Pratidin TV

Odisha's Digital News Platform

ଲଘୁଚାପ ପ୍ରଭାବରେ, ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

1 min read

ବଙ୍ଗୋପସାଗରରେ ଆଜି ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର | ଯେଉଁ କାରଣ ପାଇଁ ଆସନ୍ତା ୨୭ ତାରିଖ ଯାଏଁ ଲଗାଣ ବର୍ଷା ହେବ | ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୁର୍ଣ୍ଣିବଳୟ | ଗତକାଲି ଭୁବନେଶ୍ୱର ସମେତ କଟକରେ ମଧ୍ୟ ଛୋଟ ବାତ୍ୟା ପରି ଅନୁଭବ ହେଉଥିବା ବେଳେ ଲଗାଣ ବର୍ଷା ସହ ପବନ ବହୁଥିବା ବେଳେ ଆସନ୍ତା ୨୭ ତାରିଖ ଯାଏଁ ପ୍ରବଳ ବର୍ଷା ଜାରି ରହିବ | ଉପକୂଳ ଓ ଦକ୍ଷିଣ ଓଡିଶା ସମେତ ଅନୁଗୁଳ, ଢେଙ୍କାନାଳ , କେଉଁଝର, ମୟୁରଭଞ୍ଜ, ଦେବଗଡ, ନୟାଗଡ଼, ନୂଆପଡା ଜିଲ୍ଲାରେ ଘଡଘଡି ସହ ପ୍ରବଳ ବର୍ଷାର ଆଶଙ୍କା ରହିଛି | ଯାହାକୁ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନ କେନ୍ଦ୍ର |

ତେବେ ଆଜି ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ, କେନ୍ଦୁଝର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରିକୁ ସତର୍କତା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୭ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହିବି ସମସ୍ତ ଜିଲ୍ଲାକୁ ସତର୍କ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଆକ୍ଟିଭ ମୋଡ଼ରେ ରହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର |

Advertisement

Leave a Reply

Your email address will not be published. Required fields are marked *