Pratidin TV

Odisha's Digital News Platform

୧୦ ମାସର ଶିଶୁକୁ କୁକର୍ମ , ବନ୍ଧା ହେଲା ଅଭିଯୁକ୍ତ ….

1 min read

ରାକ୍ଷସ ପାଲଟିଲାଣି ମଣିଷ ହରାଇ ବସିଲାଣି ମାନବିକତା । ଯୌନ ଳାଳସାରେ ଅନ୍ଧ ହୋଇ ଘଟାଉଛନ୍ତି ଜଘନ୍ୟ ଅପରାଧ । ଏମିତିକି କଅଁଳ ଛୁଆକୁ ବି ଛାଡୁନାହାନ୍ତି ଏହି ଯୌନ ରାକ୍ଷସ ମାନେ । ୧୦ ମାସର ଛୁଆ ସହ ଘଟିଯାଇଛି ଏମିତି କିଛ , କୁକର୍ମ କଣ ଜାଣିନଥିବା କଅଁଳ ଶିଶୁ ହୋଇଛି ଏପରି ଅମାନୁଷିକ କାର୍ଯ୍ୟର ଶୀକାର । କଣ ଥିଲା ତାର ? କାନ୍ଦି କାନ୍ଦି ପଚାରୁଛି ୧୦ ମାସ ଶିଶୁର ମା ।

ଗୁଜୁରାଟର ଭାରୁଚରେ ଜଣେ ୧୦ ମାସର ନାବାଳିକାକୁ ୩୦ ବର୍ଷ ବୟସ୍କା ବ୍ୟକ୍ତି କୁକର୍ମ କରିଥିବା ପୋଲିସ କହିଛି। ପାନୋଲି ଗ୍ରାମରେ ଏହି ଘଟଣା ଘଟିଥିଲା ଯେତେବେଳେ ଅଭିଯୁକ୍ତ ଜଣକ ଅଗଣାରେ ଖେଳୁଥିବା କୁନି ଶିଶୁ ଟିକୁ ଟେକିନେଇଯାଇଥିଲା।
ପୋଲିସର ସୂଚନାନୁସାରେ, ଶିଶୁର ମା ଏକ ରେଷ୍ଟୁରାଣ୍ଟରେ କାମ କରନ୍ତି।

Advertisement

ଅଭିଯୁକ୍ତ ଦୀପକ କୁମାର ଲାଲବାବୁ ସିଂହ ଶିଶୁ ଏବଂ ତାଙ୍କ ପରିବାରକୁ ଜାଣିଥିଲା ଏବଂ ଅନେକ ଥର ତାଙ୍କ ଘରକୁ ଆସିଥିଲା। ରବିବାର ଦିନ ଯେତେବେଳେ ଶିଶୁଟି ତାଙ୍କ ପ୍ରାଙ୍ଗଣରେ ଖେଳୁଥିଲା, ଅଭିଯୁକ୍ତ ତାଙ୍କୁ ନେଇ ଘରଠାରୁ କିଛି ଦୂରରେ କୁକର୍ମ କରିଥିଲା।

ଝିଅଟିର କାନ୍ଦ ଶୁଣି ତାଙ୍କ ଜେଜେମା ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଝିଅଟି ଶରୀରରୁ ରକ୍ତସ୍ରାବ ହୋଇ ଥିବାବେଳେ ଶରୀରରେ ଅନେକ ଆଘାତ ଲାଗିଥିଲା। ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଅଭିଯୁକ୍ତକୁ କାବୁ କରି ଥାନାରେ ଜିମା ଦେଇଛନ୍ତି। ସେପଟେ ଝିଅଟିର ମାଆ ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଉଛି। ପୁଲିସ ଅଭିଯୁକ୍ତକୁ ଗିରଫ କରି ଅଧିକ ତଦନ୍ତ କରୁଛି। ତାଙ୍କ ବିରୁଦ୍ଧରେ ଭାରତୀୟ ନ୍ୟାୟ ସଂହିତା ସମେକ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *