Pratidin TV

Odisha's Digital News Platform

କେନ୍ଦ୍ରାପଡ଼ା ରେ କୁମ୍ଭୀର ଆତଙ୍କ , ପୋଖରୀରୁ ଉଦ୍ଧାର ହେଲା ବିରାଟ କୁମ୍ଭୀର ..

1 min read

ପୋଖରୀରୁ ଉଦ୍ଧାର ହେଲା କୁମ୍ଭୀର । କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଦେବେନ୍ଦ୍ରନାରାୟଣପୁର ଗାଁର ରଂଜିତ ମଣ୍ଡଳଙ୍କ ପୋଖରୀରୁ ଏକ ବଉଳା କୁମ୍ଭୀରକୁ ଉଦ୍ଧାର କରିଛି ରାଜନଗର ବନବିଭାଗ । ଗତକାଲି ସନ୍ଧ୍ୟାରେ କୁମ୍ଭୀରଟି ବାଉଁଶଗଡ଼ ନଦୀରୁ ଆସି ରଂଜିତଙ୍କ ପୋଖରୀରେ ପସିଥିଲା । ଗାଁଲୋକେ କୁମ୍ଭୀରକୁ ଦେଖି ବନବିଭାଗକୁ ଖବର ଦେଇଥିଲେ। ବିଳମ୍ବିତ ରାତିରେ ବନବିଭାଗ ଗାଁରେ ପହଞ୍ଚି ପୋଖରୀରେ ଜାଲ ପକାଇ କୁମ୍ଭୀରକୁ ଉଦ୍ଧାର କରିଥିଲା । ଏହାପରେ କୁମ୍ବୀରକୁ ମହୀପୁର ନଦୀରେ ଛାଡିଦିଆଯାଇଛି ।

ସୂଚନା ଯୋଗ୍ୟ ୧୪ ତାରିଖରେ ରାଜନଗର ବ୍ଲକ ଗଜରାଜପୁର ଗାଁ ଦାଣ୍ଡରେ ଏକ କୁମ୍ଭୀରକୁ ଉଦ୍ଧାର ହୋଇଥିଲା । ଉଦ୍ଧାର ପରେ କୁମ୍ଭୀରକୁ ଖୁଣ୍ଟରେ ବାନ୍ଧି ରଖିଥିଲେ ଉତ୍ତ୍ୟକ୍ତ ଲୋକେ । କୁମ୍ଭୀର ଗାଁ ପାଖ କେନାଲରୁ ଗାଁ ଦାଣ୍ଡକୁ ଚାଲିଆସିଥିଲା । ଏହାକୁ ଦେଖିବା ପରେ ଗାଁ ଲୋକେ ଏକ ଦୌଡ଼ି ସାହାଯ୍ୟରେ କୁମ୍ଭୀରଟିକୁ ବାନ୍ଧି ରଖି ବନବିଭାଗକୁ ଖବର ଦେଇଥିଲେ । କୁମ୍ଭୀରକୁ ଉଦ୍ଧାର ପାଇଁ ଗାଁରେ ପହଞ୍ଚିଥିଲା ରାଜନଗର ବନବିଭାଗ ।

Advertisement

Leave a Reply

Your email address will not be published. Required fields are marked *