Pratidin TV

Odisha's Digital News Platform

ମହାରାଷ୍ଟ୍ରରେ ଅସମ୍ଭାଳ ବର୍ଷା , ବାତିଲ୍‌ ହେଲା ମୋଦିଙ୍କ ଗସ୍ତ

1 min read

ପ୍ରବଳ ବର୍ଷାରେ ବେହାଲ ମହାରାଷ୍ଟ୍ର । ଯେଉଁକାରଣରୁ ବାତିଲ ହୋଇଛି ନରେନ୍ଦ୍ର ମୋଦିଙ୍କ ଗସ୍ତ । ମହାରାଷ୍ଟ୍ରର ଅନେକ ସହରରେ ପ୍ରବଳ ବର୍ଷା ଯୋଗୁ ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି। ରାସ୍ତାରେ ପାଣି ଭରି ରହିଥିବାରୁ ଜନଜୀବନ ପ୍ରଭାବିତ ହୋଇଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ରାଜ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ସେଠାରେ ସେ ପୁଣେ ମେଟ୍ରୋ ଟ୍ରେନର ଶୁଭାରମ୍ଭ କରିବା ସହିତ ୨୨, ୬୦୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ କରିବାର କାର୍ଯ୍ୟକ୍ରମ ଥିଲା। ତେବେ ବର୍ଷା ବିତ୍ପାତକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀଙ୍କୁ ଯାତ୍ରା ବାତିଲ କରାଯାଇଛି।

ପ୍ରବଳ ବର୍ଷା ହେତୁ ପୁଣେ ଏବଂ ପିମ୍ପ୍ରି ଚିଞ୍ଚୱାଡରେ ସ୍କୁଲ ଏବଂ କଲେଜଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପାଣିପାଗ ବିଭାଗ ଦ୍ୱାରା ଦିଆଯାଇଥିବା ଚେତାବନୀକୁ ଗମ୍ଭୀରତାର ସହ ନେବାକୁ ମୁମ୍ବାଇ ପୋଲିସ ଲୋକଙ୍କୁ ନିବେଦନ କରିଛି। ରେଳ ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ହେତୁ ଗୋଭଣ୍ଡି-ମାନଖର୍ଡ ମଧ୍ୟରେ ଚାଲୁଥିବା ମୁମ୍ବାଇ ସ୍ଥାନୀୟ ଟ୍ରେନର ଚଳାଚଳ ମଧ୍ୟ ପ୍ରଭାବିତ ହୋଇଥିଲା। ପୁଣେ ଜିଲ୍ଲା ପାଇଁ ଆଇଏମଡି କମଳା ଆଲର୍ଟ ଜାରି କରିଛି। ନାଗରିକମାନଙ୍କୁ ଅନାବଶ୍ୟକ ଭାବରେ ଘରୁ ବାହାରକୁ ନ ଯିବାକୁ ଏବଂ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Advertisement

Leave a Reply

Your email address will not be published. Required fields are marked *