Pratidin TV

Odisha's Digital News Platform

ଭକ୍ତ ଙ୍କ ବିଶ୍ୱାସକୁ ଭାଙ୍ଗିପାରିନି ବିବାଦ , ୪ ଦିନରେ ବିକ୍ରି ହେଲା ୧୪ ଲକ୍ଷ ତିରୁପତି ଲଡୁ …

1 min read

ଆନ୍ଧ୍ରପ୍ରଦେଶର ତିରୁପତି ବାଲାଜୀ ମନ୍ଦିରରେ ଲଡୁରେ ପଶୁ ଚର୍ବି ମିଶ୍ରଣ ମାମଲା । ଯାହାକୁ ନେଇ ଏବେ ସବୁଠି ତେଜୁଛି ବିବାଦ । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନୈତିକ ମାହୋଲ ସରଗରମ ହେବାରେ ଲାଗିଛି ।  ହେଲେ ଏହା ସତ୍ତ୍ବେବି ଲଡୁର ବିକ୍ରିରେ କମ୍ ହୋଇନାହିଁ। ମନ୍ଦିର ପ୍ରଶାସନ ଅନୁଯାୟୀ, ଗତ ଚାରି ଦିନରେ ୧୪ ଲକ୍ଷ ତିରୁପତି ଲଡ଼ୁ ବିକ୍ରି ହୋଇଛି। ତିରୁପତି ଲଡ଼ୁ ବିବାଦ ଏବଂ ଏହା ସତ୍ତ୍ବେବି ବିକ୍ରି ଉପରେ ପ୍ରଭାବ ନପଡ଼ିବାକୁ ନେଇ ଶ୍ରଦ୍ଧାଳୁ ମଧ୍ୟ ନିଜ ରାୟ ରଖିଛନ୍ତି। ଭକ୍ତ କହିଛନ୍ତି ଆମ ଶ୍ରଦ୍ଦାଳୁ ଏତେ ସହଜରେ ଦୋହଲାଇପାରିବେନି। ଏବେବି ପ୍ରତିଦିନି ଆନ୍ଧ୍ର ପ୍ରଦେଶର ଶ୍ରୀ ଭେଙ୍କଟେଶ୍ବର ମନ୍ଦିରରେ ୬୦ ହଜାର ଶ୍ରଦ୍ଧାଳୁ ପ୍ରତିଦିନି ପହଞ୍ଚୁଛନ୍ତି।

ମନ୍ଦିର ପ୍ରଶାସନ ସୂଚନା ଅନୁସାରେ, ୪ ଦିନ ମଧ୍ୟରେ ତିରୁପତି ମନ୍ଦିରରେ ୧୪ ଲକ୍ଷ ଲଡୁ ବିକ୍ରି ହୋଇଛି। ସେପ୍ଟେମ୍ବର ୧୯ରେ ୩ ଲକ୍ଷ ୫୯ ହଜାର ଲଡୁ ବିକ୍ରି ହୋଇ ଥିବାବେଳେ ସେପ୍ଟେମ୍ବର ୨୦ରେ ୩ ଲକ୍ଷ ୧୭ ହଜାର, ସେପ୍ଟେମ୍ବର ୨୧ରେ ୩ ଲକ୍ଷ ୬୭ ହଜାର ଏବଂ ୨୨ରେ ୩ ଲକ୍ଷ ୬୦ ହଜାର ଲଡୁ ବିକ୍ରି ହୋଇଛି। ଏହାର ଅର୍ଥ ତିରୁପତି ମନ୍ଦିରରେ ଦିନକୁ ୩ ଲକ୍ଷ ୫୦ ହଜାର ଲଡୁ ବିକ୍ରି ହେଉଛି। ଜଣେ ଭକ୍ତ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, “ତିରୁପତିଙ୍କ ଲଡୁକୁ ନେଇ ବିବାଦ ଚାଲିଥିଲେ ବି ଆମର ଏବେ ବି ବିଶ୍ୱାସ ଦୃଢ ରହିଛି।” ସୂଚନାଥାଉକି, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଅଭିଯୋଗ ଆଣିଥିଲେ ଯେ, ପୂର୍ବରୁ ରାଜ୍ୟରେ ଥିବା ଓ୍ବାଇଏସଆରସିପି ସରକାର ସମୟରେ ତିରୁପତି ଲଡୁ ପ୍ରସ୍ତୁତ କରିବା ପାଇଁ ବ୍ୟବହାର ହେଉଥିବା ଘିଅରେ ପଶୁ ଚର୍ବି ମିଶାଯାଉଥିଲା।

Advertisement

Leave a Reply

Your email address will not be published. Required fields are marked *