Pratidin TV

Odisha's Digital News Platform

ପୁଣି ମଞ୍ଜୁଲିକା ସହ ଆମ୍ନା ସାମ୍ନା ହେବେ ରୁହ ବାବା , ଦୀପାବଳିରେ କରିବ ଧମାକା..

1 min read

ଖୁବ୍‌ ଶୀଘ୍ର ଆସୁଛି ‘ଭୁଲ୍‌ ଭୁଲୈୟା ୩’। ପୁଣି ମଞ୍ଜୁଲିକା ସହ ଆମ୍ନା ସାମ୍ନା ହେବେ ରୁହ ବାବା।  ତେବେ ଏହି ଫିଲ୍ମ ସହ ବିଦ୍ୟା ବାଲାନ ମଞ୍ଜୁଲିକା ହୋଇ କମବ୍ୟାକ କରୁଛନ୍ତି । ଏହା ଘୋଷଣା ପରେ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମର ଅପଡେଟକୁ ନେଇ ଅପେକ୍ଷା କରି ରହିଥିଲେ । ବର୍ତ୍ତମାନ ବିଦ୍ୟା ବାଲାନଙ୍କ ଝଲକ ଦେଖିବାକୁ ମିଳିଛି ।  ନିକଟରେ ଏହି ଫିଲ୍ମର ପୋଷ୍ଟର ରିଲିଜ୍‌ ହୋଇଥିଲା । ଏହାପରେ ପ୍ରଶଂସକଙ୍କ ମଧ୍ୟରେ ଫିଲ୍ମକୁ ନେଇ ଉତ୍କଣ୍ଠା ବଢି ଚାଲିଛି ।

ଏବେ ଫିଲ୍ମର ନିର୍ମାତାମାନେ ୧ ମିନିଟ୍‌ ୪୬ ସେକେଣ୍ଡର ଏକ ନୂଆ ଟିଜର୍‌ ରିଲିଜ୍‌ କରିଛନ୍ତି। ଏଥିରେ କାର୍ତ୍ତିକ ଆର୍ଯ୍ୟନଙ୍କ ସ୍ୱର ଓ ମଞ୍ଜୁଲିକାଙ୍କ ଲୁକ୍‌ରେ ବିଦ୍ୟା ବାଲନ୍‌ ନଜର ଆସୁଛନ୍ତି। ଜବରଦସ୍ତ ଟିଜରକୁ ଦେଖି ପ୍ରଶଂସକ ଦୀପାବଳିରେ ଜବରଦସ୍ତ ଧମାକା ହେବ ବୋଲି ସୋସିଆଲ ମିଡିଆରେ କହିଛନ୍ତି । କିଛି ପ୍ରଶଂସକ ବିଦ୍ୟା ବାଲନ୍‌ଙ୍କୁ ମଞ୍ଜୁଲିକା ଭୂମିକାରେ ପୁଣି ଥରେ ଦେଖିବାକୁ ଉତ୍ସାହିତ ରହିଛନ୍ତି । ଟିଜର୍‌ ଆରମ୍ଭରେ କାର୍ତ୍ତିକ ଆର୍ଯ୍ୟନଙ୍କ ସ୍ୱର ଶୁଣିବାକୁ ମିଳୁଛି । ସେ କହୁଛନ୍ତି, କ’ଣ ଭାବିଲ କାହାଣୀ ଶେଷ ହୋଇଗଲା? କବାଟ ବନ୍ଦ ହୁଏ ପୁଣି ଥରେ ଖୋଲିବା ପାଇଁ । ଏହାସହ ବିଦ୍ୟା ବାଲନ୍‌ଙ୍କୁ ପୁଣି ଥରେ ମଞ୍ଜୁଲିକା ଭୂମିକାରେ ନଜର ଆସିବେ ।ଏହି ଟିଜରରେ କ୍ରୋଧିତ ମଞ୍ଜୁଲିକା ତାଙ୍କ କୋଠରୀରୁ ବାହାରକୁ ଯିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି । ମଞ୍ଜୁଲିକା ତାଙ୍କ ସିଂହାସନ ପାଇଁ ଲଢୁଥିବା ନଜର ଆସିଛନ୍ତି । ଏହା ଦର୍ଶାଉଛି ଯେ ଫିଲ୍ମରେ ରୁହ ବାବା ଏବଂ ମଞ୍ଜୁଲିକାଙ୍କ ମଧ୍ୟରେ କଡ଼ା ପ୍ରତିଯୋଗିତା ହେବାକୁ ଯାଉଛି।

Advertisement

ଏହି ଚଳଚ୍ଚିତ୍ରରେ କାର୍ତ୍ତିକଙ୍କ ବିପକ୍ଷରେ ନଜର ଆସିବେ ତ୍ରିପ୍ତୀ ଡିମ୍ରି । ଟିଜରରେ ଉଭୟଙ୍କ ରୋମାନ୍ସ ତଡକା ମଧ୍ୟ ଦେଖିବାକୁ ମିଳିଛି । ଟିଜର ଦମଦାର ରହିଥିବା ବେଳେ ଫ୍ୟାନ୍ସ ଏହାକୁ ଦେଖି ଫିଲ୍ ରିଲିଜକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।ଖବର ଅନୁସାରେ, ଏହି ଚଳଚ୍ଚିତ୍ରରେ ମାଧୁରୀ ଦୀକ୍ଷିତ ବି ନଜର ଆସିବେ । ଏହି ଫିଲ୍ମରେ ତାଙ୍କର ଏକ ସ୍ୱତନ୍ତ୍ର କ୍ୟାମୋ ରହିଥିବା ଜଣାପଡିଥିବା ବେଳେ କିନ୍ତୁ ନିର୍ମାତାମାନେ ଟିଜରରେ ତାଙ୍କ ଝଲକ ଦେଖାଇ ନାହାଁନ୍ତି । ଯାହାକୁ ସମସ୍ତେ ଅପେକ୍ଷା କରିଛନ୍ତି । କହିରଖୁଛୁ କି, ବିଦ୍ୟା ବାଲାନ ପୁଣି ମଞ୍ଜୁଲିକା ଭାବେ ଫେରୁଛନ୍ତି । ପୂର୍ବରୁ ଭୁଲ ଭୁଲେୟା ପ୍ରଥମ ଭାଗରେ ମଞ୍ଜୁଲିକା ଭାବେ ବିଦ୍ୟା ଅକ୍ଷୟ କୁମାରଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ବର୍ତ୍ତମାନ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଆମ୍ନା ସାମ୍ନା କରିବେ। 2007ରେ ରିଲିଜ ହୋଇଥିବା ପ୍ରଥମ ଭାଗ ସୁପରହିଟ ହୋଇଥିବା ବେଳେ ତୃତୀୟ ଭାଗ ମଦ୍ୟ ବେଶ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *