Pratidin TV

Odisha's Digital News Platform

ଭରତପୁର ଥାନାରେ ରିଷ୍ଟଖଣ୍ଡନ ପାଇଁ ନୂଆ IIC କଲେ ଗ୍ରହ ଶାନ୍ତି ପୂଜା ।

1 min read

ଭୁବନେଶ୍ୱର ; ଭରତପୁର ଥାନାରେ ଚାଲିଛି ଗ୍ରହଶାନ୍ତି ପୂଜା । ନୂଆ IIC ଦୀପକ ଖଣ୍ଡାୟତରାୟ ଆଜି ଥାନାରେ ଯୋଗ ଦେଇ ସ୍ବତନ୍ତ୍ର ପୂଜାର ଆୟୋଜନ କରିଥିଲେ । ପୂଜାପାଠ ସହ ଥାନା ଗେଟ୍ରେ ଲଙ୍କାଲେମ୍ବୁ ଝୁଲାଇଛନ୍ତି ଆଇଆଇସି ଦୀପକ । ଏନେଇ ଯେତେବେଳେ ଗଣାମାଧ୍ୟମ ଆଇଆଇସିଙ୍କୁ ପ୍ରଶ୍ନ କରିଥିଲା ସେ କହିଥିଲେ ଯେ ମୁଁ ନୂଆ ଜଏନ୍ କରି ନିଜର ମାନସିକ ସ୍ଥିତି ଶାନ୍ତ ପାଇଁ ପୂଜା କରିଛି । ଆଗକୁ ନିଶ୍ଚୟ ନ୍ୟାୟ ହେବ ।

ଏପଟେ ଭରତପୁର କାଣ୍ଡକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି । ଯାହା ଅନୁଯାୟୀ ମେଜର ଓ ତାଙ୍କ ବାନ୍ଧବୀ ଙ୍କ ନାଁ କୌଣସି ବି ଗଣମାଧ୍ୟମରେ ପ୍ରକାଶ ନକରିବାରୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଇଲେକ୍ଟ୍ରୋନିକ୍ସ, ପ୍ରିଣ୍ଟ ମିଡିଆରେ କିମ୍ବା ସାମାଜିକ ଗଣମାଧ୍ୟମରେ ସେମାନଙ୍କ ନାଁ ଫଟୋ ପ୍ରକାଶ ନ କରିବା ପାଇଁ ନିର୍ଦ୍ଦେଶ ।

Advertisement

ଅନ୍ୟପଟେ ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଭେଟିଛନ୍ତି ଭରତପୁର ଥାନା ନିର୍ଯାତନାର ପୀଡ଼ିତା। ତାଙ୍କ ବାପା ଓ ମେଜର ମଧ୍ୟ ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଲୋକସେବା ଭବନରେ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *