Pratidin TV

Odisha's Digital News Platform

ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ , ୬ ବର୍ଷ ପର୍ଯ୍ୟନ୍ତ ନିଯୁକ୍ତି ଦେଲେ ରାଜ୍ୟ ସରକାର ..

1 min read

ବରିଷ୍ଠ IPS ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ । ୬ ବର୍ଷ ପାଇଁ ନିଯୁକ୍ତ କଲେ ରାଜ୍ୟ ସରକାର । ଏବେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ପଦର ଅତିରିକ୍ତ ଦାୟିତ୍ବରୁ ଅବ୍ୟାହତି ନେବା ପରେ ତାଙ୍କୁ ଏହି ଦାୟିତ୍ୱ ମିଳିଛି। ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମିର ନିର୍ଦ୍ଦେଶକ ସହିତ ୨୦୨୩ ଡିସେମ୍ବର ୩୧ରେ ସେ ପୋଲିସ ଡିଜି ଭାବେ ଅତିରିକ୍ତ ଦାୟିତ୍ବ ଗ୍ରହଣ କରିଥିଲେ।

୧୯୯୦ ବ୍ୟାଚର ଆଇପିଏସ୍‌ ଅଧିକାରୀ ତଥା ରାଜ୍ୟ ପୁଲିସର ସ୍ବତନ୍ତ୍ର ଡିଜି ପାହ୍ୟାର ଅଧିକାରୀ ଅରୁଣ ଷଡ଼ଙ୍ଗୀ ନୂଆବର୍ଷରେ କାର୍ଯ୍ୟକାରୀ ପୁଲିସ ଡିଜି ଭାବେ ଦାୟିତ୍ବ ନେଇଥିଲେ। ସେ ରାଜ୍ୟ ପୁଲିସ ମୁଖ୍ୟାଳୟରେ ଡିଜି ସୁନୀଲ ବଂଶଲଙ୍କଠାରୁ ଦାୟିତ୍ବଗ୍ରହଣ କରିଥିଲେ। ରାଜ୍ୟରେ ସରକାର ବଦଳିବା ପରେ ଅରୁଣ ଷଡ଼ଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଅବସ୍ଥାପିତ କରାଯାଇଥିଲା ଓ ତାଙ୍କ ସ୍ଥାନରେ ଯୋଗଶେ ବାହାଦୂର ଖୁରାନିଆଙ୍କୁ ରାଜ୍ୟ ସରକାର ଡିଜି ଭାବେ ନିଯୁକ୍ତି ଦେଇଛନ୍ତି।

Advertisement

ପୂର୍ବରୁ ଆଇଏଏସ୍ ସତ୍ୟଜିତ୍ ମହାନ୍ତି ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ସେ ଗତବର୍ଷ ପଦବୀରୁ ଅବସର ନେଇଥିଲେ। ଏହାପରେ ରାଜ୍ୟ ସରକାର ଓପିଏସସି ସଦସ୍ୟ ସନତ କୁମାର ମହାନ୍ତିଙ୍କୁ ଆୟୋଗର ଇନଚାର୍ଜ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନ୍ୟସ୍ତ କରିଥିଲେ। ୨୦୨୩ ଅଗଷ୍ଟ ୩ତାରିଖରୁ ଓପିଏସସି ସଦସ୍ୟ ସନତ କୁମାର ମହାନ୍ତି ଓପିଏସସିର ଇନଚାର୍ଜ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *