Pratidin TV

Odisha's Digital News Platform

ଭରତପୁର ଥାନା ଘଟଣା: ବନ୍ଦ ଡାକରା ପ୍ରତ୍ୟାହୃତ କଲା ବିଜେଡି …

1 min read

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯ୍ୟାତନା ଘଟଣା ଥମିବାର ନାଁ ଧରୁନି। ଏହି ଘଟଣା ଏବେ ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଭରତପୁର ଥାନା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯାହାପରେ ୬ ଘଣ୍ଟିଆ ଭୁବନେଶ୍ବର ବନ୍ଦ ଡାକରାକୁ ବାତିଲ ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ପରେ ବିଜେଡି ଆନ୍ଦୋଳନ ପ୍ରତ୍ୟାହାର କରିଥିବା ଦେବୀ ମିଶ୍ର ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ଆସନ୍ତା ୨୪ରେ ଭୁବନେଶ୍ବର ବନ୍ଦ ଡାକରା ଦେଇଥିଲା ବିଜେଡି। ୬ ଘଣ୍ଟା ଧରି ଚକଅଖ ବନ୍ଦ କରିବାକୁ ଡାକରା ଦେଇଥିଲା। ଘଟଣାକୁ ଚପାଇବାକୁ ରାଜ୍ୟ ସରକାରଙ୍କ ଅପଚେଷ୍ଟା କରୁଥିବା କହି ବନ୍ଦ ଡାକରା ଦେଇଥିଲା ବିଜେଡି। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସକାଳ ୬ଟାରୁ ଦିନ ଗୋଟାଏ ଯାଏଁ ବନ୍ଦ ପାଳନ ଡାକରା ଦେଇଥିଲା। ଏହି ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲାଗି ରାଜଭବନ ଘେରାଉ କରିଥିଲା ମହିଳା ବିଜେଡି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ବିଜେଡି ଆନ୍ଦୋଳନ ପ୍ରତ୍ୟାହାର କରିଛି।

Advertisement

ଅନ୍ୟପଟେ, ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୁଲିସର ନିର୍ଯାତନା ଦେବା ଘଟଣା ପୂରା ଦେଶରେ ହଇଚଇ ସୃଷ୍ଟି କରିଛି। ଭରତପୁର ଥାନା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରବିବାର କେନ୍ଦୁଝର ଗସ୍ତରୁ ଫେରିବା ପରେ ମୁଖ୍ୟମନ୍ତ୍ରୀ ଲୋକସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରି ଉପୋରକ୍ତ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଦ୍ବାରା ଉକ୍ତ ତଦନ୍ତ ହେବ। ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ କମିଶନଙ୍କୁ ଅନୁରୋଧ କରାଯାଇଥିବା ଜଣାପଡିଛି।ଏହି ମାମଲାରେ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ ମାମଲାର ମୋଡ ବଦଳିଛି । ସରକାରୀ ଉଦାସୀନତା ଓ ପୀଡିତାଙ୍କ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଥିବା ମୁଖ୍ୟ ବିରୋଧୀ ଦଳ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଛି ।

Leave a Reply

Your email address will not be published. Required fields are marked *