Pratidin TV

Odisha's Digital News Platform

ମାଗଣା ରେ ଭାରତରେ ପଢିବେ ବିଦେଶୀ ଛାତ୍ର ଛାତ୍ରୀ , ସରକାର ଦେବେ ୪ କୋଟିର ମେଧାବୃତି ..

1 min read

ଏବେ ମାଗଣାରେ ପାଠ ପଢିବେ ବିଦେଶୀ ଛାତ୍ର ଛାତ୍ରୀ । ଅଧିକ ଶିକ୍ଷା ପାଇଁ ଭାରତୀୟ ଛାତ୍ର ଛାତ୍ରୀ ମାନେ ବିଦେଶ ଯାଉଥିଲେ  । ହେଲେ ଏବେ ପାଠ ପଢିବାକୁ ଭାରତ ଆସିବେ ବିଦେଶ ରୁ ଛାତ୍ର ଛାତ୍ରୀ । ତାହା ପୁଣି ସମ୍ପୂର୍ଣ୍ଣ ମାଗଣା  ।ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ପାଇଁ ୫ ଲକ୍ଷ ଡଲାର ( ୪.୧୭ କୋଟି ଟଙ୍କା)ର ୫୦ କ୍ୱାର୍ଡ ସ୍କଲାରସିପ୍‌ ଘୋଷଣା ହୋଇଛି । 

କ୍ୱାର୍ଡ ସ୍କଲାରସିପ୍‌ ଅଧିନରେ ବିଦେଶୀ ଛାତ୍ରମାନେ ଭାରତ ସରକାରଙ୍କ ଅନୁଦାନପ୍ରାପ୍ତ ଇଞ୍ଜିନିୟରିଂ କଲେଜରେ ୪ ବର୍ଷୀୟା ସ୍ମାତକୋତ୍ତର ପାଠ ପଢିପାରିବେ । ଭାରତ ପକ୍ଷରୁ ଏପରି ସମୟରେ ଏହି ଯୋଜନାର ଘୋଷଣା କରାଯାଇଛି କି, ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଅଛନ୍ତି । ଆଉ କ୍ୱାର୍ଡ ଶିଖର ସମ୍ମିଳନୀରେ ଭାଗ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନୋ ଉପସ୍ଥିତ ରହିଥିଲେ ।  ୪ର୍ଥ ଦେଶ- ଅଷ୍ଟ୍ରେଲିଆ, ଭାରତ, ଜାପାନ ଏବଂ ଆମେରିକା ୨୪ ସେପ୍ଟେମ୍ବର ୨୦୨୧ରେ ୪୦,୦୦୦ ଆମେରିକୀୟ ଡଲାରର କ୍ୱାଡ ଫେଲୋସିପ୍ ଘୋଷଣା କରିଥିଲେ। ଏହି ସ୍କଲାରସିପ୍‌ରେ ଉଦ୍ଦେଶ୍ୟ ହେଉଛି STEM ( ବିଜ୍ଞାନ, ବୈଷୟିକ, ଇଞ୍ଜିନିୟରି, ଗଣିତ) ଛାତ୍ରମାନଙ୍କୁ ସମର୍ଥନ କରିବା |

Advertisement

Leave a Reply

Your email address will not be published. Required fields are marked *