Pratidin TV

Odisha's Digital News Platform

ସକାଳୁ ସକାଳୁ ଟ୍ରେନ୍ ଦୁର୍ଘଟଣା; ଟ୍ରାକରୁ ଖସିଲା ୫ ବଗି ..

1 min read

ଭାରତରେ କେତେ ସୁରକ୍ଷିତ ଟ୍ରେନ୍ ଯାତ୍ରା ? ଟ୍ରେନ ଯାତ୍ରା କଲେ ଗନ୍ତବ୍ୟ ପଥରେ ପହଞ୍ଚିବା ନେଇ ଦିନକୁ ଦିନ ବଢୁଛି ଆଶଙ୍କା । ଟୋଟିଏ ପରେ ଟୋଟିଏ ଟ୍ରେନ ଦୁର୍ଘଟଣା ପରେ ଭୟରେ ଦେଶବାସୀ । ଲୌହ ଦାନବର ରକ୍ତ ଭୋଜିରେ ଗଡୁଛି ମଣିଷ ମୁଣ୍ଡ, ରକ୍ତ ପିଉଛି ଟ୍ରେନ ଟ୍ରାକ୍ । ଏ ପ୍ରଶ୍ନ ଏବଂ ଆଶଙ୍କା ବର୍ତ୍ତମାନ ଦେଶବାସୀଙ୍କ ମନରେ ଉଠିଛି କାରଣ ଦେଶରେ ଗୋଟିଏ ପରେ ଗୋଟିଏ ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଛି । ଟେବେ ଏହାରି ମଧ୍ୟରେ ପୁଣି ଏକ ଟ୍ରେନ୍‌ ଦୁର୍ଘଟଣା। ଲାଇନ୍‌ଚ୍ୟୁତ ହୋଇଛି ମାଲବାହୀ ଟ୍ରେନ୍‌। ଆଜି ସକାଳୁ ପଶ୍ଚିମବଙ୍ଗ ଜଳପାଇଗୁଡିର ମୟନାଗୁଡି ଷ୍ଟେସନରେ ଘଟିଛି ଏହି ଘଟଣା। ଗୁଡ୍‌ସ୍‌ ଟ୍ରେନ୍‌ର ୫ଟି ବଗି ଲାଇନଚ୍ୟୁତ ହୋଇଛି।

ସୂଚନାନୁସାରେ, ଆଜି ସକାଳ ସାଢ଼େ ୬ଟାରେ ଆଲିପୁରଦାର ଡିଭିଜନର ନୂଆ ମୟନାଗୁଡି ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍‌ର ୫ଟି ଓ୍ୱାଗନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଏହି କାରଣରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନ୍ୟ ଟ୍ରେନ ଗୁଡିକ ଷ୍ଟେସନରେ ଅଟକି ରହିଛି। ତେବେ ସୌଭାଗ୍ୟବଶତଃ ଏସମସ୍ତ ଓ୍ୱାଗନ ଖାଲି ଥିଲା।

Advertisement

ସେପଟେ ଏହି ଘଟଣାରେ ଷ୍ଟେସନର ଜଳ ଯୋଗାଣ ପାଇପଲାଇନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଟ୍ରେନ୍ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସମ୍ପ୍ରତି ମରାମତି କାମ ଚାଲିଛି। ଏହି ରୁଟ୍‌ ଦେଇ ଯାଉଥିବା ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଅନେକ ଟ୍ରେନ୍‌ର ଗତିକୁ ପରିବର୍ତ୍ତନ କରାଯାଇଛି। ଖୁବଶୀଘ୍ର ମରାମତି କାମ ସରିବ ବୋଲି ରେଳ ଅଧିକାରୀମାନେ କହିଛନ୍ତି। ତେବେ କେଉଁ କାରଣ ଯୋଗୁ ଏହି ଦୁର୍ଘଟଣା ଘଟିଲା ସେ ନେଇ କୌଣସି ସୂଚନା ମିଳିନାହିଁ। ଏ ନେଇ ଯାଞ୍ଚ ଜାରି ରହିଥିବା କହିଛନ୍ତି ଅଲିପୁରଦାର ଡିଭିଜନର ଡିଆର୍‌ଏମ୍‌। ତେବେ ଏହି ଦୁର୍ଘଟଣା ରେ ଧନ ଜୀବନ କ୍ଷତି ହୋଇଛି କି ନାହିଁ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

Leave a Reply

Your email address will not be published. Required fields are marked *