Pratidin TV

Odisha's Digital News Platform

ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ସରୋଗେସି ଫାଦରଙ୍କୁ ମିଳିବ ପିତୃତ୍ୱ ଛୁଟି ..

1 min read

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର ଦେଲେ ରାଜ୍ୟସରକାର । ଏଣିକି ସରୋଗେସୀ ଅବା ଉଧାର ପାଇଁ  ସରକାରୀ କର୍ମଚାରୀଙ୍କୁ  ମିଳିବ ମାତୃତ୍ୱ ଓ ପିତୃତ୍ୱ ଛୁଟି  ।

180 ଦିନ ଅର୍ଥାତ୍ 6 ମାସ ମାତୃତ୍ୱ ଛୁଟି ମିଳିବ। ଏଥିସହ ପୁରୁଷ କର୍ମଚାରୀଙ୍କୁ ମଧ୍ୟ 15 ଦିନ ପିତୃତ୍ୱ ଛୁଟି ମିଳିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।ରାଜ୍ୟପାଳଙ୍କ ଅନୁମୋଦନ ପରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସରୋଗେସି ପାଇଁ ରାଜ୍ୟ ସରକାରଙ୍କ ଏହି ନୂଆ ଛୁଟି ନିୟମ ଗୁରୁବାର ଠାରୁ କାର୍ଯ୍ୟକାରୀ ହୋଇଛି ।

Advertisement

ପୂର୍ବରୁ କେବଳ ସାଧାରଣ ମାତୃତ୍ୱ କ୍ଷେତ୍ରରେ ମହିଳା କର୍ମଚାରୀଙ୍କୁ 6 ମାସ ପର୍ଯ୍ୟନ୍ତ ମାତୃତ୍ୱ ଛୁଟି ପ୍ରଦାନ କରାଯାଉଥିଲା। ବିଭାଗ ପକ୍ଷରୁ କୁହାଯାଇଛି ଯେ, ସରୋଗେସୀ ମାତୃତ୍ୱ ଏବଂ ପିତୃତ୍ୱ ଛୁଟି ପ୍ରଦାନ ପାଇଁ ପ୍ରସ୍ତାବ କିଛି ଦିନ ହେଲା ରାଜ୍ୟ ସରକାରଙ୍କ ବିଚାରାଧୀନ ଥିଲା। ଗତ ଜୁନ୍ 18 ତାରିଖରେ ଭାରତ ସରକାର ସରୋଗେସୀ ମାତୃତ୍ୱ ଏବଂ ପିତୃତ୍ୱ ଛୁଟି ଘୋଷଣା କରି ସାରିଛନ୍ତି।

ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଜ କର୍ମଚାରୀମାନଙ୍କ ପାଇଁ ଆଜି ଅନୁରୂପ ଛୁଟି ଘୋଷଣା କରିଛନ୍ତି । ନିୟମ ଅନୁସାରେ ରାଜ୍ୟ ସରକାରଙ୍କର ଜଣେ ମହିଳା କର୍ମଚାରୀ ଯିଏ ଦୁଇରୁ କମ ଜୀବିତ ସନ୍ତାନ ଥାଇ ସରୋଗେଟ୍ ମାତା ହୁଅନ୍ତି, ସେ 180ଦିନର ମାତୃତ୍ୱ ଛୁଟି ଲାଭ କରିବାକୁ ଯୋଗ୍ୟ ବିବେଚିତ ହେବେ।ଉକ୍ତ ମହିଳା କର୍ମଚାରୀଙ୍କୁ ସରୋଗେସି ଅଧିନିୟମ – 2021ର ଧାରା 4(ଖ)ରେ ପ୍ରଦତ୍ତ ସର୍ତ୍ତଗୁଡ଼ିକ ପୂରଣ କରିବାକୁ ପଡ଼ିବ । 2011 ମସିହାରୁ ରାଜ୍ୟ ସରକାର ମହିଳା କର୍ମଚାରୀଙ୍କୁ 180 ଦିନର ମାତୃତ୍ୱ ଓ ପୁରୁଷ କର୍ମଚାରୀଙ୍କୁ 15 ଦିନର ପିତୃତ୍ୱ ଛୁଟି ସୁବିଧା ମିଳୁଛି ।

Leave a Reply

Your email address will not be published. Required fields are marked *