Pratidin TV

Odisha's Digital News Platform

ସେପ୍ଟେମ୍ୱର ୨୯ରୁ ଆକାଶରେ ଦିଶିବ ୨ଟି ଜହ୍ନ ..

1 min read

ପୁଣି ଆକାଶରେ ଦେଖାଯିବ ମହାଜାଗତିକ ଦୃଶ୍ୟ । ଆକାଶରେ ଦିଶିବ 2ଟି ଜହ୍ନ  । ସେପ୍ଟେମ୍ବର ଶେଷରୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ଏକ ଛୋଟିଆ ଚନ୍ଦ୍ର ପୃଥିବୀକୁ ପାଖାପାଖି 1 ମାସ ପରିକ୍ରମା କରିବ। ଯାହାର ଅର୍ଥ ହେଉଛି ପୃଥିବୀରେ ଏହି ଦୁଇମାସ ମଧ୍ୟରେ ଦୁଇଟି ଚନ୍ଦ୍ର ଦେଖାଯିବ। ଏହାକୁ ‘ମିନି ମୁନ୍‌ ବା 2024 PT5’ ବୋଲି କୁହାଯାଉଛି । ଏହି ମିନି ମୁନକୁ ଖାଲି ଆଖିରେ ଦେଖିବା ସମ୍ଭବ ହେବନାହିଁ । ଏଥିଲାଗି କୌଣସି ହାଇ-ପାୱାର ଟେଲିସ୍କୋପର ଆବଶ୍ୟକତା ପଡ଼ିବ । ଏହି ଆଷ୍ଟେରଏଡ (ସୂର୍ଯ୍ୟଙ୍କ ଚାରିପାଖରେ ଘୁରୁଥିବା ଛୋଟ ପଥର ଖଣ୍ଡ ଭଳି ଗ୍ରହ) ମାତ୍ର 10ମିଟରର ହୋଇଥିବା ବେଳେ ଏହାକୁ ଚଳିତ ବର୍ଷ ଅଗଷ୍ଟ ମାସରେ ଖୋଜି ବାହାର କରାଯାଇଥିଲା ।  ଏହି ମିନି-ଚନ୍ଦ୍ର 2024 PT5ର ବ୍ୟାସ ମାତ୍ର 10ମିଟର (33 ଫୁଟ)।ରିପୋର୍ଟ ଅନୁସାରେ, ମିନି-ମୁନ ହେଉଛି ଏକ ଆଷ୍ଟେରଏଡ (Asteroid) । ଏହା ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗୁଁ ଗ୍ରହର ଚାରିପାଖକୁ ଚାଲିଆସେ । ଏହା ସେତେ ପର୍ଯ୍ୟନ୍ତ ପୃଥିବୀର କକ୍ଷରେ ଘୁରି ବୁଲୁଥାଏ, ଯେତେ ପର୍ଯ୍ୟନ୍ତ ଏହା ଦୂରକୁ ଚାଲି ଯାଇନାହିଁ । ପୃଥିବୀର କକ୍ଷପଥରେ ପ୍ରବେଶ କରୁଥିବା ଏଭଳି ମିନି-ମୁନକୁ ଦେଖିବା ମୁସ୍କିଲ ।

କାରଣ ଏହା ଆକାରରେ ବହୁ ଛୋଟ ହୋଇଥିବା ବେଳେ ମହାକାଶରେ ଅନ୍ଧାର ଯୋଗୁଁ ଭଲ ଭାବେ ଦୃଶ୍ୟମାନ ହୋଇନଥାନ୍ତି ।ମହାକାଶରେ ଅନ୍ୟ ଚଟାଣ ପିଣ୍ଡ ପରି ମିନି-ମୁନ୍‌ ମଧ୍ୟ ଧାତୁ ପଦାର୍ଥ, କାର୍ବନ, ମାଟି ଓ ସିଲିକେଟ ସାମଗ୍ରୀର ମିଶ୍ରଣର ହୋଇଥାଏ । ସ୍ବିସ ଜର୍ଣ୍ଣାଲ ଫ୍ରଣ୍ଟିୟର୍ସ ଇନ ଆଷ୍ଟ୍ରୋନୋମି ଆଣ୍ଡ ସ୍ପେଶ ସାଇନ୍ସର ପ୍ରକାଶିତ 2018 ରିପୋର୍ଟ ଅନୁସାରେ ମିନି-ମୁନ୍‌ ଅଧିକାଂଶ ମଙ୍ଗଳ ଓ ବୃହସ୍ପତି ମଧ୍ୟରେ କ୍ଷୁଦ୍ରଗ୍ରହ ବେଲ୍ଟ ଦେଇ ପୃଥିବୀ ନିକଟକୁ ଆସିଥାନ୍ତି । ପୃଥିବୀର ସ୍ଥାୟୀ ଉପଗ୍ରହ ଚନ୍ଦ୍ର ପରି ଏହାର କୌଣସି ସ୍ଥିର କକ୍ଷପଥ ନଥାଏ  । ମିନି-ମୁନ୍‌ ସାଧାରଣତଃ ଏକ ଦୁର୍ଲଭ ପିଣ୍ଡ । ନିକଟରେ ପୃଥିବୀର କକ୍ଷପଥରେ ଏଭଳି ଅନେକ ଆଷ୍ଟେରଏଡଗୁଡ଼ିକୁ ଚିହ୍ନଟ କରାଯାଇଛି । 2006 RH120 ନାମକ ଏକ ମିନି-ମୁନ୍‌ 1ବର୍ଷ ପର୍ଯ୍ୟନ୍ତ ପୃଥିବୀର କକ୍ଷପଥ ନିକଟରେ ଦେଖିବାକୁ ମିଳିଥିଲା । ଏହା ଏକମାତ୍ର ମିନି-ମୁନ୍‌ ଥିଲା ଯାହାର ଫଟୋ ସାମ୍ନାକୁ ଆସିଥିଲା । 2002ରେ ବି ଏପରି ଏକ ପିଣ୍ଡକୁ ଦେଖାଯାଇଥିଲା । ଯାହାକୁ ଏହା ପୂର୍ବରୁ 1981ରେ ଦେଖିବାକୁ ମିଳିଥିଲା । ଏଥର ସେପ୍ଟେମ୍ବର 29 ତାରିଖଠାରୁ ନଭେମ୍ବର ଶେଷ ପର୍ଯ୍ୟନ୍ତ ଏହି ମିନି-ମୁ୍ନ୍‌ ଦୃଶ୍ୟମାନ ହେବ ।

Advertisement

Leave a Reply

Your email address will not be published. Required fields are marked *