Pratidin TV

Odisha's Digital News Platform

ଘାଣ୍ଟ ଖାଇ ବିଦାୟ ନେଲେ ପ୍ରଭୁ ଗଜାନନ , ୩୬ ବର୍ଷରୁ ଚାଲିଛି ଏହି ପରମ୍ପରା….

1 min read

କଟକ : କଟକ ର ବିଭିନ୍ନ କ୍ଳବ୍ ରେ ଘାଣ୍ଟ ଭୋଗ ଖାଇଲେ ପ୍ରଭୂ ଗଜାନନ । ଆଜି ହେଉଛି ପବିତ୍ର ଜୁତିଆ ବା ଘାଣ୍ଟ । ଓଡ଼ିଆ ଘରର ପରମ୍ପରା କୁ ବଜାୟ ରଖିବା ପାଇଁ ଜୁତିଆ ଓଷା ପରଦିନ ପ୍ରତ୍ୟେକଟି ଓଡ଼ିଆ ଘରେ ପ୍ରସ୍ତୁତ ହୋଇଥାଏ ଘାଣ୍ଟ । ତେବେ ଏହା ଆଉ ଘରେ ସୀମିତ ନାହିଁ ।

କଟକର ବିଭିନ୍ନ କ୍ଲବ୍ ରେ ପ୍ରଭୁ ଗଜାନନଙ୍କ ନିକଟରେ ଘାଣ୍ଟ ଭୋଗ ଲାଗି କରାଯାଉଛି । ଏମିତିକି କଟକ ରାଣୀହାଟ୍ ଶଗଡ଼ିଆ ସାହିରେ ଟାର୍ଗେଟ୍ କ୍ଲବ୍ ର ଗଣେଶ ଦୀର୍ଘ ୩୬ ବର୍ଷ ହେବ ଘାଣ୍ଟ ଭୋଗ ଖାଉଛନ୍ତି । ସେହିଭଳି କଟକ ବାଖରାବାଦ୍ ମା’ ବାସୁଳୀ କ୍ଳବ୍, ଛତ୍ର ବଜାର ର ଥ୍ରୀ ଷ୍ଟାର କ୍ଳବ୍ ଠାରେ ଥିବା ପ୍ରଭୁ ଗଜାନନ ନିକଟରେ ଘାଣ୍ଟ ସାଙ୍ଗକୁ ଦହି ପଖାଳ ଭୋଗ ଲାଗି ହୋଇଥାଏ ।

Advertisement

ଏହାପରେ ଶେଷ ରବିବାର ଅର୍ଥାତ୍ ୨୯ ତାରିଖରେ ବୁଢ଼ା ଗଣେଶଙ୍କ ଭସାଣୀ ଶୋଭାଯାତ୍ରା ଅନୁଷ୍ଠିତ ହେବ । ଏଥର ଶୃଙ୍ଖଳିତ ଏବଂ ନିଶାମୁକ୍ତ ଭସାଣୀ ପାଇଁ ପ୍ରସ୍ତୁତ ଥିବା କଥା କହିଛନ୍ତି କ୍ଲବ୍ ର ସଦସ୍ୟ ମାନେ ।

Leave a Reply

Your email address will not be published. Required fields are marked *