Pratidin TV

Odisha's Digital News Platform

ବେଙ୍ଗାଲୁର ଫ୍ରିଜରୁ ଶବ ମିଳିବା ଘଟଣା : ଓଡ଼ିଶାରେ ଲୁଚିଛି ଅଭିଯୁକ୍ତ ..

1 min read

ବେଙ୍ଗାଲୁରୁ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡ ସାରା ଦେଶକୁ ଥରାଇ ଦେଇଛି। ଦିନ ଗଡ଼ିବା ସହିତ ଏହି ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଆସୁଛି ନୂଆ ନୂଆ ଟ୍ବିଷ୍ଟ। ଯେଉଁ ଘରେ ରହୁଥିଲେ ମୃତକ ମହାଲକ୍ଷ୍ମୀ ସେହି ଘରୁ ହିଁ ତାଙ୍କ ମୃତଦେହ ଠାବ ହୋଇଛି। ମହାଲକ୍ଷ୍ମୀଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି ଫ୍ରିଜ ରଖିଥିଲା ଜହ୍ଲାଦ। ଅନ୍ୟପଟେ; ଏହି ହତ୍ୟାକାଣ୍ଡ ବେଙ୍ଗାଲୁରୁ ନିଆଁ ଲଗେଇ ଦେଇଛି। ବେଙ୍ଗାଲୁରୁର ସ୍ଥାନୀୟ ଓ ବାହାରୁ ଆସୁଥିବା ଲୋକଙ୍କ ମଧ୍ୟରେ ତର୍କ ବିତର୍କ ଆରମ୍ଭ ହୋଇ ଯାଇଛି। କାରଣ ପୁଲିସ କହିଛି ଯେ ଏହି ହତ୍ୟାକାଣ୍ଡ ପଛରେ କର୍ଣ୍ଣାଟକ ବାସିନ୍ଦା ନଥିବା ଦୁର୍ବୃତ୍ତଙ୍କ ହାତ ରହିଛି। ତେବେ ଏହି କଳ୍ପନା ଜଳ୍ପନା ମଧ୍ୟରେ ସାମ୍ନାକୁ ଆସିଛି ବଡ଼ ଖବର। ସିଟି ପୁଲିସ କମିଶନର ବି.ଦୟାନନ୍ଦ କହିଛନ୍ତି ଯେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ଘର ହେଉଛି ଓଡିଶାରେ। ସେ ମୃତ ମହିଳାଙ୍କର ପ୍ରେମିକ ଥିଲା ଏବଂ ଏଠାରେ ଆସି ଅନେକ ସମୟରେ ରହୁଥିଲା। ଏବେ ଅଭିଯୁକ୍ତ ଜଣଙ୍କ ସେଠାରୁ ଓଡ଼ିଶା ଚାଲି ଆସିଛି। ଏକଥା ଜଣାପଡ଼ିବା ପରେ ଘଟଣାର ତଦନ୍ତ କରୁଥିବା କର୍ଣ୍ଣାଟକା ପୁଲିସ୍‌ର ସ୍ୱତନ୍ତ୍ର ଟିମ ଓଡ଼ିଶା ଅଭିମୁଖେ ଆସୁଥିବା ଜଣାପଡ଼ିଛି। ଏ ସମ୍ପର୍କରେ କର୍ଣ୍ଣାଟକାର ଗୃହ ମନ୍ତ୍ରୀ ଜି ପରମେଶ୍ୱର ସୂଚନା ଦେଇଛନ୍ତି।

ଏହିଘଟଣାକୁ ନେଇ ମନ୍ତ୍ରୀ ଜି ପରମେଶ୍ୱର କହିଛନ୍ତି, “ଆମେ ଏହି ମାମଲାକୁ ବେଶ ଗୁରୁତ୍ୱର ସହ ନେଇଛୁ। ହତ୍ୟା ଘଟଣା ପୂରା ବେଙ୍ଗାଲୁରୁକୁ ଦୋହଲାଇ ଦେଇଛି। ହତ୍ୟା ଅଭିଯୁକ୍ତକୁ ପୁଲିସ୍‌ ଓଡ଼ିଶାରେ ଠାବ କରି ସାରିଛି। ସେ ଅପରାଧ ଘଟାଇଥିବା ପ୍ରମାଣ ଏକାଠି କରାଯାଉଛି। ଅଭିଯୁକ୍ତକୁ ଧରିବାକୁ ପୁଲିସ୍‌ ୩ରୁ ୪ଟି ଟିମ ପଠାଇଛି। ଅଭିଯୁକ୍ତ ଜଣଙ୍କ ନିୟମିତ ସ୍ଥାନ ବଦଳାଉ ଥିବାରୁ, ତା’ ଉପରେ ମଧ୍ୟ ନଜର ରହିଛି। ଶେଷ ଖବର ଅନୁସାରେ ସେ ଓଡ଼ିଶାରେ ହିଁ ରହିଥିବା ସ୍ପଷ୍ଟ ହୋଇଛି। ମିଳିଥିବା ପ୍ରମାଣ ଓ ସୂଚନା ଅନୁସାରେ ଓଡ଼ିଶା ଲୁଚିଥିବା ଯୁବକ ଜଣଙ୍କ ଏହି କାଣ୍ଡ ଘଟାଇଥିବା ସନ୍ଦେହ କରାଯାଉଛି। ତେଣୁ ତା’କୁ ଧରିବାକୁ ଟିମ ଯାଇଛି।”

Advertisement

ଶନିବାର ୨୯ ବର୍ଷୀୟ ମହିଳାଙ୍କ ଅଧା ପୋଚି ଯାଇଥିବା ଖଣ୍ଡବିଖଣ୍ଡିତ ମୃତଦେବକୁ ସେ ରହୁଥିବା ଆପାର୍ଟମେଣ୍ଟ ରୁମର ଫ୍ରିଜରୁ ଠାବ କରାଯାଇଥିଲା। ମହିଳା ଜଣକ ବିବାହିତ ହୋଇଥିଲେ ହେଁ ସ୍ୱାମୀଙ୍କ ଠାରୁ ଅଲଗା ହୋଇ ଏକାକୀ ରହୁଥିଲେ। ଏହି ସମୟରେ ଜଣେ ଯୁବକଙ୍କ ସହ ତା’ଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ସମ୍ଭବତଃ ସେ ହିଁ ତାଙ୍କୁ ହତ୍ୟା କରିଥିବା କୁହାଯାଉଛି। କିନ୍ତୁ ପୁଲିସ ଏଯାଏ ଏ ସମ୍ପର୍କରେ କିଛି ବି କହିନାହିଁ।

Leave a Reply

Your email address will not be published. Required fields are marked *