Pratidin TV

Odisha's Digital News Platform

କାର୍‌ରେ ଘରକୁ ଫେରୁଥିଲେ,ଭାରସାମ୍ୟ ହରାଇ କେନାଲରେ ପଶିଗଲା ଚଳନ୍ତା କାର ଆଖିବୁଜିଲେ କାହ୍ନା 

1 min read

ଥମିବାର ନାଁ ନେଉନି ଦୁର୍ଘଟଣା | କେନାଲ ଭିତରେ ପଶିଗଲା କାର | ପ୍ରତିଦିନ ଆସୁଛି ଦୁର୍ଘଟଣା ଖବର | ଆଉ ଚାଲିଯାଉଛି ନିରୀହ ଜୀବନ | ଚଳନ୍ତା କାର କେନାଲରେ ପଶି ଚାଳକ ମୃତ । ଘଟଣାଟି ଘଟିଛି କଟକ ସଦର ଥାନା ଅନ୍ତର୍ଗତ ବମ୍ଫକୁଦ ଅଞ୍ଚଳରେ ଘଟିଛି ଏଭଳି ଘଟଣା ।

ବମ୍ଫକୁଦ ଗାଁ’ ର ଜଣେ ଯୁବକ କାହ୍ନା ଜେନା ଗତକାଲି ରାତିଠାରୁ ଘରକୁ ଫେରିନଥିଲେ । ଆଜି ନିକଟ ରାସ୍ତାକଡ କେନାଲ ରେ ଏକ କାର୍ ପଶି ବୁଡି ରହିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ କାର୍ କେନାଲ ରୁ ଉଦ୍ଧାର ସମୟରେ କାର ଡ଼୍ରାଇଭର ସିଟ୍ ରେ ବସିଥିବା ଅବସ୍ଥାରେ କାହ୍ନୁଙ୍କ ମୃତଦେହ ମିଳିଛି । ବିଳମ୍ବିତ ରାତିରେ କାହ୍ନୁ କାର୍ ଚଲେଇ ଘରକୁ ଫେରିବା ବାଟରେ ଭାରସାମ୍ୟ ହରାଇ ରାସ୍ତାକଡ କେନାଲ କୁ ଖସିପଡିଥିବା ଅନୁମାନ କରାଯାଉଛି । ପୋଲିସ୍ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *