Pratidin TV

Odisha's Digital News Platform

କ୍ୟାସ୍‌ ଫର୍‌ ଜବ୍ ମାମଲା : ପୂର୍ବତନ ମନ୍ତ୍ରୀଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ ..

1 min read

ପୂର୍ବତନ ମନ୍ତ୍ରୀ ଭି. ସେନ୍ଥିଲ ବାଲାଜୀଙ୍କୁ ମିଳିଲା ଜାମିନ। ଟଙ୍କା ବଦଳରେ ଚାକିରୀ କରେଇବାକୁ କହି ଲାଞ୍ଚ ନେଇ ଗିରଫ ହୋଇଥିଲେ ସେନ୍ଥିଲ ବାଲାଜୀ । ଆଜି ସେନ୍ଥିଲ ବାଲାଜୀଙ୍କୁ ସୁପ୍ରିମକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଅଦାଲତ ଜାମିନ୍‌ ପ୍ରଦାନ କରି କହିଛନ୍ତି ଯେ ଜାମିନକୁ ନେଇ କଠୋରତା ଏବଂ ବିଚାରରେ ବିଳମ୍ବ ଏକାସାଥୀରେ ଗ୍ରହଣଯୋଗ୍ୟ ନୁହେଁ।ଅର୍ଥ ହେରଫେର ଅଭିଯୋଗରେ ସେନ୍ଥିଲ ବାଲାଜୀଙ୍କୁ ଗତ ବର୍ଷ ଜୁନ୍ ୧୪ରେ ଇଡି ଗିରଫ କରିଥିଲା।

ସେ ଏଆଇଏଡିଏମକେ ସରକାରରେ ପରିବହନ ମନ୍ତ୍ରୀ ଥିବାବେଳେ ଚାକିରି ବଦଳରେ ନଗଦ ଲାଞ୍ଚ ଦୁର୍ନୀତିରେ ଅର୍ଥ ହେରଫେର କରିଥିବା ଅଭିଯୋଗ ରହିଛି। ଏହା ପୂର୍ବରୁ ମାଡ୍ରାସ ହାଇକୋର୍ଟ ତାଙ୍କ ଜାମିନ ଆବେଦନ ଖାରଜ କରିଥିବାବେଳେ ନିମ୍ନ ଅଦାଲତ ମଧ୍ୟ ତାଙ୍କ ଜାମିନ ଆବେଦନକୁ ତିନିଥର ପ୍ରତ୍ୟାଖ୍ୟାନ କରିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି, “ଆମେ ଅନେକ କଠୋର ସର୍ତ୍ତ ରଖି ଜାମିନ୍‌ ପ୍ରଦାନ କରୁଛୁ। ସେଥିପାଇଁ ବିଚାର ପ୍ରକ୍ରିୟାରେ ବିଳମ୍ବ ଆଦୌ ବି ଗ୍ରହଣୀୟ ନୁହେଁ।’’ ଜୁନ୍‌ ୨୦୨୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚାକିରି ବଦଳରେ ଟଙ୍କା ଦୁର୍ନୀତି ସହ ଜଡିତ ମନିଲଣ୍ଡରିଂ ମାମଲାରେ ବାଲାଜୀଙ୍କୁ ଗିରଫ କରିଥିଲା। ସେତେବେଳେ ସେ ପରିବହନ ମନ୍ତ୍ରୀ ଥିଲେ। ଗିରଫ ହେବାର କିଛି ସମୟ ପରେ ଏକ ଘରୋଇ ଡାକ୍ତରଖାନାରେ ତାଙ୍କର ବାଇପାସ୍ ସର୍ଜରୀ କରାଯାଇଥିଲେ। ପରେ ଇଡି ତାଙ୍କୁ ପଚରାଉଚରା କରିଥିଲା। ଏହାପରେ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଥିଲା। ଅଗଷ୍ଟ ୧୨ରେ ବାଲାଜୀଙ୍କ ବିରୋଧରେ ଇଡି ୩୦୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କରିଥିଲା।

Advertisement

Leave a Reply

Your email address will not be published. Required fields are marked *