Pratidin TV

Odisha's Digital News Platform

ଘରମାଲିକ ପୁଅ ଲଗେଇଥିଲା ଗାଧୁଆଘର ବଲ୍ ହୋଲଡର ରେ ଗୁପ୍ତ କ୍ୟାମେରା

1 min read

ରାଜଧାନୀ ଦିଲ୍ଲୀରେ ଘଟିଛି ସାଂଘାତିକ ଘଟଣା। ଜଣେ ୩୦ ବର୍ଷୀୟ ଯୁବକଙ୍କୁ ପୁଲିସ ଦିଲ୍ଲୀର ଶକରପୁରରୁ ଗିରଫ କରିଛି। ସେ ଭଡ଼ାରେ ଘର ଦେଇଥିବା ଜଣେ ଯୁବତୀଙ୍କ ଉପରେ ନଜର ରଖିବା ପାଇଁ ବେଶ ଚତୁରତାର ସହ ବାଥରୁମ ଓ ବେଡରୁମରେ ଲାଗିଥିବା ବଲବରେ ଗୁପ୍ତ କ୍ୟାମେରା ଖଞ୍ଜି ଥିଲା। ଏକଥା ଜଣାପଡ଼ିବା ପରେ ପୁଲିସ୍‌ ଭଡ଼ାରେ ଘର ଦେଇଥିବା ଯୁବକକୁ ଗିରଫ କରିଛି।

ଯୁବତୀ ଜଣଙ୍କ ସିଭିଲ ସର୍ଭିସ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେ ଶକରପୁରରେ ଗୋଟିଏ ଘର ଭଡ଼ା ନେବା ସହ ସେଠାରେ ଏକୁଟିଆ ରହୁଥିଲେ। ସମାନ ବିଲଡିଂରେ ଘର ମାଲିକଙ୍କ ପୁଅ କରନ ମଧ୍ୟ ଆଉ ଏକ ମହଲାରେ ରହୁଥିଲା। ଯୁବତୀ ଜଣଙ୍କ ଯେତେବେଳେ ନିଜ ଘର ଉତ୍ତର ପ୍ରଦେଶକୁ ଯାଆନ୍ତି ସେତେବେଳେ ରୁମ ଚାବି ମାଲିକଙ୍କ ଘରେ ଦେଇ ଦିଅନ୍ତି।

Advertisement

ପୋଲିସ କହିବା ଅନୁଯାୟୀ ମହିଳା ଜଣକ ଶାକରପୁରରେ ଏକ ଭଡ଼ାଘରେ ଏକୁଟିଆ ରହି ସିଭିଲ୍‌ ସର୍ଭିସ ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ। ଘର ମାଲିକଙ୍କ ପୁଅ ଅଭିଯୁକ୍ତ କରନ ବିଲ୍ଡିଂର ଅନ୍ୟ ମହଲାରେ ରହୁଥିବାରୁ ମହିଳା ଜଣକ ଘରର ଚାବି ତାଙ୍କୁ ଦେଇ ନିଜ ଗାଁକୁ ଯାଉଥିଲେ। ମହିଳା ନିଜ ହ୍ବାଟ୍ସଆପ୍‌ ଆକାଉଣ୍ଟରେ କେତେକ ଅଜବ ଘଟଣା ଦେଖିଥିଲେ। ହ୍ବାଟ୍ସଆପ୍‌ ସହ ଏକ ଅଜଣା ଲାପ୍‌ଟପ୍‌ ଲିଙ୍କ୍‌ ହୋଇଥିବା ଜାଣିବା ପରେ ସେ ଏହାକୁ ତୁରନ୍ତ ଲଗ୍‌ଆଉଟ୍‌ କରିଦେଇଥିଲେ। ତାଙ୍କ ଉପରେ କେହି ଗୁପ୍ତଚରଗିରି କରୁଥିବା ମହିଳା ସନ୍ଦେହ କରି ଆପାର୍ଟମେଣ୍ଟରେ ଖୋଜାଖୋଜି କରିବାରୁ ବାଥ୍‌ରୁମ୍‌ରେ ଲାଗିଥିବା ବଲ୍‌ବ ହୋଲ୍ଡରରେ ଏକ କ୍ୟାମେରା ଇନ୍‌ଷ୍ଟାଲ ହୋଇଥିବା ଦେଖିବାକୁ ପାଇଥିଲେ।

ଏହା ପରେ ସେ ପିସିଆର୍‌କୁ କଲ୍‌ କରି ପୋଲିସକୁ ଘଟଣା ସମ୍ପର୍କରେ ଜଣାଇଥିଲେ। ପୋଲିସ ପହଞ୍ଚତ୍ ଯାଞ୍ଚ କରିବା ପରେ ମହିଳାଙ୍କ ବେଡ୍‌ରୁମ୍‌ରେ ଏକ ବଲ୍ଡହୋଲ୍ଡରେ ଆଉ ଏକ କ୍ୟାମେରା ଲାଗିଥିବା ଜଣାପଡ଼ିଥିଲା। ଅନ୍ୟ କେହି ତାଙ୍କ ରୁମ୍‌କୁ ଆସୁଥିଲେ କି ବୋଲି ପୋଲିସ ପଚାରିବାରୁ ମହିଳା ଜଣଙ୍କ କରନ୍‌ଙ୍କୁ ଚାବି ଦେଇଯାଉଥିବା କହିଥିଲେ। କରନ ଇଲେକ୍ଟ୍ରୋନିକ୍ସ ବଜାରରୁ ୩ଟି ସ୍ପାଏ କ୍ୟାମେରା କିଣି ୨ଟିକୁ ମହିଳାଙ୍କ ବେଡ୍‌ରୁମ୍‌ ଓ ବାଥ୍‌ରୁମ୍‌ରେ ଲଗାଇଥିବା ସ୍ବୀକାର କରିଛନ୍ତି। ଉକ୍ତ କ୍ୟାମେରାକୁ ଅନ୍‌ଲାଇନ ଅପରେଟ କରାଯାଇ ପାରୁ ନ ଥିବାରୁ ଫଟୋ ମେମୋରି କାର୍ଡରେ ଷ୍ଟୋର ହୋଇ ରହୁଥିଲା। ସେଥିପାଇଁ କରନ ମହିଳାଙ୍କ ରୁମ୍‌ର ବିଦ୍ୟୁତ୍‌ ରିପେୟାରିଂ କରିବା ବାହାନାରେ ବାରମ୍ବାର ଚାବି ମାଗି ଭିଡିଓଗୁଡ଼ିକୁ ନିଜ ଲାପ୍‌ଟପ୍‌କୁ ଟ୍ରାନ୍ସଫର କରୁଥିଲେ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *