Pratidin TV

Odisha's Digital News Platform

ଆପଣଙ୍କ ପାଖେ ଏହି ୧୦ ଟଙ୍କିଆ ନୋଟ ଥିଲେ ହୋଇଯିବେ ଲକ୍ଷପତି ! ଜାଣନ୍ତୁ କେମିତି ହେବେ ଧନୀ ..

1 min read

ଭାଗ୍ୟଶାଳୀ ହେବା ଏକ ବଡ ସମସ୍ୟା ନୁହେଁ କିନ୍ତୁ ଭାଗ୍ୟବାନ ହେବାକୁ ସମୟ ଲାଗେ । କିଛି ଲୋକଙ୍କ ପାଇଁ, ଦୁର୍ଭାଗ୍ୟ ୱାଇଫାଇ ପରି । ସେମାନେ ଯାହା କରନ୍ତି ସବୁରେ ବିଫଳ ହୁଅନ୍ତି । କିନ୍ତୁ ବଡମାନେ କୁହନ୍ତି ଭାଗ୍ୟ ଥରେ କବାଟ ବାଡେଇଥାଏ, କେବଳ ସେତେବେଳେ ଆମେ ପ୍ରତିକ୍ରିୟା କରିବା ଉଚିତ୍  । ତେବେ ଆସନ୍ତୁ ଜାଣିବା ଆଜି କୋଟିପତି ହେବାର କିଛି ଉପାୟ, ଯାହା ଆପଣଙ୍କ ଭାଗ୍ୟକୁ ଉନ୍ନତି କରିବ । ଆଜିର ଡିଜିଟାଲ ଯୁଗରେ ଲୋକମାନେ  ହାତରେ ଟଙ୍କା କାରବାର କରିବାକୁ ପସନ୍ଦ କରୁ ନାହାନ୍ତି। ଲୋକମାନେ ଅନ୍‌ଲାଇନ୍‌  ମାଧ୍ୟମରେ  ଟଙ୍କା କାରବାର କରିବାକୁ ଭଲ ପାଉଛନ୍ତି। ହେଲେ ଏମିତି ଅନେକ ଲୋକ ରହିଛନ୍ତି ଯେଉଁମାନେ ପୁରୁଣା ଟଙ୍କାକୁ ନିଜ ପାଖରେ ସାଇତି ରଖିବାକୁ ଭଲ ପାଆନ୍ତି।

ଏହି ପୁରୁଣା ଟଙ୍କା ଦ୍ୱାରା ଏବେ ସେମାନେ ମାଲାମାଲ ହୋଇପାରିବେ। ବ୍ରିଟିସ ଇଣ୍ଡିଆ ସମୟରେ ଏମିତି ଅନେକ ନୋଟ ଥିଲା, ଯାହା ବିଷୟରେ ଏବେର ଲୋକମାନେ ସେତେଟା ଜାଣି ନ ଥିବେ। ହେଲେ ସେହି ନୋଟର ସ୍ଥାନ ଏବେ ନୂଆ ନୋଟ ନେଇସାରିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ୧୦ ଟଙ୍କିଆ ନୋଟ। ଏହି ପୁରୁଣା ନୋଟର ଗୋଟିଏ ପଟେ ଅଶୋକ ସ୍ତମ୍ବ ରହିଛି। ଅନ୍ୟପଟେ ଗୋଟିଏ ବାଘର ୩ ମୁହଁ। ଏଥିରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଗଭର୍ଣ୍ଣର ସି ଡି ଦେଶମୁଖଙ୍କ ହସ୍ତାକ୍ଷର ମଧ୍ୟ ରହିଛି।

Advertisement

ଏହି ସ୍ବତନ୍ତ୍ର ୧୦ ଟଙ୍କିଆ ନୋଟ ପଛରେ ଏକ ଡଙ୍ଗାର ଚିତ୍ର ରହିଛି। ଏଥିସହ ଉଭୟ ପାର୍ଶ୍ୱରେ ଇଂରାଜୀରେ ୧୦ ଟଙ୍କା ବୋଲି ଲେଖାଯାଇଛି। ଏବେ ଯଦି ଆପଣଙ୍କ ପାଖରେ ଏହି ୧୦ ଟଙ୍କିଆ ନୋଟ ଥାଏ, ତେବେ ଆପଣ ମାଲାମାଲ ହୋଇପାରିବେ। ଗୋଟିଏ ୧୦ ଟଙ୍କିଆ ନୋଟ ବଦଳରେ ଆପଣ ୨୦ରୁ ୨୫ ହଜାର ଟଙ୍କା ପାଇପାରିବେ। ଏହାକୁ ବିକିବା ପାଇଁ ଆପଣଙ୍କୁ କୁଆଡେ ଯିବାକୁ ମଧ୍ୟ ପଡ଼ିବ ନାହିଁ। ଘରେ ଅନ୍‌ଲାଇନ୍‌ରେ ଏହାକୁ ବିକ୍ରି କରିପାରିବେ। ଇଣ୍ଡିଆ ମାର୍ଟ, ଶପ୍‌କ୍ଲୁଜ୍‌ ଏବଂ ମରୁଧର ଓ୍ବେବ୍‌ସାଇଟ୍‌ରେ ଏହି ନୋଟକୁ ବିକ୍ରି କରିପାରିବେ।

କଏନ ବଜାର ଡଟ୍‌ କମ୍‌ରେ ଗୋଟିଏ ୧୦ ଟଙ୍କିଆ ନୋଟ ପରିବର୍ତ୍ତେ ୨୫ ହଜାର ଟଙ୍କା ପାଇପାରିବେ। ଏହାର ମୂଲ୍ୟ ନୋଟର ଅବସ୍ଥା ଉପରେନିର୍ଭର କରୁଛି। ଯଦି ଏହି ନୋଟ ଭଲ ଅବସ୍ଥାରେ ଥିବ, ଚିରି ନ ଥିବ ତେବେ ଏହାର ମୂଲ୍ୟ ଅଧିକ ହେବ। ସେହିପରି ଏହି କଳା ରଙ୍ଗର ପୁରୁଣା ୧୦ ଟଙ୍କିଆ ନୋଟ ଦେଇ ୧୩ରୁ ୧୪ ହଜାର ଟଙ୍କା ପାଇପାରିବେ। ଅନ୍‌ଲାଇନ୍‌ ଏହି ନୋଟର ବହୁତ ଚାହିଦା ରହିଛି।

Leave a Reply

Your email address will not be published. Required fields are marked *