Pratidin TV

Odisha's Digital News Platform

୨୪ ଘଣ୍ଟାରେ ପ୍ରବଳ ବର୍ଷା, ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

1 min read

ଅଶାନ୍ତ ହେଲାଣି ସମୁଦ୍ର | ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ବଡ ଲଘୁଚାପ | ଫଳରେ ଆସନ୍ତା କାଲି ଯାଏଁ ପ୍ରବଳ ବର୍ଷା ହେବାର ସଂଭାବନା ରହିଥିବା ବେଳେ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | କେନ୍ଦ୍ରାପଡା, ମୟୁରଭଞ୍ଜ, ଯାଜପୁର, କେଉଁଝର , ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡା, ବରଗଡ଼କୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ଆସନ୍ତାକାଲି ମୟୁରଭଞ୍ଜ, କେଉଁଝର, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ଜଗତସିଂହପୁରକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି | ତେବେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ ଏବଂ ଘଡଘଡି ସହ ବର୍ଷା ହେବାକୁ ସତର୍କ ରହିବାକୁ ପାଣିପଦା କେନ୍ଦ୍ର ଦେଇଛି ପରାମର୍ଶ |

ଆସନ୍ତା ୨୪ ଘଣ୍ଟା ପାଇଁ ଗଞ୍ଜାମ, ଗଜପତି, ରାୟଗଡା, କଳାହାଣ୍ଡିରେ ପ୍ରବଳ ବର୍ଷା ହେବାର ସଂଭାନ ରହିଥିବା ବେଳେ ଚାରିଆଡେ ଜଳମଗ୍ନ | ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହୋଇଛି | ଯାହାର ପ୍ରଭାବରେ କିଛି ସ୍ଥାନରେ ଘଡ଼ଘଡ଼ି ସହ ଅତି ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ ବିଭାଗ | ତେବେ ଅନ୍ୟପଟେ ବନ୍ୟା ବିତ୍ପନ୍ନ ଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ | ଚଳିତ ବର୍ଷରେ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଫଳରେ ଗତ ୧୮ ତାରିକରେ ବନ୍ୟା ଅଞ୍ଚଳ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ |

Advertisement

ତେବେ ବର୍ତ୍ତମାନ ସମ୍ପୂର୍ଣ୍ଣ ବାସଗୃହ କ୍ଷତିଗ୍ରସ୍ତ ହୋଇଥିଲେ ୧ ଲକ୍ଷ ୨0 ହଜାର ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ | ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲେ ୬ ହଜାର ୫00 ଟଙ୍କା ମଧ୍ୟ ପ୍ରଦାନ କରାଯାଇଛି | ସେହିପରି ଆଂଶିକ କ୍ଷତିଗ୍ରସ୍ତ ପାଇଁ ୪ ହଜାର ଟଙ୍କା ଭାଙ୍ଗିଯାଇଥିବା କୁଡ଼ିଆ ଘର ପାଇଁ ୮ ହଜାର ଟଙ୍କା ଓ ଭାଙ୍ଗିଯାଇଥିବା ଗୁହାଳ ଘର ପାଇଁ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ |

Leave a Reply

Your email address will not be published. Required fields are marked *