Pratidin TV

Odisha's Digital News Platform

ଯୁବରାଜ କଲେ ଖୁଲାସା : ଏହି ଅଭିନେତ୍ରୀଙ୍କୁ କରୁଥିଲେ ଡେଟ୍‌ , ହୋଟେଲରେ ଏକା ସାଙ୍ଗରେ ବିତାଇଥିଲେ ରାତି…

1 min read

 ଯୁବରାଜ… କେବଳ ନାଁ ହିଁ କାଫି । ଦିନିକିଆ ହେଉ କି ଟି-୨୦ ବ୍ୟାଟ ଧରିଲେ ସେ ସବୁ ଫର୍ମାଟରେ କରନ୍ତି ରାଜ୍ । ସେଥିପାଇଁ ତ ତାଙ୍କ ନାଁ ଯୁବରାଜ । କ୍ରିକେଟରେ ତାଙ୍କୁ କୁହାଯାଏ ସିକ୍ସର କିଙ୍ଗ । ଟିମ ଇଣ୍ଡିଆ ପାଇଁ ସେ ଥିଲେ ସଙ୍କଟ ମୋଚକ । ସେ ଯେତେବେଳେ ପଡିଆ ମଝିରେ ବ୍ୟାଟ ଧରି ଛିଡା ହୁଅନ୍ତି ସେତେବେଳେ ବଡ ବଡ ବୋଲରଙ୍କ ନିଦ ହଜିଯାଏ । ତାଙ୍କ ଷ୍ଟାଇଲିସ ବ୍ୟାଟିଂ ଆଉ ଚିତା ପରି ଫିଲ୍ଡିଂ ଆଗରେ ବିରୋଧୀ ଚିତ୍ ହୋଇଯାଆନ୍ତି । କେବଳ ପ୍ରତିପକ୍ଷ ଖେଳାଳି ନୁହେଁ କର୍କଟକୁ ହରାଇ କ୍ରିକେଟ ଚାମ୍ପିୟନ ଥିଲେ ଯୁବରାଜ । ଯୁବରାଜ ଯେତିକି ନିଜ ବୃତ୍ତିଗତ ଜୀବନ କୁ ନେଇ ଚର୍ଚ୍ଚାରେ ନଥାନ୍ତି ତାଠୁ ଅଧିକ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି  । ଏବେ ପୁଣିଥରେ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି କ୍ରିକେଟର  ।

କାରଣ କ୍ରିକେଟର ତାଙ୍କ ଲଭ ଲାଇଫ ବିଷୟରେ ଖୋଲା ଖୋଲି କଥା ହୋଇଛନ୍ତି । ସେ ତାଙ୍କର ଡେଟିଂ କୁ ନେଇ ଖୋଲା ଖୋଲି କଥା ହୋଇଛନ୍ତି  ।  ଦୁର୍ଦ୍ଦଶ ବ୍ଯାଟର ତଥା ଅଲରାଉଣ୍ଡର ଯୁବରାଜ ୨୦୦୭ ମସିହାରେ ବଲିଉଡର ଜଣେ ଲୋକପ୍ରିୟ ଅଭିନେତ୍ରୀଙ୍କୁ ଡେଟ କରୁଥିଲେ  । ହେଲେ ତାଙ୍କୁ ସେ ବିବାହ କରି ପାରି ନ ଥିଲେ । ବରଂ ସେ ବଲିଉଡ ଅଭିନେତ୍ରୀ ତଥା ମଡେଲ ହେଜେଲ କିଚଙ୍କୁ ବାହା ହୋଇ ଏବେ  ଖୁସିରେ ପୁଅ ସହ ଜୀବନ ବିତାଉଛନ୍ତି । ପ୍ରକାଶଥାଉ ଯେ, ବ୍ଯାଟର ତଥା ୨୦୦୭ ଓ ୨୦୧୧ ବିଶ୍ୱକପ ଚାମ୍ପିୟନ ଦଳର ସଦସ୍ୟ ଯୁବରାଜ ୨୦୦୭-୦୮ ମସିହାରେ ଅଷ୍ଟ୍ରେଲିଆ ଟେଷ୍ଟ ଖେଳିବା ସମୟରେ ନିଜ ଟିମ୍ ସହ ଥିଲେ ।  ସେହି ସମୟରେ ସିଡନୀରେ କୁଖ୍ଯାତ ‘ମଙ୍କିଗେଟ’ ମଧ୍ଯ ହୋଇଥିଲା । ସେହିସମୟରେ ହିଁ ସେ ଏହି ବଲିଉଡ ଅଭିନେତ୍ରୀଙ୍କ ପ୍ରେମରେ ବାୟା ଥିଲେ । ସେହିସମୟରେ ଅଷ୍ଟ୍ରେଲିଆ ଗସ୍ତ ଥିଲା ଓ ତାଙ୍କ ପ୍ରଦର୍ଶନ ଖରାପ ଥିଲା । ସେ ଫର୍ମରେ ନ ଥିଲେ । ଯାହାଫଳରେ କ୍ରିକେଟ ଉପରେ ଫୋକସ କରିବା ପାଇଁ ଯୁବରାଜ ସେହି ଅଭିନେତ୍ରୀଙ୍କୁ ଦେଖା କରିବା ପାଇଁ ମନା କରି ଦେଉଥିଲେ । 

Advertisement

ଏହାବାଦ ଯୁବରାଜ ଆହୁରି କହିଛନ୍ତି ଯେ, ସେହି ଅଭିନେତ୍ରୀ ଜଣକ ତାଙ୍କର ସୁଟକେସ ମଧ୍ଯ ପେକ କରିଥିଲେ । ସେ ରାତିରେ ତାଙ୍କୁ ଦେଖା କରି ପ୍ରେମରେ ଭିଜୁଥିଲେ ଓ ତାଙ୍କ ସହ କଥାବାର୍ତ୍ତା କରିବା ପାଇଁପାଗଳ ହୋଇଯାଉଥିଲେ  । ବ୍ଯାଟର ଯୁବରାଜ ସେହି ବଲିଉଡ ଅଭିନେତ୍ରୀଙ୍କୁ ତାଙ୍କର କ୍ଯାରିୟର ଉପରେ ଧ୍ଯାନକେନ୍ଦ୍ରିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅଭିନେତ୍ରୀଙ୍କ ପ୍ରେମରେ ୟୁବି ଏତେ ପାଗଳ ଥିଲେ ଯେ, ଯେତେବେଳେ ତାଙ୍କର ଜୋତା ହଜିଯାଇଥିଲା ଟିମ୍ ବସରେ ସେ ତାଙ୍କ ଜୋତା ମଧ୍ୟ ପିନ୍ଧିବାକୁ ବାଧ୍ଯ ହୋଇଥିଲେ । ହେଲେ ଯୁବରାଜ ସେହି ଅଭିନେତ୍ରୀଙ୍କ ନାଁ କହିବାକୁ ମନା କରିଦେଇଛନ୍ତି  । ସେ କହିଛନ୍ତି ସେ ବହୁତ ଭଲ ବହୁତ ଭଲ କାମ ମଧ୍ୟ କରୁଛନ୍ତି । ତେବେ ଏହି ଭିଡିଓ ସାମ୍ନାକୁ ଆସିବା ପରେ ସେହି ଅଭିନେତ୍ରୀଙ୍କ ନାମ ଜାଣିବାକୁ ୟୁଜର୍ସ ମାନେ ଇଛୁକ ଅଛନ୍ତି ।  ଜଣେ ଉପଭୋକ୍ତା ଲେଖିଛନ୍ତି- ଦୀପିକା ପାଦୁକୋନ୍ ସେହି ସମୟରେ ଅଷ୍ଟ୍ରେଲିଆରେ ବଚନା ଏ ହାସିନୋ ସୁଟିଂ କରୁଥିଲେ। ତେବେ ହାଜେଲଙ୍କୁ ବିବାହ କରିବା ପୂର୍ବରୁ ଯୁବରାଜଙ୍କ ନାମ କିମ ଶର୍ମା, ନେହା ଧୁପିଆ, ଦୀପିକା ପାଦୁକୋନ ଏବଂ ରିୟା ସେନଙ୍କୁ ନେଇ ଚର୍ଚ୍ଚା ହେଉଥିଲା ।

Leave a Reply

Your email address will not be published. Required fields are marked *