Pratidin TV

Odisha's Digital News Platform

ଏଠି ନେତାର ପୁଅ ନେତା ହୁଏନି, ଗରିବର ପୁଅ ନେତା ହୁଏ : ଜେପି ନଡ୍ଡା ..

1 min read

ଦିନିକିଆ ଗସ୍ତରେ ଓଡିଶା ଆସିଛନ୍ତି ବିଜେପିର  ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା । ପୂର୍ବାହ୍ନ ପ୍ରାୟ 11 ଟାରେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କାର୍ଯ୍ୟକର୍ତ୍ତା ସ୍ବାଗତ କରିଥିଲେ । ପରେ ଦଳର ସଦସ୍ୟତା ସଂଗ୍ରହ ଅଭିଯାନରେ ସାମିଲ ହୋଇଥିଲେ ।

 କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ଜେପି ନଡ୍ଡା । ନୂଆ ସଦସ୍ୟଙ୍କୁ ମାର୍ଗଦର୍ଶନ କରାଇଥିଲେ ।   ଏହାପରେ  ବିଜେପି ଏକମାତ୍ର ଗଣତାନ୍ତ୍ରିକ, କ୍ୟାଡରଯୁକ୍ତ ରାଜନୈତିକ ଦଳ। ଭାରତରେ 5 ହଜାର ଦଳ, 50ରୁ ଅଧିକ ପାର୍ଟି। ଆପଣମାନେ କଂଗ୍ରେସର ଏପରି ସଦସ୍ୟତା ଅଭିଯାନ ଦେଖିଛନ୍ତି କି ବୋଲି ନଡ୍ଡା ପ୍ରଶ୍ନ କରିଥିଲେ। ସେ କହିଛନ୍ତି, ଭାଜପାରେ ଅତ୍ୟନ୍ତ ସ୍ବଚ୍ଛ ଭାବେ ସଦସ୍ୟତା ଗ୍ରହଣ ହୁଏ। ସଦସ୍ୟତା ସରିବା ପରେ କାର୍ଯ୍ୟକର୍ତ୍ତା ନିର୍ବାଚନ ହେବ। ଆମର ଏଠି ନେତା ପୁଅ ନେତା ହୁଏନି। ମାଟିରୁ ଆସିଥିବା ବ୍ୟକ୍ତି ନେତା ହୁଅନ୍ତି। ଏମିତି କିଛି କହି ବିରୋଧୀଙ୍କ ତେର୍ଚ୍ଛାବାଣ ମାରିଛନ୍ତି ନଡ୍ଡା।

Advertisement

ନଡ୍ଡା ଆହୁରି କହିଛନ୍ତି, ‘ଏହା ଭାଜପା ଅଟେ ଯିଏ ଭାରତୀୟ ଜନସଂଘ ନାଁରେ 1952ରେ କହିଥିଲା, ଗୋଟିଏ ଦେଶରେ ଦୁଇଟି ନିୟମ (ବିଧାନ) ଦୁଇଟି ପ୍ରଧାନ(ମୁଖିଆ) ଚଳିବନି । ଆମେ ଏକ ଲମ୍ବା ଯାତ୍ରା କରିଛୁ ଏବଂ 2019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନେତୃତ୍ବରେ ଧାରା 370 ହଟାଇଛୁ । ଜମ୍ମୁ କାଶ୍ମୀରର ସମ୍ବିଧାନ ଅଲଗା ଥିଲା ଭାରତର ସମ୍ବିଧାନ ଅଲଗା ଥିଲା । ଭାରତ ପାଖାପାଖି 200 ନିୟମ ଏପରି ଥିଲା ଯାହା ଜମ୍ମୁ କାଶ୍ମୀରରେ ଲାଗୁ ହେଉନଥିଲା ।’

 ଏଥିସହ କଂଗ୍ରେସ୍ ନକ୍ସଲଙ୍କ ମୁଖପାତ୍ର ହୋଇଯାଇଛି ଓ ଶ୍ରୀନଗରରେ ଧାରା ୩୭୦ଆଣିବାକୁ ସେମାନଙ୍କ ସହ ହାତ ମିଶାଇଛନ୍ତି ବୋଲି କଟାକ୍ଷ କରିଛନ୍ତି ନଡ୍ଡା। ସେ ଆହୁରି କହିଛନ୍ତି, ୨୦୧୯ରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ୩୭୦ ଧାରା ଉଚ୍ଛେଦ ହେଲା।  ପ୍ରଧାନମନ୍ତ୍ରୀ ମୋଦି ଏହା ବିରୋଧରେ ଲଢି ଏହାକୁ ଉଚ୍ଛେଦ କଲେ। ଜମ୍ମୁ-କଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲା। ଏବେ ସେଠାରେ ବିଧାନସଭା ନିର୍ବାଚନ ହେଉଛି।

Leave a Reply

Your email address will not be published. Required fields are marked *