Pratidin TV

Odisha's Digital News Platform

ପୀଡ଼ିତାଙ୍କ ନାଁରେ ରୁଜୁ ହେଲା ମାମଲା , ଜାଣନ୍ତୁ କଣ ରହିଛି କାରଣ ?

1 min read

ଏବେ ନୂଆ ମୋଡ଼ ନେଇଛି ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ପୋଲିସ ମାଡ଼ ଘଟଣା । ଘଟଣାରେ ଆସିଛି ନୂଆ ଏକ ଟ୍ଵିଷ୍ଟ । ମେଜରଙ୍କ ବାନ୍ଧବୀଙ୍କ ନାଁରେ ରୁଜୁ ହୋଇଛି ମାମଲା । ମାମଲା ରୁଜୁ କରିଛନ୍ତି ପୋଲିସ ଅଧିକାରୀଙ୍କ ମା’। ପୀଡ଼ିତା ଯେଉଁ ମହିଳା ପୋଲିସ ହାତ କାମୁଡ଼ିଥିଲେ, ତାଙ୍କ ମା’ଙ୍କ ପକ୍ଷରୁ ଏହି ମାମଲା ରୁଜୁ କରାଯାଇଛି ।

ମେଜର କିମ୍ବା ବାନ୍ଧବୀଙ୍କ ନାଁ ମିଡ଼ିଆରେ ପ୍ରକାଶ ପାଇଁ ମନା କରିଥିଲେ କୋର୍ଟ । ହେଲେ କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଏକ ଜାତୀୟ ଚ୍ୟାନେଲକୁ ଆସିଥିଲେ ପୀଡ଼ିତା । ଜଣେ ବରିଷ୍ଠ ମହିଳା ସାମ୍ବାଦିକଙ୍କୁ ବିସ୍ତୃତ ସାକ୍ଷାତକାର ଦେଇଥିଲେ। ଏହାକୁ ନେଇ ତାଙ୍କ ପରିବାର ମାନସିକ ଚାପରେ ଥିବା ପିଟିସନରେ ଉଲ୍ଲେଖ ରହିଛି ।

Advertisement

Leave a Reply

Your email address will not be published. Required fields are marked *