Pratidin TV

Odisha's Digital News Platform

ଆଉ ନାହିଁ ବାର୍ଡ ଫ୍ଲୁ ଚିନ୍ତା , ଏବେ ଖାଇପାରିବେ ଚିକେନ୍, ଅଣ୍ଡା ..

1 min read

ବିନ୍ଦାସ୍ ଖାଆନ୍ତୁ ଚିକେନ ଓ ଅଣ୍ଡା । ବାର୍ଡ଼ ଫ୍ଲୁ ମୁକ୍ତ ହେଲାଣି ବ୍ରଏଲର ଚିକେନ୍‌ । ଚିକେନ କି ଅଣ୍ଡା ଯାହା ଖାଇଲେ କିଛି ବିପଦ ନାହିଁ । ସରକାର ଏହା ସ୍ପଷ୍ଟ କରିଛନ୍ତି । ଯେଉଁଠି ବାର୍ଡ ଫ୍ଲୁ’ ଚୁହ୍ନଟ ହୋଇଥିଲା, ସେହି କୁକୁଡ଼ାଙ୍କୁ ମାରି ପୋତି ଦିଆଯାଇଛି। ରାଜ୍ୟର ଅନ୍ୟ ଅଞ୍ଚଳକୁ ଏହି ରୋଗ ବ୍ୟାପି ପାରିନି। ତେଣୁ ଆମିଷ ଭକ୍ଷଣ କରୁଥିବା ଖାଉଟି ଏବେ ର୍ନିନ୍ଦ୍ୱନ୍ଦରେ ଓଡ଼ିଶାରେ ଉତ୍ପାଦିତ ହେଉଥିବା ଅଣ୍ଡା ଓ ଚିକେନ୍‌ ଖାଇପାରିବେ। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳମଣି ମିଶ୍ର ବାର୍ଡ ଫ୍ଲୁକୁ ନେଇ ଜନସଚେତନତା କରିବା ଉଦ୍ଦେଶ୍ୟରେ ଏହା କହିଛନ୍ତି।

ଶ୍ରୀ ମିଶ୍ରଙ୍କ କହିବାନୁସାରେ, ରାଜ୍ୟରେ ଉତ୍ପାଦିତ ବ୍ରଏଲର ଚିକେନ୍‌, ଅଣ୍ଡାରେ କୌଣସି ପ୍ରକାର ସଂକ୍ରମଣ ନାହିଁ। କିଛି ସପ୍ତାହ ତଳେ ପୁରୀ ଜିଲ୍ଲାରେ ବାଡର଼୍ ଫ୍ଲୁ’ ସଂକ୍ରମଣ ଚିହ୍ନଟ ହୋଇଥିଲା। ପ୍ରଭାବିତ ଅଞ୍ଚଳରେ ପ୍ରାଣୀ ସମ୍ପଦ ବିଭାଗ ସହାୟତାରେ କୁକୁଡ଼ାଙ୍କୁ ମାରି ପୋତି ଦିଆଯାଇଥିଲା। ପ୍ରତିବର୍ଷ ଏହି ସିଜିନରେ ବାର୍ଡ ଫ୍ଲୁ’ ହୋଇଥାଏ। ତେଣୁ ଏଥିରେ ବ୍ୟସ୍ତ ହେବାର କୌଣସି କାରଣ ନାହିଁ। ଅଧିକ ଉତ୍ତାପରେ ଚିକେନ୍‌କୁ ଭଲଭାବେ ରୋଷେଇ କରି ଖାଇଲେ କୌଣସି ସମସ୍ୟା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

Advertisement

ଉଲ୍ଲେଖଥାଉ କି, ବାର୍ଡ ଫ୍ଲୁ’ ଭୟ ଯୋଗୁଁ ମାସେ ହେଲାଣି ଚିକେନ୍‌ ବେପାର ମାନ୍ଦା ଥିଲା। ଚିକେନ୍‌ ଦାମ୍‌ ଖସି ଚିଲୋ ପିଛା ୨୦୦ ଟଙ୍କାରୁ ଖସି ୧୨୦ରୁ ୧୫୦ ଟଙ୍କାରେ ହୋଇଯାଇଥିଲା। ତଥାପି ଗ୍ରାହକ କିଣିବାକୁ ଆସୁନଥିଲେ। ବାର୍ଡ ଫ୍ଲୁ’ ଭୟ ଦୂର ପରେ ଗତ ରବିବାରରୁ ଧୀରେ ଧୀରେ ଗ୍ରାହକ ଆସିଲେଣି। ତେଣୁ ବ୍ରଏଲର ଫାର୍ମ ମାଲିକ, ବ୍ୟବସାୟୀ ଏପରିକି ହୋଟେଲ ବ୍ୟବସାୟୀ ବି ଆଶ୍ୱସ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *