Pratidin TV

Odisha's Digital News Platform

ଭୂତ ଉଠାଉଛି ହିତାଧିକାରୀଙ୍କ ଭତ୍ତା ! ଆକାଉଣ୍ଟରୁ ଗାୟବ ହେଉଛି ଏପରି ଟଙ୍କା ..

1 min read

କୋରାପୁଟ : ଭୁତ ଉଠାଉଛି ବିଧବା ଓ ବୃଦ୍ଧା ଙ୍କ ଭତ୍ତା ଟଙ୍କା।ପ୍ରତି ମାସ ହିତାଧିକାରୀ ବ୍ୟାଙ୍କ ଜମା ଖାତା ରେ ୫୦୦ ଟଙ୍କା ଲେଖାଏଁ ଭତା ଟଙ୍କା ଜମା ହେଉଛି।ନିଜ ଜମାଖାତା ରୁ ଟଙ୍କା ଉଠାଇବା ପାଇଁ ହିତାଧିକାରୀ ବ୍ୟାଙ୍କ କୁ ଯିବା ବେଳକୁ ତାଙ୍କ ଜମାଖାତା ରୁ ସମସ୍ତ ଟଙ୍କା ଗାୟବ ହୋଇଯାଉଛି। କାହାର ଏକ ବର୍ଷର ତ କାହାର ୭ ମାସର ଓ ଆଉ କାହାର ୬ ମାସର ଭତ୍ତା ଟଙ୍କା ଉଠିଯାଇଛି।ହିତାଧିକାରୀ ଙ୍କ ଅଜାଣତରେ ତାଙ୍କ ଜମାଖାତା ରୁ ଟଙ୍କା ଉଠାଉଛି କିଏ ସେମାନେ ଜାଣିନଥିବା ଅଭିଯୋଗ ହୋଇଛି।

Advertisement

ବିଧବା ଓ ବୃଦ୍ଧା ଙ୍କ ଭତ୍ତା ଟଙ୍କା କୁ ଖାଇଯାଉଛନ୍ତି ଭୁତ। ହିତାଧିକାରୀ ଙ୍କ ଅଜାଣତ ରେ ତାଙ୍କ ଜମାଖାତା ରୁ ସମସ୍ତ ଟଙ୍କା ଭୁତ ଉଠାଉଥିବା ଅଭିଯୋଗ ହୋଇଛି।କାହାର ଜମା ଖାତା ରୁ ଏକ ବର୍ଷ ତ ଆଉ କାହାର ୭ମାସ ଓ ୬ ମାସର ଭତ୍ତା ଟଙ୍କା ଉଠାଇଛି ଭୁତ।ହିତାଧିକାରୀ ମାନେ ଭତ୍ତା ଟଙ୍କା ଉଠାଇବାକୁ ବ୍ୟାଙ୍କ୍‌କୁ ଯିବା ବେଳକୁ ତାଙ୍କ ଜମାଖାତା କିଛି ଟଙ୍କା ନଥିବା ଜାଣିବାକୁ ପାଉଛନ୍ତି।

ଏଭଳି ଦୃଶ୍ୟ ସମ୍ନା କୁ ଆସିଛି ବୋରିଗୁମ୍ମା ବ୍ଲକ ର ଗୁଜୁନିଗୁଡା ପଞ୍ଚାୟତ ର ପାଙ୍ଗିଗୁଡା ଗ୍ରାମରୁ।ଗ୍ରାମର ୩ ହିତାଧିକାରୀ ଙ୍କ ଭତ୍ତା ଟଙ୍କା ତାଙ୍କ ଜମାଖାତା ରେ ଜମା ପରେ ଜମା ଖାତା ରୁ ଟଙ୍କା କିଏ ଉଠାଇ ନେଇଯାଉଛି।ଗ୍ରାମର ବୃଦ୍ଧା ସନୀ ରଣା ଙ୍କ ୟୁନିୟନ ବ୍ୟାଙ୍କ ର ଜମା ଖାତା ରୁ ଏକ ବର୍ଷ ର ଭତା ୬୦୦୦ ଟଙ୍କା, ବିଧବା ଶୁକ୍ରୀ ହନ୍ତାଳଙ୍କ ଷ୍ଟେଟ ବ୍ୟାଙ୍କର ଜମାଖାତା ରୁ ୭ ମାସର ୩୫୦୦ ଟଙ୍କା,ଏବଂ ବିଧବା ସୁନାଦେଇ ରଣା ଙ୍କ ଷ୍ଟେଟ ବ୍ୟାଙ୍କ ର ଜମାଖାତା ରୁ ୬ମାସ ର ୩୦୦୦ ଟଙ୍କା ଗାଏବ ହୋଇଯାଇଛି। ଏମାନେ ଜମାଖାତା ଧରି ବ୍ୟାଙ୍କ କୁ ଟଙ୍କା ଉଠାଇବା ପାଇଁ ଯାଉଛନ୍ତି।ହେଲେ ଏମାନଙ୍କୁ ବ୍ୟାଙ୍କ କତ୍ତୃପକ୍ଷ ଜମାଖାତା ରେ କିଛି ଟଙ୍କା ନଥିବା ସୂଚନା ଦେଉଛନ୍ତି। ଏସବୁ ଟଙ୍କା କୁଆଡେ ଭୁତ ଉଠାଉଥିବା ନେଇ ସନ୍ଦେହ କରୁଛନ୍ତି ଏମାନେ। ନିଜ ଭତ୍ତା ଟଙ୍କା ପାଇବା ପାଇଁ ପଞ୍ଚାୟତ କୁ ବ୍ୟାଙ୍କ କୁ କହିଲେ ବି କେହି ଶୁଣୁନାହାନ୍ତି ତାଙ୍କ କଥା। ଶେଷରେ ନିଜ ଭତ୍ତା ଟଙ୍କା ଫେରାଇବା ପାଇଁ ନିବେଦନ କରିଛନ୍ତି ଗରିବ ହିତାଧିକାରୀ।

ହିତାଧିକାରୀ କିଭଳି ଠକାମି ର ଶିକାର ନ ହେବେ ସେଥି ପାଇଁ ସରକାରୀ ଯୋଜନା ର ନିୟମ କୁ କଡାକଡି କରାଯାଉଛି।ଏମିତି କି ସମସ୍ତ ଯୋଜନା ର ଅର୍ଥ ହିତାଧିକାରୀ ଙ୍କ ଜମାଖାତା ରେ ଜମା କରାଯାଉଛି। ଏସବୁ ସ୍ଵତ୍ତ୍ୱେ ମଧ୍ୟ ହିତାଧିକାରୀ ଙ୍କ ଜମା ଖାତା ରୁ ଟଙ୍କା ହଡପ କରାଯାଉଛି।ବ୍ୟାଙ୍କ କତ୍ତୃପକ୍ଷ ମଧ୍ୟ ଜାଣି ପାରୁ ନାହାନ୍ତି।ଏଭଳି ବୋରିଗୁମ୍ମା ବ୍ଲକର ବିଭିନ୍ନ ଯୋଜନା ରେ ଅନେକ ହିତାଧିକାରୀ ଆର୍ଥିକ ଠକାମି ର ଶିକାର ହେଉଛନ୍ତି।ଏହାର ର ତଦନ୍ତ କରି ଟଙ୍କା ହଡପ କରୁଥିବା ବ୍ୟକ୍ତି ଙ୍କ ଧରି ସେମାଙ୍କ ଵିରୋଧ ରେ ଦୃଢ କାର୍ଯ୍ୟନୁଷ୍ଠାନ ନେବା ସହ ହଡପ ହୋଇଥିବା ଭତ୍ତା ଟଙ୍କା ଫେରସ୍ତ ପାଇଁ ନିବେଦନ କରିଛନ୍ତି ହିତାଧିକାରୀ ଏବଂ ସମ୍ପର୍କୀୟ।

Leave a Reply

Your email address will not be published. Required fields are marked *