Pratidin TV

Odisha's Digital News Platform

ଘଟିଲା ଅଲୌକିକ ଘଟଣା , ବଟ ବୃକ୍ଷରୁ ଝରୁଛି କ୍ଷୀର ..

1 min read

ଅଦ୍ଭୁତ , ଅଲୌକିକ ଅବିଶ୍ୱସନୀୟ ଘଟଣା। ଏମିତି ଏକ ଘଟଣା ଘଟିଛି ଯାହା ଆଖିକୁ ବିଶ୍ୱାସ ହେଉନଥିବା ଭଳି ଦୃଶ୍ୟ। ସାମ୍ନାରେ ଦେଖୁଥିବା ଲୋକ ବି ଆଖିକୁ ବିଶ୍ୱାସ କରିପାରୁନଥିଲା ।କାରଣ ବଟବୃକ୍ଷରୁ ଝରୁଛି କ୍ଷୀର । ଯାହାକୁ ଦେଖି ଲୋକେ ହେଇଗଲେ ଆଶ୍ଚର୍ଯ୍ୟ। ଯାହାପରେ ଗାଁରେ ଚହଳ ପଡିଗଲା ଚାଲିଲା ପୂଜାର୍ଚ୍ଚନା।

ହଁ ଆଜ୍ଞା ଆଖି ଦେଖିଲା ଅବିଶ୍ୱନୀୟ ଚିତ୍ର । ଯାହା ବିଶ୍ୱାସ ହେଉନଥିଲା ସେହି ଘଟଣା ଘଟିଥିଲା ।ଆଜି ହେଉଛି ମୂଳାଷ୍ଟମୀ ବିଭିନ୍ନ ଶକ୍ତିପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଥିବା ବେଳେ ପବିତ୍ର ଦିନରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ତ ନାନପୁର ଗ୍ରାମରେ ଥିବା ଅବଦୁତ ଗାଦିବ୍ରହ୍ମ ପୀଠ ରେ ଥିବା ପୂଜା ପାଉଥିବା ବଟବୃକ୍ଷରୁ ଝରିଲା କ୍ଷୀର । ଯାହାକୁ ଦେଖି ଲୋକେ ହେଇଗଲେ ହତବାକ୍‌ । ଚାହୁଁଚାହୁଁ ଏ ଖବର ପହଁଚିଗଲା ଚାରିଆଡେ । ପାଖ ଗାଁର ଲୋକେ ତ ରୁଣ୍ଡ ହେଲେ ତାସହ ଅନ୍ୟ ଗାଁର ଲୋକ ବି ପହଁଚିଗଲେ ବଟବୃକ୍ଷଗଛ ମୂଳେ । ସମସ୍ତେ ଦେଖୁଥାନ୍ତି ସତରେ କଣ ବଟବୃକ୍ଷ ଗଛରୁ କ୍ଷୀର ଝରୁଛି । ଏଘଟଣା କାହାକୁ ବି ବିଶ୍ୱାସ ହେଉନଥିଲା, ସତରେ ଘଟିଛି କି ନାହିଁ ଆଖିରେ ଦେଖିବାକୁ ପହଁଚିଗଲେ ଲୋକେ । ଆଉ ତୁରନ୍ତ ଆରମ୍ଭ କରିଦେଲେ ପୂଜା ପାଠ । ଶଙ୍ଖ, ଘଣ୍ଟ ଓ ହୁଳହୁଳିରେ କମ୍ପିଲା ପରିବେଶ । ଲୋକେ ମୁଣ୍ଡିଆ ମାରି ସେହି ଗଛରୁ ଝରିଥିବା କ୍ଷୀରକୁ ପାଦୁକା ରୂପେ ପାଇଲେ । ଆଉ ଏସବୁ ସେଇ ପ୍ରଭୁଙ୍କ ଆଶିର୍ବାଦ ବୋଲି କହୁଛନ୍ତି ସମସ୍ତେ ।

Advertisement

ତେବେ ଗ୍ରାମବାସୀ ଏହାକୁ ଦେଖିବା ପରେ ଆଶ୍ଚଯ୍ୟ ପ୍ରକାଶ କରିବା ସହିତ ଏହା ଧୀରେ ଧୀରେ ଆଖପାଖ ଅଂଚଳକୁ ବ୍ୟାପି ଯାଇଥିଲା। ପରେ ଏଠାରେ ବହୁ ଶ୍ରଦ୍ଧାଳୁଙ୍କ ଭିଡ ଜମି ଲୋକମାନେ ପୂଜାର୍ଚନା କରୁଛନ୍ତି। ସତରେ ଏ ଦୃଶ୍ୟ ଯେତିକି ଅଦ୍ଭୁତ ଲାଗୁଛି ସେତିକି ଅଲୌକିକ ବି । ସେଠାକାର ପୂଜକ କହୁଛନ୍ତି ସେ ଦୀର୍ଘ ସାଠିଏ ୬୫ ବର୍ଷ ହେଲାଣି ଏମିତି ଦିବ୍ୟ ଅଲୌକିକ ଦୃଶ୍ୟ କେବେବି ଦେଖିନଥିଲେ । ଆଉ ଲୋକେ ବି କହୁଛନ୍ତି ଏହା ଚମତ୍କାର । ଭଗବାନଙ୍କର ସେମାନଙ୍କ ପ୍ରତି ଆଶିର୍ବାଦ ।

Leave a Reply

Your email address will not be published. Required fields are marked *