Pratidin TV

Odisha's Digital News Platform

ଏହି କାରଣ ପାଇଁ ପୱନ କଲ୍ୟାଣଙ୍କୁ କ୍ଷମା ମାଗିଲେ କାର୍ତ୍ତି ..

1 min read

ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ଲଡୁରେ ପଶୁ ଚର୍ବି ମିଶ୍ରଣ ମାମଲା । ଯାହାକୁ ନେଇ ଏବେ ସବୁଠି ତେଜୁଛି ବିବାଦ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି । ଏହି ସମୟରେ  ମୁହାଁମୁହିଁ ହୋଇଛନ୍ତି ସାଉଥ ତାରକା । ନିକଟରେ ଅଭିନେତା କାର୍ତ୍ତି ଏହି ମାମଲାକୁ ସମ୍ୱେଦନଶୀଳ କହି ହସିଥିବା ବେଳେ ଏହା ଉପରେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଥିଲେ । ଯାହାକୁ ନେଇ ଅସନ୍ତୋଷବ୍ୟକ୍ତ କରିବା ସହ କାର୍ତ୍ତି ଙ୍କ ଉପରେ ବର୍ଷିଥିଲେ ପୱନ କଲ୍ୟାଣ । ବର୍ତ୍ତମାନ କାର୍ତ୍ତି ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ପୱନଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । ସେପ୍ଟେମ୍ବର 24 ରେ ବିଜୟୱାଡାରେ ଗଣମାଧ୍ୟମ ସହ କଥାବାର୍ତ୍ତା କରୁଥିବାବେଳେ ପୱନ କଲ୍ୟାଣ କାର୍ତ୍ତିଙ୍କ ମନ୍ତବ୍ୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ।

ସେ କହିଛନ୍ତି, ”ଯଦି ଫିଲ୍ମ ଇଣ୍ଡଷ୍ଟ୍ରିର ଲୋକମାନେ ଏହି ବିଷୟରେ ଆଲୋଚନା କରିବାକୁ ଚାହାଁନ୍ତି, ତେବେ ସେମାନେ ଏହାକୁ ସମର୍ଥନ କରନ୍ତୁ ନଚେତ୍ ଏପରି ମନ୍ତବ୍ୟ ଦିଅନ୍ତୁ ନାହିଁ । ପୱନ ଏହି ବିଷୟରେ ମନ୍ତବ୍ୟ ଦେବା ପୂର୍ବରୁ ଲୋକଙ୍କୁ ଭଲ ଭାବରେ ଚିନ୍ତା କରିବାକୁ ପରାମର୍ଶ ଦେଇଛନ୍ତି । କାର୍ତ୍ତି ଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ଏହା କହିବାକୁ ସାହସ କରନ୍ତୁ ନାହିଁ । ବର୍ତ୍ତମାନ କାର୍ତ୍ତି ସୋସିଆଲ ମିଡିଆରେ ପୱନ କଲ୍ୟାଣଙ୍କୁ କ୍ଷମା ମାଗିଛନ୍ତି ।” କାର୍ତ୍ତି ସୋସିଆଲ ମିଡିଆରେ କ୍ଷମା ମାଗି ଲେଖିଛନ୍ତି, “ପ୍ରିୟ ପୱନ କଲ୍ୟାଣ ସାର୍, ଆପଣଙ୍କ ପ୍ରତି ଗଭୀର ସମ୍ମାନ ସହିତ, ମୁଁ ଭୁଲ ବୁଝାମଣା ପାଇଁ କ୍ଷମା ମାଗୁଛି ଯାହା ଅଜାଣତରେ ଘଟିଥାଇପାରେ। ପ୍ରଭୁ ଭେଙ୍କଟେଶ୍ୱରଙ୍କ ଜଣେ ନମ୍ର ଭକ୍ତ ଭାବରେ ମୁଁ ସର୍ବଦା ଆମର ପରମ୍ପରାକୁ ଅନୁସରଣ କରେ। ମୁଁ ତାଙ୍କୁ ପ୍ରିୟ ବୋଲି ମନେ କରେ ।

” ସୂଚନା ଥାଉ କି, ସୋମବାର ଯେତେବେଳେ କାର୍ତ୍ତିଙ୍କୁ ଲଡୁ ବିବାଦ ବିଷୟରେ ପଚରାଯାଇଥିଲା, ସେ କହିଥିଲେ, ”ସେ ବର୍ତ୍ତମାନ ଲଡୁ ବିଷୟରେ କଥାବାର୍ତ୍ତା କରିବା ଉଚିତ୍ ନୁହେଁ କାରଣ ଏହା ଏକ ସମ୍ବେଦନଶୀଳ ବିଷୟ ଅଟେ । ଯାହା ପରେ ସେ ହସିଦେଇଥିଲେ ।” ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ପୱନ ।

Leave a Reply

Your email address will not be published. Required fields are marked *