Pratidin TV

Odisha's Digital News Platform

ମେଟା ଲଞ୍ଚ୍ କଲା ଚମତ୍କାରୀ ଚଷମା , ଏହାକୁ ପିନ୍ଧି କରି ପାରିବେ ଏସବୁ କାମ..

1 min read

ଏଆଇ ଟେକ୍ନୋଲଜିର ଚମତ୍କାରୀ ଚଷମା , ଆଖିରେ ଲଗେଇବା କ୍ଷଣି ସ୍ମାର୍ଟ ହୋଇଯିବେ ଆପଣ। ଏପରି ଏକ ଚମତ୍କାରୀ ଚଷମା ଲଞ୍ଚ୍‌ କଲା ଫେସ୍‌ବୁକ୍‌ର ପ୍ୟାରେଣ୍ଟ୍‌ କମ୍ପାନି ମେଟା ।  ଏକ ଦୁଇଦିନିଆ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଯାହାର ନାମ ମେଟା କନେକ୍ଟ-୨୦୨୪। ଏହି କାର୍ଯ୍ୟକ୍ରମ‌ରେ ଭାରତୀୟ ସମୟ ଅନୁସାରେ  ବୁଧବାର ରାତିରେ ହିଁ ଏକ ବଡ଼ ଘୋଷଣା କରାଯାଇଛି। କମ୍ପାନି ‘ଓରିୟନ୍‌’ ନାମରେ ଏକ ଆଧୁନିକ ଚଷମା ଲଞ୍ଚ୍‌ କରିଛି।

ଏହା କେତେକ ସ୍ଥାନରେ ଆପଣଙ୍କୁ ଆପଲ୍‌ ଭିଜନ୍‌ ପ୍ରୋର କଥା ମନେ ପକାଇଦେବ। ଏଥିରେ ହଲୋଗ୍ରାଫିକ୍ସ ଡିସ୍‌ପ୍ଲେ ଦିଆଯାଇଛି। ଏହାକୁ ପିନ୍ଧି ବ୍ୟବହାରକାରୀ ନିଜର ହାତକୁ ଏପଟ ସେପଟ ଚାଳନା କରିବ ଫିଚର୍‌ର ବ୍ୟବହାର କରିପାରିବେ। ଏଥିପାଇଁ ବ୍ୟବହାରକାରୀଙ୍କୁ ନୂଆ ଇମେଜ ହାତଘଣ୍ଟା ପିନ୍ଧିବାକୁ ପଡ଼ିବ। ଏହି ଚଷମାକୁ ପିନ୍ଧି ବ୍ୟବହାରକାରୀ ବିନା ଫୋନ୍‌ରେ ଫୋନ୍‌ର ଫିଚର ସବୁକୁ ଉପଭୋଗ କରିପାରିବେ। କିଛି ଦେଖିବା ପାଇଁ ହାତରେ ଫୋନ୍‌ ଧରିବା ଜରୁରୀ ହେବ ନାହିଁ। ସେହି ଚଷମାକୁ ପିନ୍ଧିବା ଦ୍ବାରା ହିଁ ବ୍ୟବହାରକାରୀଙ୍କ ଆଖି ସାମ୍ନାରେ ଏକ ପରଦା ଦୃଶ୍ୟମାନ ହେବ। ସେଥିରେ ବ୍ୟବହାରକାରୀ ଫୋନ୍‌ ଚଳାଇବାକୁ ନେଇ ଗେମ୍‌ ଖେଳିବା ଆଦି ବିଭିନ୍ନ କାର୍ଯ୍ୟ କରିପାରିବେ।

Advertisement

Leave a Reply

Your email address will not be published. Required fields are marked *