Pratidin TV

Odisha's Digital News Platform

କାନ୍ଦି କାନ୍ଦି ପୀଡ଼ିତା କହିଥିଲେ ଦୁଃଖ ଏବେ ସୁରକ୍ଷା ପାଇଁ PSO ଯୋଗାଇଲେ ମୁଖ୍ୟମନ୍ତ୍ରୀ 

1 min read

ପିଡୀତଙ୍କ ଦୁଃଖ ବୁଝି କଥା ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ | ଆର୍ମି ମେଜରଙ୍କ ବାନ୍ଧବୀଙ୍କ ପାଇଁ ବଢ଼ିଲା ସୁରକ୍ଷା ବ୍ୟବସ୍ଥା | ନିଯୁକ୍ତି ହେଲେ ସୁରକ୍ଷାକର୍ମୀ ବା PSO | କମିଶନରେଟ ପକ୍ଷରୁ ତାଙ୍କୁ PSO ଯୋଗାଇ ଦିଆଯାଇଛି | କାରଣ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟି ପୀଡିତ ଜଣକ ଅଭିଯୋଗ କରିଥିଲେ ତାଙ୍କୁ ପୋଲିସ ଅଫିସର ଧମକ ଦିଆଯାଉଛି | ତେଣୁ ତାଙ୍କ ଜୀବନ ପ୍ରତି ବିପଦ ଅଛି | ଆଉ ଏହି ଅଭିଯୋଗ ଶୁଣିବା ପରେ ମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ସବୁପ୍ରକାର ସୁରକ୍ଷା ଯୋଗାଇ ଦେବେ |

ତେବେ ଏହାର ଠିକ ଗୋଟେ ଦିନ ପରେ ପୀଡ଼ିତାଙ୍କୁ ସୁରକ୍ଷା ଦିଆଯାଉଛି | ତେବେ ଅନ୍ୟପଟେ କମିଶନରେଟ ପୋଲିସ ମୁଣ୍ଡରେ କଳଙ୍କ ଲଗାଇଛି ଭରତପୁର ଥାନା ଘଟଣା | ଥାନା ଭିତରେ ସେନାର ଜଣେ ଉଚ୍ଚ ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କ ପ୍ରତି ପୋଲିସ ଯେଉଁ ଭଳି ଦୁର୍ବ୍ୟବହାର ଓ ଆକ୍ରମଣ କରାଯାଇଥିଲା ତାହା ବର୍ଦ୍ଦିକୁ କରିଛି ବଦନାମ | ଏହି ଘଟଣାରେ ଭରତପୁର ଥାନା IIC ଦୀନକୃଷ୍ଣ ମିଶ୍ରଙ୍କୁ ମୁଖ୍ୟ ଖଳନାୟକ ଭାବେ ଚିତ୍ରଣ କରାଯାଇଛି | ଏହି ଘଟଣା ସାରା ରାଜ୍ୟରେ କରିଛି ଆଲୋଡନ | ଏହି ଘଟଣାରେ ୫ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି |

Advertisement

Leave a Reply

Your email address will not be published. Required fields are marked *