Pratidin TV

Odisha's Digital News Platform

ପୁରୁଖା ନେତାଙ୍କ ଉପରେ ଏବେ ନବୀନଙ୍କ ଭରସା, ଗଠନ କଲେ ୩ ନୂଆ କମିଟି

1 min read

ପୁରୁଖା ନେତାଙ୍କ ଉପରେ ଏବେ ନବୀନଙ୍କ ଭରସା | ଦଳକୁ ବଞ୍ଚାଇବା ପାଇଁ ଏବେ ଲୋଡ଼ା ବରିଷ୍ଠଙ୍କ ସାହାରା | ତେଣୁ ବର୍ତ୍ତମାନ ୩ ନୂଆ କମିଟି ଗଠନ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ | ଏହି ୩ଟି କମିଟିରେ ନେତାଙ୍କୁ ଦିଆଯାଇଛି ଦାୟିତ୍ୱ | ପୁରୁଖା ନେତାଙ୍କ ସହ ନୂଆ ନେତାଙ୍କୁ ମଧ୍ୟ ସୁଯୋଗ ଦେଇଛନ୍ତି ନବୀନ | ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଏମାନେ ବହୁ ଗୁରୁତ୍ୱପୂର୍ଣ୍ଣ କାମରେ ଦେଖିବାକୁ ମିଳିବ |

ତେବେ ଏହି ୩ଟି କମିଟି ମଧ୍ୟରୁ ଗୋଟେ ହେଉଛି ଆଡ଼ଭାଇଜାରି କମିଟି, ମେମ୍ବରସିପ ଡ୍ରାଇଭ କମିଟି, ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ କମିଟି | ଆଡ଼ଭାଇଜାରି କମିଟିରେ ୧୭ ଜଣଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ, ସେହିପରି ମେମ୍ବରସିପ ଡ୍ରାଇଭ କମିଟିରେ ମଧ୍ୟ ୨୨ ଜଣଙ୍କୁ ଦାୟିତ୍ୱ ଦିଆଯାଇଛି ଏବଂ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ କମିଟିରେ ୨୧ ଜଣଙ୍କୁ ଦାୟିତ୍ୱ ଦେଇଛନ୍ତି ନବୀନ | ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ୩ଟି କମିଟିରେ ପ୍ରଣବ କୁମାର ଦାସଙ୍କୁ ସ୍ଥାନ ମିଳିନାହିଁ | ତେବେ ପ୍ରସନ୍ନ ଆଚାର୍ଯ୍ୟ, ଉଷା ଦେବୀ, ପ୍ରଫୁଲ କୁମାର ମଲ୍ଲିକ, ଚଦ୍ରଶେଖର ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରଫୁଲ ସାମଲ, ଅଶୋକ ଚନ୍ଦ୍ର ପଣ୍ଡା, ପଦ୍ମନାଭା ବେହେରା ଆଦିଙ୍କୁ ଆଡ଼ଭାଇଜାରି କମିଟରେ ଦାୟିତ୍ୱ ଦେଇଥିବା ବେଳେ ସେହିପରି ଅତନୁ ସବ୍ୟସାଚୀ ନାଏକ, ରାଜେନ୍ଦ୍ର ଢୋଲକିଆ, ଦିବ୍ୟ ଶଙ୍କର ମିଶ୍ର, ରବୀନ୍ଦ୍ର କୁମାର ଜେନା ଆଦିଙ୍କୁ ମେମ୍ବରସିପ ଡ୍ରାଇଭ କମିଟିରେ ଦାୟିତ୍ୱ ମିଳିଛି | ସେହିପରି ସଞ୍ଜୟ କୁମାର ଦାସବର୍ମା, ପ୍ରଶାନ୍ତ କୁମାର ମୁଦୁଲି, ରାଜେନ୍ଦ୍ର କୁମାର ସାହୁଙ୍କୁ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେସନ କମିଟିରେ ଦାୟିତ୍ୱ ଦେଇଛନ୍ତି ନବୀନ | ତେବେ ଏହି ନେତାମାନେ ଗ୍ରାଉଣ୍ଡ ଜିରୋକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହ ତୃଣମୂଳ ସ୍ଥରରେ କିପରି ବିଜେଡି ସୁଦୃଢ ହେବ ତାହା ଉପରେ କରିବେ ତର୍ଜମା |

Advertisement

Leave a Reply

Your email address will not be published. Required fields are marked *