Pratidin TV

Odisha's Digital News Platform

ହଠାତ୍ ବଦଳିଲା ପାଗ, ଘୋଟି ଆସିଲା କଳାହାଣ୍ଡିଆ ମେଘ..ଧୁମ୍ ବର୍ଷିଲା

1 min read

ମାଡି ଆସୁଛି ଭୟଙ୍କର ବର୍ଷା | ଅଶାନ୍ତ ହେଲାଣି ସମୁଦ୍ର | ବଙ୍ଗୋପସାଗରରେ ଲଘୁଚାପର ରୂପ ନେଇପାରେ ଘୁର୍ଣ୍ଣିବଳୟ | ଯାହାର ପ୍ରଭାବରେ ଆଜିଠାରୁ ରାଜ୍ୟରେ ପ୍ରବଳ ବର୍ଷା | ଘଡଘଡିରେ ଫାଟିଯିବ ଆକାଶ | ଭାସିଯିବ ୧୫ ଜିଲ୍ଲା | ଆସନ୍ତା ୨୬ ତାରିଖ ଯାଏଁରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର | ବିଜୁଳି ଘଡଘଡି ସହ ଅଧିକାଂଶ ଜିଲ୍ଲାରେ ହାଲୁକରୁ ମାଧ୍ୟମ ଧରଣର ବର୍ଷା ସହ ଗୋଟେ କିମ୍ବା ୨ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ବିଶେଷ କରି ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ | ଏପରିକି ବର୍ଷା ନେଇ ୧୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, ମୟୁରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଅନ୍ୟପଟେ ମୌସୁମୀର ପ୍ରତ୍ୟାବର୍ତନ ହୋଇଥିବା ବେଳେ ୨୩ ତାରିଖରୁ ପଶ୍ଚିମ ରାଜସ୍ଥାନ ଏବଂ କଚ୍ଛର ବିଭିନ୍ନ ଅଞ୍ଚଳରୁ ଦକ୍ଷିଣ ପଶ୍ଚିମ ବାୟୁ ପ୍ରତ୍ୟାବର୍ତ୍ତନ ପକ୍ରିୟା ଆରମ୍ଭ ହୋଇଛି | ଓଡ଼ିଶାରେ ନିର୍ଦ୍ଧିଷ୍ଟ ସମୟରେ ମୌସୁମୀ ଅପସରଣ କରିବ ବୋଲି ଜଣାପଡିଛି |

Advertisement

Leave a Reply

Your email address will not be published. Required fields are marked *