Pratidin TV

Odisha's Digital News Platform

ୱାନ ସାଇଡ ଲଭ କରି ବନ୍ଧା ହେଲେ ରଙ୍ଗିଲା କନେଷ୍ଟବଳ ..

1 min read

ରଙ୍ଗୀଲା କନ୍‌ଷ୍ଟେବଳ। ଏକ ତରଫା ପ୍ରେମ କରୁଥିଲେ। ରାତି ଅଧରେ ଷ୍ଟାଫ୍‌ ନର୍ସଙ୍କ ଘରକୁ ଯାଉଥିଲେ ଓ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ରାଜି ନହେଲେ ମାଡ଼ ମାରୁଥିଲେ। ଏପରି ଅଭିଯୋଗ ଆସିବା ପରେ କନ୍‌ଷ୍ଟେବଳ ଙ୍କୁ ବାନ୍ଧିଲା ପୋଲିସ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲାରୁ । ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ରଙ୍ଗୀଲା କନ୍‌ଷ୍ଟେବଳଙ୍କୁ ଅଟକ ରଖି ପଚରାଉଚରା କରୁଛି। ଶୁଶୁଆ ପଞ୍ଚାୟତ ଗରଢ଼ିଅ ଗାଁର ଜିତେନ୍ଦ୍ର ବିଶ୍ୱାଳ ଦଶରଥପୁର ବ୍ଲକ୍‌ ରାମବାଗ ଫାଣ୍ଡି କନଷ୍ଟେବଳ ଅଛନ୍ତି। ସେ ଏକ ମେଡ଼ିକାଲ୍‌ର ଷ୍ଟାଫ୍‌ ନର୍ସ ରେଖା(ଛଦ୍ମନାମ)ଙ୍କୁ ବର୍ଷେ ହେଲା ଏକ ତରଫା ପ୍ରେମ କରି ଆସୁଥିଲେ। ଜବରଦସ୍ତି ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ। ହେଲେ ରେଖା ଏ ପ୍ରସ୍ତାବରେ ରାଜି ହୋଇନଥିଲେ ।

ହେଲେ ତାଙ୍କର ଏପରି କାର୍ଯ୍ୟକୁ ବିରୋଧ କରି ଆସୁଥିଲେ ରେଖା। ଯେଉଁଥିପାଇଁ ଶ୍ରୀ ବିଶ୍ୱାଳ ତାଙ୍କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ହେଲେ ତାଙ୍କର ଏହି ପ୍ରକାର କାର୍ଯ୍ୟ  ସବୁ ସୀମା ଅତିକ୍ରମ କରିଥିଲା । ଅଭିଯୋଗ ଅନୁସାରେ ଜିତେନ୍ଦ୍ର ରବିବାର ବିଳମ୍ୱିତ ରାତିରେ ରେଖାଙ୍କ ଭଡ଼ା ଘରକୁ ଯାଇଥିଲେ। ମଦ ନିଶାରେ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି। ହେଲେ ରେଖା ରାଜି ନହେବାରୁ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଯେଉଁଥିପାଇଁ ରେଖାଙ୍କ ଅଣ୍ଟା ଓ ପିଠି ପ୍ରବଳ ଆଘାତ ଲାଗିଛି। ଏନେଇ ପୀଡ଼ିତା  ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରି କନଷ୍ଟେବଳ ଶ୍ରୀ ବିଶ୍ୱାଳଙ୍କୁ ପୁଲିସ ଅଟକ ରଖିଛି।

Advertisement

Leave a Reply

Your email address will not be published. Required fields are marked *