୍କୁ ଫେରାଇ ଦେଇଥିଲେ । ତେବେ କର୍ମଚାରୀ ମାନଙ୍କ ବେତନ ବୃଦ୍ଧି କରିବା, ମାସିକ ନିର୍ଦ୍ଦିଷ୍ଟ ଛୁଟି ଆଦି ଦାବି ରଖି ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ ।

କେବଳ ସେତିକି ନୁହେଁ ପେଟ୍ରୋଲ ପମ୍ପ ମାଲିକ ବିନା କୌଣସି କାରଣରେ ଦୁଇ ଜଣ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରି ଛଟେଇ କରିଦେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏ ସବୁ ସମସ୍ୟାର ସମାଧାନ କରି ନ୍ୟାୟ ପ୍ରଦାନ କରିବାକୁ ସବୁ କର୍ମଚାରୀ ଏକତ୍ରିତ ହୋଇ ଦାବି କରିଛନ୍ତି ।

Advertisement

ଅନ୍ୟପଟେ କର୍ମଚାରୀଙ୍କ ଅଭିଯୋଗ କୁ ସିଧା ସଳଖ ଖଣ୍ଡନ କରିଛନ୍ତି ପେଟ୍ରୋଲ ପମ୍ପ ମାଲିକ । କର୍ମଚାରୀ ମାନେ ତାଙ୍କ ମନ ଇଚ୍ଛା ତେଲ ବନ୍ଦ କରିଦେଇଛନ୍ତି । ଏମିତିକି କାହାରିକୁ ଛଟେଇ କରାଯାଇ ନାହିଁ । ବରଂ କାର୍ଯ୍ୟରେ ଥିବା ସମୟରେ କର୍ମଚାରୀ ମାନେ ସୁଚାରୁରୂପେ କାର୍ଯ୍ୟ କରିବା ପରିବର୍ତ୍ତେ ଏଣେତେଣେ ବୁଲନ୍ତି ବୋଲି ପାଲଟା ଅଭିଯୋଗ କରିଛନ୍ତି ମାଲିକ । ତେବେ ଆମ ଭିତରେ ଏଇ ସବୁ ସମସ୍ୟାର ସମାଧାନ ଖୁବଶୀଘ୍ର ହୋଇଯିବ ବୋଲି ମତବ୍ୟକ୍ତ କରିଛନ୍ତି ।

Leave a Reply

Your email address will not be published. Required fields are marked *