Pratidin TV

Odisha's Digital News Platform

ବୁଢୀ ମା’କୁ ପୁଅ ବୋହୂ ଦେଉଥିଲେ ନିର୍ଯାତନା , ଦୀର୍ଘ ୮ ବର୍ଷ ପରେ ମିଳିଲା ନ୍ୟାୟ ….

1 min read

ଦୀର୍ଘ ବର୍ଷ ର ନ୍ୟାୟିକ ଲଢେଇ ପରେ ବୃଦ୍ଧା ମା ଲଳିତା ପାଇଲେ ନ୍ୟାୟ। ନିଜ ପୁଅ କାଳନ୍ଦୀ ଓ ବୋହୂ ଙ୍କ ଦ୍ଵାରା ନିର‌୍ୟାତିତ ପରେ ଗତ ୮ ବର୍ଷ ହେଲା ନିଜ ଘର ଖୁଣ୍ଟୁଣି ରମ୍ପେଇ ଛାଡି ବେସାହାରା ହୋଇ ବୁଲୁଥିଲେ। ମାନ୍ୟବର ଓଡ଼ିଶା ଉଚ୍ଚନ୍ୟାୟାଳୟଙ୍କ ରାୟ ଓ ଆଠଗଡ ଉପଜିଲ୍ଲାପାଳ ଶ୍ରୀ ପ୍ରହଲ୍ଲାଦ ନାରାୟଣ ଶର୍ମା ନିର୍ଦ୍ଦେଶ କ୍ରମେ ଆଜି ଆଠଗଡ ତହସିଲଦାର ଶ୍ରୀ କ୍ଷେତ୍ର ମୋହନ ସ୍ବାଇଁ,ଅତିରିକ୍ତ ତହସିଲଦାର ଶ୍ରୀ ଅଶୋକ କୁମାର ସ୍ବାଇଁ ଓ ପତିଙ୍କ ମାଇଖୁଣ୍ଟୁଣି ଥାନା ଅଧିକାରୀ ଶ୍ରୀ ରବିନାରାୟଣ ବେହେରା ସଦଳବଳେ ଯାଇ ମା ଲଳିତା ଙ୍କୁ ଘର ହସ୍ତାନ୍ତର କଲେ।

ଘଟଣାର ବିବରଣୀ ରୁ ପ୍ରକାଶ ଯେ ଲଳିତା ନାୟକ ସ୍ୱାମୀ ସ୍ବର୍ଗତ ବନମାଳୀ ନାୟକ ଙ୍କ ଦୁଇଟି ପୁଅ ଅଛନ୍ତି। ବଡ଼ପୁଅ କୃଷ୍ଣଚନ୍ଦ୍ର ଓ ବୋହୂ ସୁଚରିତା ଉଭୟ ଲଳିତାଙ୍କୁ ନିର୍ଯାତନା ଦେଇ ତାଙ୍କୁ ଘରୁ ବାହାର କରିଦେଇଥିଲେ। ସଂପୃକ୍ତ ଘରଟି ଲଳିତା ନାମରେ ରେକର୍ଡଭୁକ୍ତ ଓ ତାଙ୍କର ନିଜ ରୋଜଗାର ରେ ସେ ଘରକୁ ନିର୍ମାଣ କରିଥିଲେ ବୋଲି କହନ୍ତି। ବିଗତ ୮ ବର୍ଷ ହେଲା ବରିଷ୍ଠ ନାଗରିକ ମେଣ୍ଟେନାନ୍ସ ଆଇନ ଅନୁଯାୟୀ ଆଠଗଡ଼ ଉପଜିଲ୍ଲାପାଳ,କଟକ ଜିଲ୍ଲାପାଳ ଙ୍କ ନିକଟରେ ପୁଅ କୃଷ୍ଣଚନ୍ଦ୍ରଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ। ତେବେ ଲଳିତାଙ୍କୁ ତାଙ୍କ ଘର ଫେରାଇଦେବାକୁ ଉପଜିଲ୍ଲାପାଳ କୃଷ୍ଣଚନ୍ଦ୍ରଙ୍କୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେ ବିଭିନ୍ନ ଆଳ ଦେଖାଇ ମାଙ୍କ ନାମରେ ରେକର୍ଦ୍ଭୁକ୍ତ ଘରକୁ ଦଖଲ କରି ରହିବା ସଙ୍ଗେ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ ବିରୋଧରେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଠାରୁ ରହିତା ଦେଶ ଆଣିଥିଲେ।

Advertisement

ତେବେ ମାନ୍ୟବର ଉଚ୍ଚନ୍ୟାୟାଳୟ ଅନୁଭବ କଲେ ଯେ କୃଷ୍ଣଚନ୍ଦ୍ର ବାରମ୍ବାର ସମୟ ମଗୁ ଉଦ୍ଦେଶ୍ୟମୂଳକ ଭାବେ ସମୟ ଗଡ଼ାଇ ଚାଲିଛନ୍ତି। ଏଣୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପୂର୍ବରୁ କୃଷ୍ଣଙ୍କ ସପକ୍ଷରେ ଦେଇଥିବା ରହିତାଦେଶକୁ ଉଠାଇ ଦେବା ପରେ ଆଠଗଡ ଉପଜିଲ୍ଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା ତୁରନ୍ତ ଲଳିତାଙ୍କୁ ଗୃହ ହସ୍ତାନ୍ତର କରିବାକୁ ଆଠଗଡ ତହସିଲଦାର ଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଆଜି ସକାଳୁ ତହସିଲଦାର,ଅତିରିକ୍ତ ତହସିଲଦାର ଖୁଣ୍ଟୁଣି ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ବଡପୁଅ କୃଷ୍ଣକୁ ଗୃହର ଚାବି ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବଡପୁଅ କୃଷ୍ଣଚନ୍ଦ୍ର ଚାବି ହସ୍ତାନ୍ତର କରିବା ପରେ ତହସିଲଦାର ଓ ଅନ୍ୟ ଅଧିକାରୀ ମାନେ ତାଲା ଖୋଲି ଘରେ ପ୍ରବେଶ କରି ଲଳିତାଙ୍କୁ ଚାବି ହସ୍ତାନ୍ତର କରିଥିଲେ।ପ୍ରକାଶ ଥାଉକି ଲଳିତାଙ୍କ ସାନପୁଅ ଜଣେ ସଫ୍ଟୱେଆର ଇଞ୍ଜିନିୟର ଜେକି ବେଙ୍ଗାଳୁରୁ ରେ ଚାକିରି କରନ୍ତି ସେ ମଧ୍ୟ ଗୃହ ହସ୍ତାନ୍ତର ସମୟରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *