Pratidin TV

Odisha's Digital News Platform

ଜିଲ୍ଲା ଗସ୍ତ କରି ଅଭିଯୋଗ ଶୁଣିବେ ମୁଖ୍ୟ ମନ୍ତ୍ରୀ , ଚାଲିଛି ପଞ୍ଜିକରଣ …

1 min read

ଜିଲ୍ଲା ବୁଲିବା ବେଳେ ଆଭିଯୋଗ ଶୁଣିବେ ମୁଖ୍ୟମନ୍ତ୍ରୀ  | ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ବେଳେ ତିଆରି ହେବ ସ୍ବତନ୍ତ୍ର ଅଭିଯୋଗ ପ୍ରକୋଷ୍ଠ କ୍ୟାମ୍ପ ।   ମୁଖ୍ୟମନ୍ତ୍ରୀଙ୍କ ଇଛା ଆଗାମୀ ଦିନରେ ଉତ୍ତର ଓଡ଼ିଶା, ପଶ୍ଚିମ ଓଡ଼ିଶା, ଦକ୍ଷିଣ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ସେଠାରେ ଲୋକଙ୍କ ଅଭିଯୋଗ ଶୁଣିବେ | ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଅନୁସାରେ ତଳସ୍ତରକୁ ଯିବା ପାଇଁ ଆଗାମୀ ଦିନର ବ୍ୟବସ୍ଥା ରହିଛି |ଏନେଇ ସୂଚନା ଦେଇଛନ୍ତି, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ।

ଏହା ଦ୍ୱାରା ଜନସାଧାରଣ ସହଜରେ ଅଭିଯୋଗ ପତ୍ର ଦାଖଲ କରିବେ | ୧ ହଜାରରୁ ଅଧିକ ଅଭିଯୋଗକାରୀ ଅଭିଯୋଗ ନେଇ ଅଭିଯୋଗ କରିଛନ୍ତି | ଦିବ୍ୟାଙ୍ଗ, ବୟସ୍କ ଏବଂ ବିଭିନ୍ନ ସମସ୍ୟାରେ ଜଡିତ ଥିବା ଅଭିଯୋଗକାରୀ ବର୍ତ୍ତମାନ  ପଞ୍ଜିକୃତ କରିଛନ୍ତି | ବିଗତ ଦିନରେ ଅଧିକ ସଂଖ୍ୟାରେ ଲୋକ ଆସିଥିବାରୁ ସମାଧାନରେ ସମସ୍ୟା ହେଉଥିଲା | ସରଳୀକରଣ ପାଇଁ ନିର୍ଦ୍ଧିଷ୍ଟ ସମୟ ରଖାଯାଇଛି | ଦେଢ଼ ମାସ ବିଧାନସଭା ଥିବାରୁ କାର୍ଯ୍ୟକ୍ରମ ବନ୍ଦ ଥିଲା |

Advertisement

ତେବେ କହିରଖୁଛୁ, ପ୍ରତି ସେମାବାର ୟୁନିଟ୍ ୪ ସ୍ଥିତ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ରମନ୍ତ୍ରୀ ଲୋକଙ୍କ ଗୁହାରି ଶୁଣନ୍ତି । କିନ୍ତୁ ଯେଉଁ ଯେଉଁ ସେମାବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ରହିଥାଏ ସେହିଦିନ ନାହିଁନଥିବା ଭିଡ ଭୁବନେଶ୍ବରରେ ଦେଖିବାକୁ ମିଳିଥାଏ । ଯାହାକୁ ନେଇ ବିଭିନ୍ନ ଜିଲ୍ଲାରେ ଜିଲ୍ଲାପାଳଙ୍କୁ ତାଙ୍କର ଅଭିଯୋଗ ଶୁଣାଇ ପାରିବେ ବୋଲି ଲୋକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏନେଇ ପ୍ରତି ସୋମବାର ଜିଲ୍ଲାପାଳ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଗ୍ରହଣ କରି ଏହାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଇବା ପାଇଁ  ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି

Leave a Reply

Your email address will not be published. Required fields are marked *