Pratidin TV

Odisha's Digital News Platform

ଅନୁରା କୁମାରା ଦିଶାନାୟକେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ନେଲେ ଶପଥ

1 min read

ଶପଥ ନେଲେ ନୂଆ ରାଷ୍ଟ୍ରପତି | ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବରେ ଗତକାଲି ଅର୍ଥାତ ୨୩ ସେପ୍ଟେମ୍ବରରେ ଶପଥ ନେଇଛନ୍ତି ଅନୁରା କୁମାରା ଦିଶାନାୟକେ | ଶ୍ରମିକ ପରିବାରରୁ ଟପ ପୋଷ୍ଟ | ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ଏଭଳି ନିଜର ଗାଦି ସମ୍ଭାଳିଛନ୍ତି | ତେବେ ରାଷ୍ଟ୍ରପତି ନିର୍ବାଚନରେ ନ୍ୟାସନାଲ ପିପୁଲସ ପାୱାର ବା NCPP ପାର୍ଥୀ ଅନୁରା କୁମାରା ଦିଶାନାୟକେବିଜୟ ହୋଇଛନ୍ତି | ତେବେ ଅନୁରା କୁମାରା ଦିଶାନାୟକେ ବିଜୟ ନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି | ଏହି ନିର୍ବାଚନରେ ନ୍ୟାସନାଲ ପିପୁଲସ ପାର୍ଟି ସହ ଜନତା ବିମୁକ୍ତି ପେରେମୁନା ବା JVP ସହ ମେଣ୍ଟ ହୋଇଥିଲା |

ଶ୍ରୀଲଙ୍କାର କମ୍ୟୁନିଷ୍ଟ ଭାବେ JVP କାର୍ଯ୍ୟ କରୁଛି | ତେବେ ୨୧ ତାରିଖ ନିର୍ବାଚନରେ କୌଣସି ପାର୍ଥୀ ୫0 ପ୍ରତିଶତ ଭୋଟ ପାଇବାକୁ ସକ୍ଷମ ହୋଇନଥିବା ଯୋଗୁଁ ରାଷ୍ଟ୍ରପତି ନିର୍ବାଚନ ଆଇନ ୧୯୮୧ ଅନୁସାରେ ଦେଶରେ ୨ୟ ପ୍ରିଫରରେନ୍ସ କାଉଣ୍ଟ କରାଯାଇଥିଲା | ଏହି ବ୍ୟବସ୍ଥା ଅନୁସାରେ ଯେଉଁ ପାର୍ଥୀ କମ ଭୋଟ ପାଇଥିବେ ସେମାନଙ୍କ ନାଁକୁ ବାଦ ଦେବେ | ତେବେ ସସେପଟେ ସୂଚନା ରହିଛି ଅନୁରା କୁମାରା ଦିଶାନାୟକେ ମାକ୍ସବାଦୀ ଚିନ୍ତାଧାରାରେ ଦୀକ୍ଷିତ | ସେ ଶ୍ରମିକ ପରିବାରରୁ ଆସିଛନ୍ତି |

Advertisement

Leave a Reply

Your email address will not be published. Required fields are marked *