Pratidin TV

Odisha's Digital News Platform

ଦୀପାବଳି ପୂର୍ବରୁ ଭୟଙ୍କର ବାୟୁ ପ୍ରଦୂଷଣରେ ଆକ୍ତାମାକ୍ତା ଦିଲ୍ଲୀବାସୀ ..

1 min read

ଦିଲ୍ଲୀରେ ଦିନକୁ ଦିନ ଭୟଙ୍କର ହେଉଛି ବାୟୁ ପ୍ରଦୂଷଣ । ସହରରେ ଏୟାର କ୍ବାଲିଟି ଇଣ୍ଡେକ୍ସ ୩୦୦  ଶହ ଟପିଲାଣି । ଅର୍ଥାତ ଦିଲ୍ଲୀ ପବନରେ ଏବେ ଭରି ରହିଛି ବିଷ । ନିଶ୍ବାସ ପ୍ରଶ୍ବାସ ନେବା ଅର୍ଥ ମାଡ଼ି ବସିବ ରୋଗ । ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏନେଇ ସତର୍କ ମଧ୍ୟ କରିଦେଇଛି ।

 ଦୀପାବଳି ପୂର୍ବରୁ ରାଜଧାନୀରେ ଆରମ୍ଭ ହୋଇଗଲାଣି ବାୟୁ ପ୍ରଦୂଷଣ।  ରାଜଧାନୀ ଦିଲ୍ଲୀରେ ବାୟୁର ଗୁଣବତ୍ତା ଖରାପ ହୋଇଛି। ଏୟାର କ୍ବାଲିଟି ଇଣ୍ଡେକ୍ସ ୩୦୦ ଉପରକୁ ଯାଇଥିବା ବେଳେ ବାୟୁର ମାନ ‘ଅତି ଖରାପ’ ସ୍ତରକୁ ଚାଲିଯାଇଛି। ଏବେଠାରୁ ବିଷ ବାୟୁରେ ଅଣନିଶ୍ବାସୀ ହୋଇ ପଡିଛନ୍ତି ରାଜଧାନୀବାସୀ ।

Advertisement

ଶୀତ ଋତୁରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚରମରେ ପହଞ୍ଚିଯାଏ । ଏଥିପାଇଁ ଦିଲ୍ଲୀବାସୀ ପ୍ରସ୍ତୁତି କରୁଥିବା ବେଳେ ହଠାତ ଗତକାଲି ଦିଲ୍ଲୀର ଏକ୍ୟୁଆଇ ୩୦୦ ଟପିଯିବା ପରେ ଚିନ୍ତା ପ୍ରକାଶ ପାଇଛି। ଶୀତ ଋତୁ ଆସିବା ପୂର୍ବରୁ ଦିଲ୍ଲୀ ଏନସିଆରରେ ଗ୍ରେଡେଡ୍‌ ରେସପନ୍ସ ଆକ୍ସନ ପ୍ଲାନ (GRAP) ସଂଶୋଧନ କରାଯାଇଛି। ଏକ୍ୟୁଆଇ ୨୦୦ ଟପିବା ପରେ ଅନ୍ତରାଜ୍ୟ ବସ ଚଳାଚଳ ଉପରେ ବିଶେଷ ଧ୍ୟାନ ଦିଆଯାଉଛି। ବିଏସ-୩ ବସ୍‌ ବିଶେଷ କରି ଡିଜେଲ ଚାଳିତ ବସ୍‌ ଉପରେ ରୋକ ଲାଗିଛି।

ଆଗକୁ ଦୀପାବଳି । ଆତସବାଜି ଦ୍ୱାରା ପୁଣି ବାୟୁ ପ୍ରଦୂଷଣ ଢେର ବଢ଼ିବାର ଆଶଙ୍କା କରାଯାଉଛି। ଏମିତିକି ଏହାଯୋଗୁ ଅନେକ ଲୋକ ଫୁସଫୁସ୍ କ୍ୟାନସରର ଶିକାର ହେବେ ବୋଲି ଚେତାଇ ଦେଲେଣି ସ୍ୱାସ୍ଥ୍ୟ ବିଶେଷଜ୍ଞ।

Leave a Reply

Your email address will not be published. Required fields are marked *