Pratidin TV

Odisha's Digital News Platform

କହୁ କହୁ କହିଦେଲେ ନୀତୀନ ଗଡ଼କରୀ , ୪ର୍ଥ ଥର ନାହିଁ ବିଜେପିର ଗ୍ୟାରେଣ୍ଟୀ !

1 min read

ଚତୁର୍ଥଥର ଭାଜପା ସରକାର ଆସିବ କୌଣସି ଗ୍ୟାରେଣ୍ଟି ନାହିଁ ଏମିତି କିଛି ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ । ନାଗପୁରରେ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ମୋଦି ସରକାରଙ୍କ ମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆର ମୁଖ୍ୟ ରାମଦାସ ଅଠୱାଲେଙ୍କ ଉପରେ ଏକ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ଗଡକରୀ କହିଛନ୍ତି ଯେ, ଆମ ସରକାର ଚତୁର୍ଥ ଥର ପ୍ରତ୍ୟାବର୍ତ୍ତନ କରିବାର କୌଣସି ଗ୍ୟାରେଣ୍ଟି ନାହିଁ, କିନ୍ତୁ ରାମଦାସ ଅଠୱାଲେ ମନ୍ତ୍ରୀ ହେବା ନିଶ୍ଚିତ। 

 ବର୍ତ୍ତମାନ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର କ୍ଷମତାରେ ରହିଛି। ଏନଡିଏ ତୃତୀୟ ଥର ପାଇଁ କେନ୍ଦ୍ରରେ କ୍ଷମତା ଦଖଲ କରିଥିବା ବେଳେ ଅଠାୱାଲେ ଓ ଗଡ଼କରୀ ମଧ୍ୟ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ଅଠାୱାଲେ ବିଭିନ୍ନ ସରକାରରେ ମନ୍ତ୍ରୀ ହେଉଥିବାରୁ ତାଙ୍କୁ ୪ର୍ଥ ପାଳିର ଗ୍ୟାରେଣ୍ଟ ନାହିଁ ବୋଲି ଗଡ଼କରୀ କହି ଚିଢ଼ାଇଛନ୍ତି।” ଗଡ଼କରୀ ହସିହସି ଏକଥା କହିବା ସମୟରେ ଅଠାୱାଲେ ଷ୍ଟେଜ ଉପରେ ଉପସ୍ଥିତ ରହିଥିଲେ। ତାଙ୍କୁ ଚାହିଁ ଗଡକରୀ କହିଥିଲେ ଯେ ‘‘ମୁଁ କେବଳ ମଜାକ କରୁଛି।” ଗଡକରୀ ଆହୁରି ମଧ୍ୟ କହିଛନ୍ତି ଯେ, ମୁଁ ରାମଦାସ ଅଠୱାଲେଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ସେ ଏକ ସୁସ୍ଥ ଜୀବନ ପ୍ରାପ୍ତ କରନ୍ତୁ। ମୁଁ ତୁମ ସମସ୍ତଙ୍କ ପାଇଁ ଏହା ପ୍ରାର୍ଥନା କରୁଛି। ମୋର ବିଶ୍ୱାସ ଯେ, ସେ ତାଙ୍କର ସମଗ୍ର ଜୀବନକୁ ଦଳିତ ଲୋକଙ୍କ ପାଇଁ ଉତ୍ସର୍ଗ କରିଥିଲେ। ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ (ଆରପିଆଇ) ନେତା ରାମଦାସ ଅଠୱାଲେ ମୋଦି ସରକାରରେ ତୃତୀୟ ଥର ପାଇଁ ମନ୍ତ୍ରୀ ହୋଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *