Pratidin TV

Odisha's Digital News Platform

ସୁପ୍ରିମ କୋର୍ଟଙ୍କ ନିଷ୍ପତ୍ତି : ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଦେଖିବା କିମ୍ବା ଡାଉନ୍‌ଲୋଡ କରିବା ଅପରାଧ ..

1 min read

ଆଜିର ଇଣ୍ଟରନେଟ୍ ଜମାନାରେ ଅଧିକାଂଶ ଯୁବପୀଢ଼ିଙ୍କର କିଛି ଖରାପ ଅଭ୍ୟାସ ରହିଥାଏ । ତେବେ ସେଥି ମଧ୍ୟରୁ ଗୋଟିଏ କୁଅଭ୍ୟାସ ହେଉଛି ଅନଲାଇନରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି। ଆପଣଙ୍କର ଯଦି ଏପରି ଖରାପ ଅଭ୍ୟାସ ରହିଛି ତେବେ ଆଜିଠୁ ସୁଧୁରି ଯାଆନ୍ତୁ । ନହେଲେ ଭୋଗିବେ କଡ଼ା ଦଣ୍ଡ । କେବଳ ଏତିକି ନୁହେଁ ଆପଣଙ୍କୁ ହୋଇପାରେ ଜେଲ । କାରଣ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ବା ପିଲାମାନଙ୍କ ସହ ଜଡିତ ଅଶ୍ଳୀଳ ବିଷୟବସ୍ତୁ ଉପରେ ସୁପ୍ରିମକୋର୍ଟ ଏକ ବଡ ନିଷ୍ପତ୍ତି ଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ଏଭଳି ବିଷୟବସ୍ତୁ ଦେଖିବା, ରଖିବା କିମ୍ବା ଡାଉନଲୋଡ୍ କରିବା ଏକ ଅପରାଧ। କେବଳ ଏତିକି ନୁହେଁ, ଯଦି ଆପଣଙ୍କ ଫୋନରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସମ୍ବନ୍ଧୀୟ ବିଷୟବସ୍ତୁ ଅଛି, ତେବେ ଆପଣଙ୍କୁ ଜେଲ ଦଣ୍ଡ ଦିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। 

ସିଜେଆଇ ଡିଓ୍ୱାଇ ଚନ୍ଦ୍ରଚୂଡ୍, ଜଷ୍ଟିସ୍ ଜେ.ବି ପାରଡିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କ ବେଞ୍ଚ ଏହି ନିଷ୍ପତ୍ତି ଶୁଣାଇନ୍ତି। ଏହି ରାୟ ଦେବାବେଳେ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟ ନିଷ୍ପତ୍ତିକୁ ମଧ୍ୟ ରଦ୍ଦ କରି ଦେଇଛନ୍ତି। ନିକଟରେ ମାଡ୍ରାସ ହାଇକୋର୍ଟ ମୋବାଇଲ୍ ଫୋନରେ ଶିଶୁ ଅଶ୍ଳୀଳ ବିଷୟବସ୍ତୁ ରଖିଥିବା ଅଭିଯୋଗ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଲିଥିବା ମାମଲାକୁ ବାତିଲ କରିଦେଇଥିଲେ। କେବଳ ଶିଶୁ ଅଶ୍ଳୀଳତା ଡାଉନଲୋଡ୍ କରିବା ଏବଂ ଦେଖିବା POCSO ଆକ୍ଟ ଅନୁଯାୟୀ ଅପରାଧ ନୁହେଁ ବୋଲି ଏଥିରେ ଦର୍ଶାଯାଇଥିଲା। ମାଡ୍ରାସ ହାଇକୋର୍ଟଙ୍କ ଏହି ରାୟ ଆସିବା ପରେ ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଅନେକ ସଂଗଠନ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଜି ଏହି ମାମଲାର ଶୁଣାଣି ହୋଇଛି।

Advertisement

ଜେଆଇ ଡିୱାଇ ଚନ୍ଦ୍ରଚୁଡ଼, ଜଷ୍ଟିସ୍ ଜେ.ବି ପରଦୀୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କୁ ନେଇ ଗଠିତ ଏକ ବେଞ୍ଚ କହିଛନ୍ତି ଯେ ପୋକସୋ ଆକ୍ଟ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଅଧିନିୟମ ଅନୁଯାୟୀ ଶିଶୁ ଅଶ୍ଳୀଳତା ଦେଖିବା ଏବଂ ଡାଉନଲୋଡ୍ କରିବା ଅପରାଧ ଅଟେ। ଖଣ୍ଡପୀଠ ଚାଇଲ୍ଡ ପର୍ଣ୍ଣୋଗ୍ରାଫୀ ଏବଂ ଏହାର ଆଇନଗତ ପରିଣାମ ଉପରେ ମଧ୍ୟ କିଛି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି।

Leave a Reply

Your email address will not be published. Required fields are marked *