Pratidin TV

Odisha's Digital News Platform

ୟୁଟ୍ୟୁବର ଏଲଭିଶ୍ ଯାଦବ ଓ ପଞ୍ଜାବୀ ସିଙ୍ଗର ରାହୁଲ ଯାଦବଙ୍କ ସମ୍ପତ୍ତି ଜବତ କଲା ଇଡି …

1 min read

ଇଡି ଜାଲରେ ଫସିଗଲେ  ୟୁ-ଟ୍ୟୁବର ଏଲଭିଶ୍ ଯାଦବ  । ସାପ ବିଷ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରଠାରୁ ଏଲଭିଶ୍ ଯାଦବ ଙ୍କ ପିଛା ଛାଡ଼ୁନି ଅଡୁଆ  ।ରେଭ୍‌ ପାର୍ଟିକୁ ଏଲଭିଶ ସାପ ବିଷ ସପ୍ଲାଏ କରୁଥିବା ବେଳେ କମର୍ସିଆଲ୍ ଭିଡିଓ ଓ ବ୍ଲଗ୍‌ରେ ସଂରକ୍ଷିତ ସାପ ପ୍ରଜାତି ଓ ବିଦେଶୀ ପଶୁଙ୍କୁ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଏଥିରୁ ହେଉଥିବା ରୋଜଗାର ସଂକ୍ରାନ୍ତରେ ପଚରାଉଚରା କରି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରିଛି ଇଡି । ଏଲଭିଶ ଯାଦବଙ୍କ ସମେତ ହରିୟାଣା ସିଙ୍ଗର ରାହୁଲ ଯାଦବଙ୍କ ସମ୍ପତ୍ତି ବି ଆଟାଚ କରିଛି ଇଡି। ଉଭୟଙ୍କ ୫୨.୪୯ ଲକ୍ଷ ମୂଲ୍ୟର ସମ୍ପତ୍ତି ଆଟାଚ୍ କରିଛି ଇଡି ।

  ଏଥିରେ ଫାଜିଲପୁରିଆଙ୍କ ବିଜନୌର ଜିଲ୍ଲାରେ ଥିବା ୩ ଏକର ଚାଷ ଜମି ସାମିଲ ଯାହାକୁ ୫୦ ଲକ୍ଷ ଟଙ୍କାରେ କିଣାଯାଇଥିଲା । ଏହା ବ୍ୟତୀତ ଉଭୟଙ୍କ ବ୍ୟାଙ୍କ ଖାତାରେ ଜମା ପ୍ରାୟ ୩ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ଇଡି ।

Advertisement

ଇଡିର ଯାଞ୍ଚ ପରେ ଜଣାପଡିଛି କି ଫାଜିଲପୁରିଆଙ୍କ ଗୀତ ’୩୨ ବୋର’ରେ ୟୁଟ୍ୟୁବରୁ ହୋଇଥିବା ୫୨ ଲକ୍ଷ ଟଙ୍କାର ଆୟର ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ସମ୍ପତ୍ତି ଜବତ ହୋଇଛି । ଏହା ବ୍ୟତୀତ ଗୀତ ସୁଟିଂ କରିଥିବା ଚଣ୍ଡୀଗଡର ସ୍କାଇ ଡିଜିଟାଲ କମ୍ପାନୀର ବ୍ୟାଙ୍କ ଖାତାରେ ଜମା ପ୍ରାୟ ୨ ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଛି । କହିରଖୁଛୁ ଇଡି ଗତ କିଛି ଦିନ ହେବ ଏଲଭିଶି ଯାଦବ ଓ ଫାଜିଲପୁରିଆଙ୍କୁ ରାଜଧାନୀ ସ୍ଥିତ ନିଜ କାର୍ଯ୍ୟାଳୟକୁ ଡାକି ପଚରାଉଚରା କରୁଥିଲା । ଇଡି ଉଭୟଙ୍କ ଅଧିକ ସମ୍ପତ୍ତିର ଖୋଳତାଡ କରୁଛି

ସୂଚନାନୁଯାୟୀ ଗତ ବର୍ଷ ସାପ ବିଷ ମାମଲାର ଖୁଲାସା ପରେ ନୋଏଡା ପୁଲିସ ୟୁଟ୍ୟୁବର୍ ଏଲଭିଶ ଯାଦବଙ୍କ ସମେତ ୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ସେମାନଙ୍କ ମଧ୍ୟରୁ ରାହୁଲଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିଲା।ଗିରଫ ହେବା ପରେ ରାହୁଲ ୟୁଟ୍ୟୁବର ଏଲଭିଶଙ୍କ କାରନାମା ବିଷୟରେ ପୁଲିସ୍‌ ସମ୍ମୁଖରେ ଖୁଲାସା କରିଥିଲେ। ସେତେବେଳେ ପୁଲିସ ୟୁଟ୍ୟୁବରକୁ ଅନେକ ଥର ପଚରାଉଚରା ପାଇଁ ଡାକିଥିଲା, କିନ୍ତୁ କୌ ଣସି ଗିରଫଦାରୀ ହୋଇପାରି ନଥିଲା। ଏହାପରେ ପୁଲିସ୍‌ ଏଳଭିଶ ଯାଦବଙ୍କୁ ଗିରଫ କରିଥିଲା। ଏବେ ଇଡି ଉତ୍ତରପ୍ରଦେଶ ଓ ହରିୟାଣାରେ ଥିବା ଏଲଭିଶ ଯାଦବ ଓ ରାହୁଲଙ୍କ ସମ୍ପତ୍ତି ଜବତ କରିଛି।

Leave a Reply

Your email address will not be published. Required fields are marked *