Pratidin TV

Odisha's Digital News Platform

ନୂଆ ରେକର୍ଡ ରଚିଲା ସେୟାର ମାର୍କେଟ; ପାର୍ବଣ ପୂର୍ବରୁ ସେନ୍‌ସେକ୍ସର ସର୍ବକାଳୀନ ରେକର୍ଡ

1 min read

ଭାରତୀୟ ସେୟାର ବଜାର ରଚିଲା ଇତିହାସ । ସେନସେକ୍ସ ମଙ୍ଗଳବାର ସବୁ ରେକର୍ଡ ଭାଙ୍ଗିଛି। ନିଫ୍ଟି ବି ଭାଙ୍ଗିଲା ରେକର୍ଡ । ବିଏସ୍‌ଇ ସେନସେକ୍ସ ଏବଂ ଏନ୍‌ଏସ୍‌ଇ ନିଫ୍ଟି ସକାଳୁ ସକାଳୁ ଜବରଦସ୍ତ କାରବାର ଆରମ୍ଭ କରିଛି। ବମ୍ବେ ଷ୍ଟକ ଏକ୍ସଚେଞ୍ଜର ୩୦ ସେୟାର ସେନସେକ୍ସ ଦ୍ରୁତ ଗତିରେ ବଢି ୮୫ ହଜାର ୪୧ ଦଶମିକ ୩୪ ଛୁଇଁଛି । ପ୍ରଥମ ଥର ୮୫ ପାର୍ କଲା ସେନସେକ୍ସ । ସେନସେକ୍ସ ପ୍ରଥମ ଥର ପାଇଁ ୮୫ ହଜାର ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛି। ଏନ୍‌ଏସ୍‌ଇର ନିଫ୍ଟି ୫୦ ଇଣ୍ଡେକ୍ସ ପ୍ରାୟ ୩୩ ପଏଣ୍ଟ ହାସଲ କରି ୨୫,୯୭୫ ପଏଣ୍ଟ ନିକଟରେ ରହିଛି।

ବିଏସ୍‌ଇ ସେନସେକ୍ସ ଏବଂ ଏନ୍‌ଏସ୍‌ଇ ନିଫ୍ଟି ସକାଳୁ ସକାଳୁ ଜବରଦସ୍ତ କାରବାର ଆରମ୍ଭ କରିଛି। ସକାଳ ୯.୧୫ରେ, ସେନସେକ୍ସ ୮୪,୮୬୦ ପଏଣ୍ଟରେ ସାମାନ୍ୟ ଖସିବା ସହିତ ଖୋଲିଥିଲା। ନିଫ୍ଟି ୨୫୯୨୧.୪୫ ପଏଣ୍ଟରେ ୧୮ ପଏଣ୍ଟ ହ୍ରାସ ସହିତ ଆରମ୍ଭ ହୋଇଥିଲା। କିଛି ସ୍ବଳ୍ପ କାରବାରରେ ସେନସେକ୍ସ ୧୫୦ ପଏଣ୍ଟ ହ୍ରାସ ପାଇଥିଲା। ସକାଳ ୯.୫୫ରେ, ସେନସେକ୍ସ ପ୍ରାୟ ୯୦ ପଏଣ୍ଟ ହାସଲ କରି ୮୫,୦୧୭ ପଏଣ୍ଟରେ କାରବାର କରିଛି। ସେନସେକ୍ସ ପ୍ରଥମ ଥର ପାଇଁ ୮୫ ହଜାର ମାର୍କ ଅତିକ୍ରମ କରିବାରେ ସଫଳ ହୋଇଛି। ଏନ୍‌ଏସ୍‌ଇର ନିଫ୍ଟି ୫୦ ଇଣ୍ଡେକ୍ସ ପ୍ରାୟ ୩୩ ପଏଣ୍ଟ ହାସଲ କରି ୨୫,୯୭୫ ପଏଣ୍ଟ ନିକଟରେ ରହିଛି।

Advertisement

ଏହାପୂର୍ବରୁ ଘରୋଇ ଷ୍ଟକ ବଜାର ସୋମବାର ଏକ ଭଲ ଆରମ୍ଭ କରିଥିଲା। ସୋମବାର, ସେନସେକ୍ସ ୩୮୪.୩୦ ପଏଣ୍ଟ (୦.୪୫ ପ୍ରତିଶତ) ବୃଦ୍ଧି ସହିତ ୮୪,୯୨୮.୬୧ ପଏଣ୍ଟରେ ବନ୍ଦ ହୋଇଥିଲା।

Leave a Reply

Your email address will not be published. Required fields are marked *