Pratidin TV

Odisha's Digital News Platform

ଚଳନ୍ତା ଟ୍ରେନ ରୁ ବାହାରିଲା ସାପ , ଯାତ୍ରୀ ଛାନିଆ ..

1 min read

ଚାଲୁଥିଲା ଟ୍ରେନ । ଟ୍ରେନ ଭିତରେ ରହିଥିଲେ ଅନେକ ଯାତ୍ରୀ । ହେଲେ ଟ୍ରେନ ଭିତରୁ ବାହାରିଲା ସାପ ।  ଯାହାକୁ ଦେଖିବା ପରେ ଛାନିଆ ହୋଇଗଲେ ଟ୍ରେନ ରେ ଥିବା ସମସ୍ତ ଯାତ୍ରୀ । ଏପରି ଏକ ଘଟଣା  ମଧ୍ୟପ୍ରଦେଶର ଜବଲପୁରରୁ ମୁମ୍ବାଇ ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ଦେଖିବାକୁ ମିଳିଛି । ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଭାଇରାଲ ହେଉଥିବା ଭିଡିଓରେ ଏହା ଦେଖିବାକୁ ମିଳୁଛି ଯେ ଏକ ବଡ଼ କୋବ୍ରା ସାପ ଗରିବ ରଥ ଏକ୍ସପ୍ରେସ ଟ୍ରେନର ବର୍ଥ ଉପରେ ଫଣା ଟେକି ଶୋଇଛି। ଏହାକୁ ଦେଖି ସମଗ୍ର କମ୍ପାର୍ଟମେଣ୍ଟରେ ଆତଙ୍କ ଖେଳିଯାଇଛି। ଲୋକମାନେ ନିଜ ଆସନ ଛାଡି ଭୟରେ ଦୌଡିବାକୁ ଲାଗୁଛନ୍ତି। ଏହି ସମୟ ମଧ୍ୟରେ ସେଠାରେ ଉପସ୍ଥିତ ଜଣେ ଯାତ୍ରୀ ଏହି ଘଟଣାର ଭିଡିଓକୁ ମୋବାଇଲରେ ରେକର୍ଡ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ, ଯାହା ବର୍ତ୍ତମାନ ଭାଇରାଲ ହେଉଛି।

Advertisement

ସୂଚନା ମୁତାବକ, ଟ୍ରେନଟି କାସରା ରେଳ ଷ୍ଟେସନରେ ଥିଲାବେଳେ ଯାତ୍ରୀମାନେ ଏସି କୋଚ୍ ଭିତରେ ସାପ ଥିବା ଦେଖିଥିଲେ। କୁହାଯାଉଛି ଯେ ୫ ଫୁଟ ଲମ୍ବର ସାପ କୋଚ ନମ୍ବର G17 ରେ ସିଟ୍ ତଳେ ଲୁଚି ରହିଥିଲା, ଯାହା ହଠାତ୍ ସାଇଡ୍‌ ବର୍ଥରୁ ବାହାରକୁ ଚାଲି ଆସିଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ବ୍ୟକ୍ତି ଆହତ ହୋଇନାହାନ୍ତି। ଏହି ଘଟଣା କୁ ନେଇ  ତୁରନ୍ତ ଟ୍ରେନ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା, ଏହା ପରେ ଟ୍ରେନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *