Pratidin TV

Odisha's Digital News Platform

ମୋଦି ବୁଝାଇଲେ AI ମାନେ , AI ର ଅର୍ଥ ଆମେରିକା -ଇଣ୍ଡିଆ..

1 min read

ଜୋରଦାର ଉତ୍ସାହ ଓ ମୋଦୀ ମୋଦୀ ନାରା ମଧ୍ୟରେ ‘ମୋଦୀ ଓ ୟୁଏସ’ କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହି କାର୍ଯ୍ୟକ୍ରମରେ ମୋଦୀଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଭାରତ ମାତା କି ଜୟ ନାରାରୁ ଭାଷଣ ଆରମ୍ଭ କରିଥିଲେ ମୋଦୀ। ଏହା ସହିତ ନିଜ ଭାଷଣରେ ଭାରତୀୟ ସମୁଦାୟଙ୍କୁ ଜୋରଦାର ପ୍ରଶଂସା କରିଥିଲେ ପ୍ରଧାନମନ୍ତ୍ରୀ। ସେ ତାଙ୍କ ଭାଷଣରେ କହିଥିଲେ କି ଭାରତ ନିଜର ପ୍ରଭୁତ୍ୱ ଚାହୁଁନାହିଁ ବରଂ ବିଶ୍ୱର ସମୃଦ୍ଧିରେ ନିଜର ଭୂମିକାକୁ ତୁଲାଇବାକୁ ଚାହୁଁଛି। ତେବେ ଆସନ୍ତୁ ୧୦ଟି ପଏଣ୍ଟରେ ଜାଣିବା ମୋଦୀ ଆଉ କଣ କଣ କହିଥିଲେ। ପ୍ରଥମେ  ପ୍ରବାସୀ ଭାରତୀୟଙ୍କୁ ରାଷ୍ଟ୍ରଦୂତ ଭାବେ ସମ୍ବୋଧିତ କରି ମୋଦି କହିଛନ୍ତି, ଆପଣମାନେ ଭାରତର ସବୁଠୁ ମଜବୁତ ବ୍ରାଣ୍ଡ ଆମ୍ବାସଡର ।

ଏବେ ବିଶ୍ଵରେ ଏଆଇ ଯେଉଁପରି ଭାବରେ କାମ କରୁଛି ତାହା ଆମେ ସମସ୍ତେ ଜାଣିଛନ୍ତି ବା ଦେଖୁଛନ୍ତି । ତେଣୁ ଆମେରିକାରେ ଏଆଇକୁ ନେଇ ପ୍ରବାସୀ ଭାରତୀୟଙ୍କ ଉଦ୍ଦେଶ୍ୟରେ ମୋଦି କହିଛନ୍ତି, ଆପଣଙ୍କ ସ୍କିଲ, ଟ୍ୟାଲେଣ୍ଟର କୌଣସି ମୁକାବିଲା ନାହିଁ । ବିବିଧତା ସତ୍ତ୍ଵେ ଆମେ ଏକ ହୋଇ ଆଗକୁ ବଢୁଛେ । ଏହି ମୂଲ୍ୟବୋଧ ହିଁ ଆମକୁ ବିଶ୍ଵବନ୍ଧୁ କରିଛି । AIର ଅର୍ଥକୁ ନିଜସ୍ଵ ଢଙ୍ଗରେ ବୁଝାଇ ମୋଦି କହିଛନ୍ତି ମୋ ପାଇଁ AIର ଅର୍ଥ, ଆମେରିକାନ୍-ଇଣ୍ଡିଆନ୍ । ଆଉ ଆମେରିକା-ଇଣ୍ଡିଆ ବିଶ୍ଵର ନୂଆ AI ଶକ୍ତି । ୨୦୨୪ ବର୍ଷ ଏକ ଐତିହାସିକ ବର୍ଷ ବୋଲି କହିବା ସହ କହିଛନ୍ତି, ଏହି ବର୍ଷ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଘନଘଟା ଭିତରେ ଥିବା ବେଳେ, ଭାରତ ଓ ଆମେରିକାରେ ଗଣତନ୍ତ୍ରର ମହାପର୍ବ ଆୟୋଜିତ ହେଉଅଛି ।  ମୋଦି କହିଛନ୍ତି, ଭାରତ ଆଉ ସୁଯୋଗକୁ ଅପେକ୍ଷା କରୁନି, ସୁଯୋଗ ସୃଷ୍ଟି କରୁଛି । ଆମେ ମହିଳା ଆଧାରିତ ବିକାଶ ଉପରେ ଗୁରୁତ୍ଵ ଦେଉଛୁ । ହଜାର ହଜାର ମହିଳାଙ୍କୁ ଡ୍ରୋନ୍ ପାଇଲଟ କରାଯାଉଛି । ଭାରତର 5G ବଜାର ଆମେରିକା ଠାରୁ ମଧ୍ୟ ବଡ଼ ହେଲାଣି । ୫-ଜି ପରେ ଦେଶରେ ୬-ଜି ଉପରେ କାମ ହେଉଛି । ୟୁପିଆଇ କାର୍ଯ୍ୟକାରୀ ହେବା ପରେ ପୁରା ବିଶ୍ଵରେ ନଂ ୱାନ ଅନଲାଇନ୍‌ ନେଣଦେଣ ଭାରତରେ ହିଁ ହେଉଛି । କରୋନା ମହାମାରୀ ସମୟରେ ୧୫୦ ଦେଶକୁ ଔଷଧ ଓ ଟିକା ପଠାଇଛୁ ବୋଲି ମୋଦି କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *