Pratidin TV

Odisha's Digital News Platform

ସୁନୀତାଙ୍କ ଫେରିବାରେ ବାତ୍ୟା ବାଧକ 

1 min read

ବୋଇଙ୍ଗ ଷ୍ଠାରଲାଇନର କ୍ୟାପସୁଲରେ ୮ଦିନ ପାଇଁ ମହାକାଶ ଯାଇ ଫସିଛନ୍ତି ଭାରତୀୟ ବଂଶୋଦ୍ଭବ ତଥା ନାସା ମହାକାଶଚାରୀ ସୁନୀତା ୱିଲିୟଷ୍ଠ । ତାଙ୍କୁ ପୃଥିବୀ ସୁରକ୍ଷିତ ଫେରାଇ ଆଣିବା ଲାଗି ଆସନ୍ତା ଗୁରୁବାର ସେପ୍ଟେମ୍ବର ୨୬ରେ ନାସା ଓ ଏଲନ ମସ୍ତଙ୍କ SpaceX ପକ୍ଷରୁ କୁ-୯ ମିଶନ ଲଞ୍ଚ ହେବାକୁ ଯାଉଛି ।

ତେବେ ଗୁରୁତ୍ଵପୂର୍ଣ୍ଣ କାରଣ ଏହା ସୁନୀତା ଓ ସହ ମହାକାଶଚାରୀ ୱିଲମୋରଙ୍କୁ ନେଇ ଆସନ୍ତା ବର୍ଷ ଫେବୃଆରୀରେ ପୃଥିବୀ ଫେରିବ । କିନ୍ତୁ ଏହି ମିଶନରେ ବାଧା ସାଜିପାରେ ଟୁପିକାଲ ସାଇନ-ନାଇନ । ଯାହାକି ମେକ୍ସିକୋ ଓ ଫ୍ଲୋରିବାର ପଶ୍ଚିମ ଉପକୂଳ ଅଞ୍ଚଳରେ ଘନେଇବାରେ ଲାଗିଛି । ଗୁରୁବାର ଏହି ମିଶନ ଲଞ୍ଚ ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି ମିଶନରେ ୨ଜଣ ମହାକାଶଚାରୀ ଯିବାକୁ ଥିବା ବେଳେ ଆଉ ୨ଟି ସିଟ ସୁନୀତା ଓ ତାଙ୍କ ସହ‌ଯୋଗୀଙ୍କ ଲାଗି ଖାଲି ରହିବ । ସେମାନେ ୨୦୨୫ ଫେବୃଆରୀରେ ପୃଥିବୀ ଫେରିବେ । ହେଲେ ମିଶନଟି ଏବେ ବାଧାର ସମ୍ମୁଖୀନ ହୋଇଛି । ମେକ୍ସିକୋ ଓ ସୋରିତାର ପଶ୍ଚିମ ଉପକୂଳରେ ସୃଷ୍ଟି ହୋଇଥିବା ଟ୍ରପିକାଲ ବାତ୍ୟା ନାଇନ ଏହି ମିଶନକୁ ପ୍ରଭାବିତ କରିପାରେ । ତେବେ ନାସା SpaceX ଓ ଆମେରିକାର Space4 ୪୫ ତମ ପାଣିପିଗ ସ୍କ୍ୱାଡ଼ନ ଟ୍ରପିକାଲ ସାଇକ୍ଲୋନ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି |

Advertisement

Leave a Reply

Your email address will not be published. Required fields are marked *