Pratidin TV

Odisha's Digital News Platform

ସୈତାନ ସ୍ୱାମୀର ନାରକୀୟ କାଣ୍ଡ : ମୋବାଇଲ ପାଇଁ ସ୍ତ୍ରୀକୁ ପଥରରେ ଛେଚିଦେଲା ..

ମୟୁରଭଞ୍ଜ : ସାମାନ୍ୟ ମୋବାଇଲ ନ ପାଇବାରୁ ସ୍ୱାମୀ ଭୁଲିଗଲା ହିତାହିତ ଜ୍ଞାନ । ପ୍ରଥମେ ରାତିରେ ସ୍ତ୍ରୀ ର ହାତ କାଟିଲା ସେତିକି ରେ ମନ ବୁଝିଲା ନାହିଁ ଯେ ସକାଳୁ ଗାଁ ଦାଣ୍ଡରେ ସ୍ତ୍ରୀ କୁ ପଥରରେ ଛେଚିଲା ସ୍ୱାମୀ । ଏଭଳି ଏକ ବିଭତ୍ସ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଉପରତାଳଡିହା ଗ୍ରାମରେ ।

ଗ୍ରାମର ସୋନାଲି ହାଁସଦା ଘରେ ଥିବା ବେଳେ ତାଙ୍କ ସ୍ୱାମୀ ରାଜୁ ହାଁସଦା ଗତକାଲି ବିଳମ୍ବିତ ରାତିରେ ଘରେ ପହଞ୍ଚି ନିଜ ଫୋନ ଖୋଜିଥିଲେ । ଫୋନ ନ ପାଇବାରୁ ସ୍ତ୍ରୀ ସୋନାଲିକୁ ପଚାରି ଥିଲେ । ସ୍ତ୍ରୀ ମୋବାଇଲ ଖୋଜିନପାରିବାରୁ ଉତକ୍ଷିପ୍ତ ହୋଇ ଉଠିଥିଲେ ସ୍ୱାମୀ । ଏହା ପରେ ଏକ ଛୁରୀ ଆଣି ସ୍ତ୍ରୀ ସୋନାଲିର ହାତ କାଟି ଦେଇଥିଲେ । ଯେଉଁଥିରେ ସ୍ତ୍ରୀ ସୋନାଲି ଗୁରୁତର ହୋଇଥିଲେ । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଏହା ପରେ ସ୍ୱାମୀ ସେଠାରୁ ଚାଲି ଯାଇଥିବା ବେଳେ ଆଜି ଆସି ପୁଣି ଗାଁ ଦାଣ୍ଡରେ ଏକ ପଥରରେ ସ୍ତ୍ରୀ ସୋନାଲିର ମୁଣ୍ଡକୁ ଛେଚି ଦେଇଥିଲେ ।

ସ୍ଥାନୀୟ ଲୋକେ ସ୍ୱାମୀକୁ ଧରିବା ପରେ ପୋଲିସ କୁ ଖବର ଦେଇଥିଲେ । ପୋଲିସ ସୈତାନ ସ୍ୱାମୀକୁ ଥାନାକୁ ନେଇଥିବା ବେଳେ ଗୁରୁତର ଅବସ୍ଥାରେ ସୋନାଲି ଉଦଳା ଡାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି ।

Leave a Reply

Your email address will not be published. Required fields are marked *