Pratidin TV

Odisha's Digital News Platform

ମହଙ୍ଗା ପଡିଲା ତିରୁପତି ଲଡୁ, ଜଗନ ମୋହନଙ୍କ ନାଁରେ ଏତଲା

1 min read

ଘନେଇବାରେ ଲାଗିଛି ତିରୁପତି ଲଡୁ ବିବାଦ | ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ NDA ବିଭାଗ ବିଧାୟକ ବୈଠକରେ ପ୍ରସାଦର ଅପମିଶ୍ରଣ ଅଭିଯୋଗ ଆଣିଥିଲେ | ବର୍ତ୍ତମାନ ଏହି ଅଭିଯୋଗ ପରେ ହାଇଦ୍ରାବାଦରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଏବଂ ଅନ୍ୟମାନଙ୍କ ବିରୋଧରେ ଅଭିଯୋଗ ଆସିଛି |ଏହି ଅଭିଯୋଗ ତାଙ୍କୁ ମନ୍ଦିରକୁ ଅପିଆମିନ୍ଟ କରିବା , ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇିଛି। ଆଡଭୋକେଟ୍ କେ. କରୁଣା ସାଗର ପରୀକ୍ଷା ହୋଇଥିବା ଲ୍ୟାବ୍‌ ରିପୋର୍ଟକୁ ଦର୍ଶାଇ ସୟଦାବାଦ ପୁଲିସ ଷ୍ଟେସନରେ ଜଗନମୋହନ ରେଡ୍ଡୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।

କରୁଣା ସାଗର କହିଛନ୍ତି ଯେ ଏହି ରିପୋର୍ଟ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେ ଘଟଣାର ତଦନ୍ତ ପାଇଁ ପୁଲିସକୁ ଅନୁରୋଧ କରିଛନ୍ତି। ଶ୍ରୀ ଭେଙ୍କଟେଶ୍ୱରା ସ୍ୱାମୀ ମନ୍ଦିରକୁ ଅପମାନିତ କରିବା ଏବଂ ଲକ୍ଷ ଲକ୍ଷ ହିନ୍ଦୁଙ୍କ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ଜଗନମୋହନ ରେଡ୍ଡୀ ଏବଂ ଅନ୍ୟମାନଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।

Advertisement

ସେପଟେ ଏହି ମାମଲାରେ ହାଇଦ୍ରାବାଦ ପୁଲିସ କହିଛି ଯେ, ଏହି ମାମଲା ଆନ୍ଧ୍ରପ୍ରଦେଶର। ତେଣୁ ସେମାନେ ଏହି ପ୍ରସଙ୍ଗରେ ଆଇନଗତ ମତାମତ ନେଉଛନ୍ତି। ଆଇନଗତ ମତ ଆଧାରରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର ପରିଚାଳନା କରୁଥିବା ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ଶୁକ୍ରବାର ଦିନ କହିଛି ଯେ ଅପମିଶ୍ରିତ ଅଭିଯୋଗ ଆସିବା ପରେ ଘିଅର ମାନ ପରୀକ୍ଷା ପାଇଁ ପଠାଯାଇଛି। ୨ ଦିନ ପୂର୍ବୋ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌ ଚନ୍ଦ୍ରବାବୁ ନାଇଡୁ ଲଡ଼ୁରେ ପଶୁ ଚର୍ବି ଓ ମାଛ ତେଲ ମିଶିଥିବା ଅଭିଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *