Pratidin TV

Odisha's Digital News Platform

ମନୀଷ ସିସୋଦିଆ କହିଲେ ଦୁଃଖ କାହାଣୀ , ପୁଅର କଲେଜ ଫି’ ଦେବାକୁ ମାଗିଥିଲେ ଭିକ ..

1 min read

 ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ଆପ୍ ନେତା ମନୀଷ ସିସୋଦିଆ କହିଛନ୍ତି ତାଙ୍କ ଦୁଃଖ କାହାଣୀ । ଶୁଣିଲେ କାହା ଆଖିରୁ ବି ଲୁହ ଆସିଯିବ । ତାଙ୍କ ସହିତ ବିତିଯାଇଥିବା ସେହି ସମୟକୁ ପୁଣି ଥରେ ମନେ ପକାଇଛନ୍ତି ମନୀଷ ସିସୋଦିଆ । ଦିନେ ସେ ପୁରା ପୁରି ନିଶ୍ବ ହେଇଯାଇଥିଲେ ଏମିତି କୁ ପୁଅର କଲେଜ ଫି’ ଦେବାକୁ ତାଙ୍କୁ ଲୋକଙ୍କୁ ଭିକ ମାଗିବାକୁ ପଡ଼ିଥିଲା।

  ଏହାବିଷୟରେ ସେ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମନୀଷ ସିସୋଦିଆ କହିଥିଲେ, ମୁଁ ସାମ୍ବାଦିକ ଥିବା ବେଳେ ୨୦୦୨ ମସିହାରେ ୫ ଲକ୍ଷ ଟଙ୍କା ଦେଇ ଛୋଟିଆ ଘରଟିଏ କିଣିଥିଲି। ସେମାନେ (ଇଡି) ସେହି ଘରକୁ ସିଲ୍ କରି ଦେଲେ ଓ ନିଜ ହେପାଜତକୁ ନେଇଗଲେ। ମୋ ବ୍ୟାଙ୍କ ଆକାଉଣ୍ଟରେ ୧୦ ଲକ୍ଷ ଟଙ୍କା ଥିଲା। ତାହା ମୋ ଦରମା ଟଙ୍କାରୁ ରହିଥିଲା। ସେମାନେ ମୋ ଟଙ୍କା ମଧ୍ୟ ନେଇଗଲେ। ମୋ ପୁଅ କଲେଜରେ ପଢ଼େ। ଇଡି ମୋ ବ୍ୟାଙ୍କ ଆକାଉଣ୍ଟ ଅଚଳ କରି ଦେବାରୁ ମୁଁ ଲୋକଙ୍କୁ ଭିକ ମାଗିଥିଲି ତା’ କଲେଜ ଫି’ ଦେବାକୁ।ସେ କହିଥିଲେ, ଇଡି ମୋତେ ଏହିଭଳି ଭାବେ ମାନସିକ ସ୍ତରରେ ନିର୍ଯାତନା ଦେଉଥିଲେ। ସେମାନେ ମନୀଷ ସିସୋଦିଆକୁ ଭାଙ୍ଗି ଦେବାକୁ ପ୍ରୟାସ କରିଥିଲେ। କିନ୍ତୁ ମୁଁ ଅରବିନ୍ଦ କେଜ୍ରିୱାଲଙ୍କର ଜଣେ ବିଶ୍ୱସ୍ତ ସିପାହୀ। ମୁଁ ଭାଙ୍ଗିଲି ନାହିଁ କି ଭୟଭୀତ ହେଲି ନାହିଁ।

Advertisement

ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ମନୀଷ ସିସୋଦିଆଙ୍କ ମୁଣ୍ଡରେ ନିଜେ ଅରବିନ୍ଦ କେଜ୍ରିୱାଲ ଦୋଷ ଲଦିଥିଲେ ବୋଲି ତଦନ୍ତକାରୀ ସଂସ୍ଥା ତାଙ୍କୁ କହିଥିବା ପ୍ରସଙ୍ଗରେ ମଧ୍ୟ ସେ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ଯେ ଅରବିନ୍ଦ କେଜ୍ରିୱାଲ ଓ ତାଙ୍କ ମଧ୍ୟରେ ଥିବା ସଂପର୍କକୁ ବିଜେପି ଭାଙ୍ଗିବାକୁ ଚେଷ୍ଟା କରିଥିଲା। ଜେଲ୍‌ରେ ମୋତେ କୁହାଯାଇଥିଲା ଯେ କୋର୍ଟରେ କେଜ୍ରିୱାଲ ତାଙ୍କ ନାଁ ନେଇଛନ୍ତି। କେଜ୍ରିୱାଲଙ୍କ ନାଁ ନେଲେ ତାଙ୍କୁ ଛାଡ଼ି ଦିଆଯାଇବ ବୋଲି ମଧ୍ୟ କୁହାଯାଇଥିଲା। ତେବେ କେଜ୍ରିୱାଲ ଓ ତାଙ୍କର ସଂପର୍କ ଭଗବାନ ଶ୍ରୀରାମ ଓ ଭଗବାନ ଲକ୍ଷ୍ମଣଙ୍କ ସଂପର୍କ ଭଳି। 

ସୂଚନାଯୋଗ୍ୟ ଦିଲ୍ଲୀ ଅବକାରୀ ନୀତି ମାମଲାରେ ମନୀଷ ସିସୋଦିଆଙ୍କୁ ୨୦୨୩ ଫେବ୍ରୁଆରୀ ୨୬ ତାରିଖରେ ସିବିଆଇ ଗିରଫ କରିଥିଲା । ପରେ ମନି ଲଣ୍ଡରିଂ ମାମଲାରେ ମାର୍ଚ୍ଚ ୯ ତାରିଖରେ ସିସୋଦିଆଇଙ୍କୁ ଇଡି ଗିରଫ କରିଥିଲା । ସେବେଠାରୁ ସେ ଜେଲରେ ଥିଲେ। ପ୍ରାୟ ୧୮ ମାସ ଜେଲରେ ରହିବା ପରେ ଜେଲ ରୁ ଫେରିଥିଲେ   ମନୀଷ ସିସୋଦିଆ ।

Leave a Reply

Your email address will not be published. Required fields are marked *