Pratidin TV

Odisha's Digital News Platform

ଲେବାନନ୍‌ରେ ଇସ୍ରାଏଲ୍‌ର ଜୋର୍‌ଦାର ଆକ୍ରମଣ; ହିଜବୁଲ୍ଲାର ୮୦୦ ଆଡ୍ଡା ଧ୍ୱଂସ ୪୦୦ରୁ ଉର୍ଦ୍ଧ୍ବ ମୃତ୍ୟୁ

1 min read

ଇସ୍ରାଏଲୀ ସେନା ଲେବାନନ୍‌ ଉପରେ ଆକ୍ରମଣକୁ ଜୋର୍‌ଦାର କରିଛି। ସୋମବାର ଏହାର ସବୁଠୁ ଘାତକ ଆକ୍ରମଣରେ ୨୭୪ ଜଣ ନିହତ ହେବା ସହ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ଆଗକୁ ହେଜ୍‌ବୋଲ୍ଲା ବିରୋଧରେ ଆହୁରି ଘାତକ ଏୟାରଷ୍ଟ୍ରାଇକ୍‌ ହେବାକୁ ଥିବାରୁ ଲେବାନନ୍‌ର ଦକ୍ଷିଣ ଏବଂ ପୂର୍ବାଞ୍ଚଳରୁ ଲୋକମାନଙ୍କୁ ଘରଦ୍ୱାର ଛାଡ଼ି ପଳାଇଯିବା ପାଇଁ ଇସ୍ରାଏଲ୍‌ ସେନା ସତର୍କ କରିଦେଇଛି। ଦକ୍ଷିଣ ଭାଗରୁ ଅନେକ ହଜାର ଲେବାନିଜ୍‌ ପଳାୟନ କରୁଥିବାରୁ ବେରୁଟ୍‌ ଆଡ଼କୁ ଯାଇଥିବା ମୁଖ୍ୟ ରାଜପଥରେ ଗାଡ଼ି ଜାମ୍‌ ଦେଖିବାକୁ ମିଳିଛି। ୨୦୦୬ର ଇସ୍ରାଏଲ୍‌-ହେଜ୍‌ବୋଲ୍ଲା ଯୁଦ୍ଧ ପରେ ଏହା ସବୁଠୁ ବଡ଼ ଗଣପଳାୟନ।

ଖୋଜି ଖୋଜି ପ୍ରାୟ ୩ ଶହରୁ ଅଧିକ ହେଜବୁଲ୍ଲା କ୍ୟାମ୍ପକୁ ଇସ୍ରାଏଲ୍ ଟାର୍ଗେଟ୍ କରିଛି। ହେଜବୁଲ୍ଲା ପକ୍ଷରୁ ଘନ ଘନ ରକେଟ୍ ଓ ମିଜାଇଲ ମାଡ଼ରେ ଦୋହଲି ଯାଇଛି ଇସ୍ରାଏଲ। ଏମିତିକି ଲୋକମାନେ ଭୟରେ ମାଟି ତଳେ ବଙ୍କର ଭିତରେ ଆଶ୍ରୟ ନେଇଛନ୍ତି। ଲେବାନନରେ ହିଜବୁଲ୍ଲାର ୮୦୦ ସ୍ଥାନ ଧ୍ବସ୍ତ। ସେପ୍ଟେମ୍ବର ୩୦ ଯାଏ ଇସ୍ରାଏଲରେ ଇମର୍ଜେନ୍ସି ଘୋଷିତ। ପଶ୍ଚିମ ଏସିଆରେ ସୈନ୍ୟବଳ ବଢ଼ାଇବ ଆମେରିକା। ତେବେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସ୍ପଷ୍ଟ କରିଛନ୍ତି ଯେ ଲେବାନାନର ଲୋକଙ୍କ ସହ ତାଙ୍କର କୌଣସି ଶତ୍ରୁତା ନାହିଁ। ସେମାନେ ହିଜବୁଲ ପଦବୀକୁ ଟାର୍ଗେଟ କରିଛନ୍ତି। ଆକ୍ରମଣ ପୂର୍ବରୁ ମଧ୍ୟ ହିଜବୁଲ ପଦବୀରୁ ଦୂରେଇ ଯିବାକୁ ସାଧାରଣ ନାଗରିକଙ୍କୁ ନିବେଦନ କରାଯାଇଥିଲା। ଏହି ଆକ୍ରମଣ ପରେ ଆମେରିକା ସମେତ ଆରବ ଦେଶ ମଧ୍ୟରେ ପୁଣି ଥରେ ଉତ୍ତେଜନା ବଢୁଥିବା ଜଣାପଡିଛି। ଗାଜା ପରେ ଇସ୍ରାଏଲର ଏହି ନୂତନ ଯୁଦ୍ଧ କ୍ଷେତ୍ର ଉପରେ ବିଶ୍ୱର ନଜର ରହିଛି।

Advertisement

ରବିବାର ସକାଳେ ଉତ୍ତର ଇସ୍ରାଏଲର ଜେଜେବାଲ୍ ଘାଟି ଉପରେ ହଠାତ୍ ଆତଙ୍କୀ ସଂଗଠନ ହେଜବୁଲ୍ଲା ଅତର୍କିତ ଆକ୍ରମଣ କରିଥିଲା। ପାଖାପାଖି ୧୪୦ ରକେଟ୍, ମିଜାଇଲ୍ ଓ ଡ୍ରୋନ୍ ମାଡ଼ କରିଥିଲା। ତେବେ ଏହି ଆକ୍ରମଣର ଇସ୍ରାଏଲ ଭୟଙ୍କର ପାଲଟା ଜବାବ ଦେଇଛି। ଫଳରେ ଇସ୍ରାଏଲ୍-ଲେବାନନ୍ ଭିତରେ ଯୁଦ୍ଧ ଆଶଙ୍କା ବଢ଼ି ଯାଇଛି। ସୂଚନା ଅନୁସାରେ ସେପ୍ଟେମ୍ବର ୨୦ରେ ପେଜର ଓ ଓ୍ବାକିଟକି ବିସ୍ଫୋରଣରେ ଲେବାନନ ଥରି ଉଠିଥିବାବେଳେ ଇସ୍ରାଏଲ ପକ୍ଷରୁ ଏହାର ଦକ୍ଷିଣ ଭାଗରେ ପ୍ରଥମ ପ୍ରତ୍ୟକ୍ଷ ଆକ୍ରମଣ କରାଯାଇଥିଲା। ଇସ୍ରାଏଲୀ ସେନା ଯୁଦ୍ଧବିମାନରୁ ଲେବାନନ୍‌ର ଅନେକ ସ୍ଥାନରେ ଏୟାରଷ୍ଟ୍ରାଇକ କରିଥିଲା। ବିଶେଷକରି ଦକ୍ଷିଣ ଲେବାନନର ଚିଚିନେ, ତୟିବେ, ମେଇସ ଏଲ ଜବାଲ, ଅଇଟାରୋନ ଏବଂ କେଫରକେଲା ଅଞ୍ଚଳ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା।

Leave a Reply

Your email address will not be published. Required fields are marked *