Pratidin TV

Odisha's Digital News Platform

ମିଶୁନଥିଲେ ନବୀନ , କର୍ମଚାରୀଙ୍କ ଘରେ ଘାଣ୍ଟ ପଖାଳ ଖାଇଲେ ମୋହନ ..

1 min read

ଯାହା ପୂର୍ବତନ ମୁଖ୍ୟମନ୍ତ୍ରୀ କରି ନଥିଲେ ତାହା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ କରି ଦେଖାଇଛନ୍ତି। ଦୀର୍ଘ ୨୪ ବର୍ଷ ଧରି ଓଡିଶାରେ ଶାସନ କରି ଆସୁଥିବା ବେଳେ ଲୋକଙ୍କୁ ଭେଟି ତାଙ୍କ ସହ ଭୋଜନ କରି ନଥିଲେ ନବୀନ ପଟ୍ଟନାୟକ କିନ୍ତୁ ଓଡିଶାରେ ଶାସନ କରିବା ୧୦୦ ଦିନ ଭିତରେ ବର୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ପାଖକୁ ଯାଇ ସମସ୍ୟା ବୁଝିବା ସହ ତାଙ୍କ ସହ ମିଶି ତଳେ ବସି ଭୋଜନ କରୁଛନ୍ତି। ଯାହା ଲୋକଙ୍କ ହୃଦୟ ଜିତୁଛି। ତେବେ ଆଜି ଏଭଳି କିଛି ଦୃଶ୍ୟ ପୁଣିଥରେ ଦେଖିବାକୁ ମିଳିଛି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କର୍ମକର୍ତ୍ତାଙ୍କ ଘରେ ଯାଇ ମଧ୍୍ୟହ୍ନ ଭୋଜନ କରିଛନ୍ତି। ତେବେ ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ କଟକରେ ଜଣେ ଆଦିବାସୀ ମହିଳାଙ୍କ ଘରେ ଭୋଜନ କରିଥିଲେ ମୁଖ୍ୟମନ୍ତ୍ରୀ। ବିଜେପି ପକ୍ଷରୁ ଓଡିଶାରେ ସଦସ୍ୟତା ଅଭିଯାନ ଚାଲିଥିବା ବେଳେ ଭରବଙ୍କନଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀରେ ଯାଇ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ କଥା ହେଉଛନ୍ତି ।ସେମାନଙ୍କ ସସସ୍ୟା ବୁଝିବା ସହ ଗଛ ମଧ୍ୟ ଲଗାଉଛନ୍ତି।

Advertisement

ଆଉ ଲୋକଙ୍କ ସହ ସୁସମ୍ପର୍କ ସ୍ଥାପନା କରିବା ପାଇଁ ନିଜ ଦଳର କର୍ମକର୍ତ୍ତାଙ୍କ ଘରକୁ ଯାଇ ମଧ୍ୟାହ୍ନ ଭୋଜନ କରୁଛନ୍ତି। ତେବେ ଆପଣ ଏଭଳି ମୁଖ୍ୟମନ୍ତ୍ରୀ ଆଗରୁ ଦେଖି ନଥିବେ । କାରଣ ନବୀନ କେବଳ ଲୋକଙ୍କ ସହ କଥା ହେଉଥିଲେ । କିନ୍ତୁ ମୋହନ ମାଝୀ ଲୋକଙ୍କ ସହ ବସି ଭୋଜନ କରୁଛନ୍ତି। ଇଏ ଓଡିଶାର ପ୍ରଥମ ମୁଖ୍ୟମନ୍ତ୍ରୀ ଯିଏ ଓଡିଶା ରାଜନୀତରେ ବିରଳ ଅଟନ୍ତି। ଆଉ ଏହି ମୋହନ ମାଝୀ ପାଖରେ ପାଇ ରାଜ୍ୟବାସୀ ବେଶ ଖୁସି ହେଉଛନ୍ତି।

Leave a Reply

Your email address will not be published. Required fields are marked *