Pratidin TV

Odisha's Digital News Platform

(ଭିଡିଓ)ଲୁଗା ଦୋକାନରେ ଅଗ୍ନିକାଣ୍ଡ , ଚାହୁଁ ଚାହୁଁ ଜଳି ପାଉଁସ ହୋଇଗଲା ଲକ୍ଷାଧିକ ଟଙ୍କାର ଜିନିଷ

ଭଦ୍ରକ : ଭଦ୍ରକ ଥାନା ଛକରେ ଥିବା ଏକ ଲୁଗା ଗୋଦାମରେ ଅଗ୍ନିକାଣ୍ଡ। ଲକ୍ଷାଧିକ ଟଙ୍କାର ଲୁଗାପଟା, ଶାଢୀ ଓ ଅନ୍ୟାନ୍ୟ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଛି।

ମିଳିଥିବା ସୂଚନା ଅନୁଯାୟୀ ଗୁରୁବାର ସକାଳୁ ମାଲିକ ଜଣକ ଦୋକାନ ଖୋଲିବାକୁ ଆସି ପହଞ୍ଚିଥିଲେ । ଏହି ସମୟରେ ସେ ଦୋକାନ ଭିତରୁ ଧୁଆଁ ବାହରୁଥିବାର ଦେଖିବାକୁ ପାଇଥିଲେ । ଏହାପରେ ଦୋକାନ ମାଲିକ ତୁରନ୍ତ ଦମକଳ ବାହିନୀକୁ ଫୋନ କରିଥିଲେ । ଘଟଣା ସ୍ଥଳରେ ଦମକଳ ବାହିନୀ ପହଞ୍ଚି ହୋକାନ ସଟର ଭାଙ୍ଗି ନିଆଁକୁ ଆୟତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେତେବେଳକୁ ପ୍ରାୟତ ଦୋକାନରେ ଥିବା ଶାଢୀ,ଡ୍ରେସ ,ପ୍ୟାଣ୍ଟ ଏବଂ ଅନ୍ୟାନ ଜିନିଷ ପୋଡି ପାଉଁସ ହୋଇସାରିଥିଲା । ଲୁଗା ଦୋକାନ ଭିତରୁ କିପରି ନିଆଁ ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ଫଷ୍ଟ ହୋଇନାହିଁ । କିନ୍ତୁ ଅନୁମାନ କରାଯାଉଛି ଯେ ଏହା ସର୍ଟସର୍କିଟ ଯୋଗୁ ହୋଇଛି ।

Leave a Reply

Your email address will not be published. Required fields are marked *